ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,କରୋନାର ନୂଆ ଭେରିଏନ୍ଟକୁ ନେଇ ବିଶ୍ଵ ଏବେ ଚିନ୍ତାରେ । ତେବେ ଏହାର ପ୍ରତିକାର କୁ ନେଇ କଣ ରହିଛି ସରକାରଙ୍କ ନିଷ୍ପତି ଚାଲନ୍ତୁ ଜାଣିବା । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଚିନ୍ତା ବଢ଼ାଉଛି ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଦକ୍ଷିଣ ଆଫ୍ରିକା ସମେତ ବିଭିନ୍ନ ଦେଶରେ ଏହି ନୂଆ ଭାରିଆଣ୍ଟ ଦ୍ବାରା ଲୋକେ ଆକ୍ରାନ୍ତ ହେବା ପରେ ଏବେ ଭାରତବାସୀଙ୍କୁ ସତର୍କ ରହିବାକୁ କହିଛନ୍ତି ସରକାର । ଏହା ସହ ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନରେ କିଛି ପରିବର୍ତ୍ତନ ଆଣି ନୂଆ କରି ଏକ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । ସଂକ୍ରମଣ ଉପରେ ନଜର ରଖିବା ପାଇଁ ମନିଟରିଂ ବୃଦ୍ଧି ପାଇଁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ନୂତନ ଭାରିଆଣ୍ଟ ଓମିକ୍ରନ ସମ୍ବନ୍ଧରେ ସମସ୍ତ ରାଜ୍ୟକୁ ଏକ ଚିଠି ଲେଖି ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ଉପରେ କଡ଼ା ନଜର, ବର୍ଦ୍ଧିତ ପରୀକ୍ଷଣ, ହଟସ୍ପଟ୍ ଉପରେ ନଜର, ଜିନୋମ ସିକ୍ୟୁଏନସିଙ୍ଗ, ସ୍ୱାସ୍ଥ୍ୟ ଭିତ୍ତିଭୂମି ବୃଦ୍ଧି, ନୀରିକ୍ଷଣ ପଦକ୍ଷେପ ବୃଦ୍ଧି ଏବଂ କରୋନା ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର । ତେବେ ଏହି ହେଲେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ଓମିକ୍ରନ୍ ଭାରିଆଣ୍ଟ ପାଇଁ ପୁଣି ଆଉ ଥରେ ହେବକି ଲକଡାଉନ୍ ବୋଲି ଚର୍ଚ୍ଚା ଜୋର ଧରିଛି । ଦ୍ବିତୀୟ ଲହରରେ କାୟା ବିସ୍ତାର କରିଥିବା କରୋନାର ଡେଲଟା ଭାରିଆଣ୍ଟଠାରୁ ଓମିକ୍ରନ୍ ଭାରିଆଣ୍ଟ ଅଧିକ ମାରାତ୍ମକ ବୋଲି ବୈଜ୍ଞାନିକମାନେ ସ୍ପଷ୍ଟ କରିସାରିଥିବା ବେଳେ ଏବେ ଚିନ୍ତାରେ ବିଶ୍ବ । କେବଳ ଦକ୍ଷିଣ ଅଫ୍ରିକା ନୁହେଁ, ଅନ୍ୟ ଦେଶରେ ମଧ୍ୟରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇସାରିଲାଣି ।
କରୋନାର ଏହି ନୂଆ ଭାରିଏଣ୍ଟ ଓମିକ୍ରୋନ୍କୁ ନେଇ ବର୍ତମାନ ସରକାର ତତ୍ପରତା ପ୍ରକାଶ କରିଛନ୍ତି । ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ନୂଆ ଗାଇଡଲାଇନ ଜାରି କରିଛି । ଏହି ନୂଆ ନିୟମ ଡିସେମ୍ବର ପହିଲାରୁ ଲାଗୁ ହେବ । ଏହା ସହ ସମସ୍ତ ବିଦେଶ ଫେରନ୍ତା ୧୪ ଦିନର ଯାତ୍ରା ବିବରଣୀ ସହ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଦାଖଲ କରିବେ । ସ୍ବାସ୍ଥ୍ୟ ମନ୍ତ୍ରାଳୟର ଗାଇଡଲାଇନ ଅନୁସାରେ, ସଂକ୍ରମିତ ଦେଶରୁ ଫେରୁଥିବା ଯାତ୍ରୀଙ୍କ କରୋନା ପରୀକ୍ଷା ଏୟାରପୋର୍ଟରେ ହିଁ କରାଯିବ । ସେଠାରେ ସେମାନେ ରିପୋର୍ଟର ଅପେକ୍ଷା କରିବେ ।
ଯଦି ରିପୋର୍ଟ ନେଗେଟିଭ୍ ଆସିଲା ତେବେ ସେମାନେ ଘରେ ୭ ଦିନ ସଙ୍ଗରୋଧରେ ରହିବେ । ଅଷ୍ଟମ ଦିନରେ ଦ୍ବିତୀୟ ଥର କରୋନା ପରୀକ୍ଷା କରାଯିବ । ଏଥର ପୁଣି ଥରେ ନେଗେଟିଭ୍ ରିପୋର୍ଟ ଆସିଲେ ଆଗାମୀ ୭ ଦିନ ଯାଏଁ ତାଙ୍କୁ ସଚେତନା ରହିବାକୁ କୁହାଯିବ । କେନ୍ଦ୍ର ସରକାର, ଦକ୍ଷିଣ ଆଫ୍ରିକା, ବ୍ରିଟେନ୍ ସମେତ ବ୍ରାଜିଲ୍, ବାଂଲାଦେଶ, ଚୀନ, ମରିସସ୍, ନ୍ୟୁଜିଲାଣ୍ଡ, ଜିମ୍ବାଓ୍ବେ, ସିଙ୍ଗାପୁର, ହଙ୍ଗକଙ୍ଗ ଏବଂ ଇସ୍ରାଏଲକୁ ପ୍ରଭାବିତ ଦେଶ ତାଲିକାରେ ସାମିଲ କରିଛନ୍ତି । ଏହି ସବୁ ଦେଶରେ ଓମିକ୍ରୋନ୍ ସଂକ୍ରମଣ ମାମଲା ମିଳି ସାରିଛି । ଏହି ସବୁ ଦେଶରୁ ଆସୁଥିବା ଯାତ୍ରୀଙ୍କ କରୋନା ପରୀକ୍ଷା କରାଯିବା ସହ ତାଙ୍କୁ କ୍ବାରେଣ୍ଟାଇନ୍ ରେ ରଖାଯିବ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।