4 ତାରିଖ ସଖାଳେ ଓଡିଶା ରେ ମାଡ଼ ହେବ ବାତ୍ୟା । ଏହି ସବୁ ଜିଲ୍ଲାକୁ ଭୟଙ୍କର ବିପଦ….

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ । ବାତ୍ୟା କୁ ନେଇ ଆସିଲା ନୂତନ ଅପଡେଟ  ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ବର୍ଷା ହେଉ ବା ବାତ୍ୟା , ସବୁଟି ପ୍ରାକୃତିକ ଘଟଣା । ତେଣୁ ଏଥିରେ କୌଣସି ମନୁଷ୍ୟ ଙ୍କ ର ହାତ ରହି ନଥାଏ । ତେବେ ବର୍ତମାନ ଆଣ୍ଡାମାନ ସାଗର ରେ ତଥା ବଙ୍ଗୋପସାଗରରେ ଘନାଉଚି ବାତ୍ୟା । ପାଣିପାଗ ବିଶେଷଜ୍ଞ ଙ୍କ ଯାହା ମତ ରହିଛି  ଡିସେମ୍ବର ୪ ବେଳକୁ ଓଡ଼ିଶା ଉପକୂଳରେ ବାତ୍ୟା ସମ୍ଭାବନା । ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଆସନ୍ତା ୧୨ଘଣ୍ଟାରେ ଏହା ଆଣ୍ଡାମାନ ସାଗରରେ ପ୍ରବେଶ କରିବ । କ୍ରମଶଃ ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରି ଅବପାତରେ ପରିଣତ ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । 

ଡିସେମ୍ବର ୨ ତାରିଖରେ ଏହା ବଙ୍ଗୋପସାଗରେ ପ୍ରବେଶ କରିବ । ଯାହା ର ଫଳ ସ୍ୱରୂପ ଆଜି ରାତି ରୁ ମହାରାଷ୍ଟ୍ର ଓ ଓଡ଼ିଶା ର ଉପକୂଳ ରେ ବର୍ଷା ଆରମ୍ଭ ହୋଇଯିବ । ଏହା ଅଧିକ ଘନୀଭୂତ ହୋଇ ୩ ତାରିଖରେ ବାତ୍ୟାରେ ପରିଣତ ହେବ। ୪ ତାରିଖରେ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଉପକୂଳ ବାତ୍ୟା ଛୁଇଁବ ବୋଲି ସ୍ପଷ୍ଟ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ । ପ୍ରଭାବରେ ତିନି ତାରିଖ ବେଳକୁ ରାଜ୍ୟରେ ପବନ ସହ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ୪ତାରିଖରେ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । 

ତେବେ ଘନଉଛି ବାତ୍ୟା ଆଶଙ୍କା । ୨ ରୁ ୩ ତାରିଖ ଭିତରେ ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଏହା କ୍ରମଶଃ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ । ଏହି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ତେବେ ବାତ୍ୟା ନେଇ ଆଇଏମଡି ପକ୍ଷରୁ କିଛି ଗାଇଡ ଲାଇନ ରହିଛି । ତେବେ ବିଭିନ୍ନ ପାଣିପାଗ ସଂସ୍ଥାର ମଡେଲ ଗୁଡ଼ିକରେ ଏହି ବାତ୍ୟା ଘନୀଭୂତ ହେବା ଓ ଗତିପଥ ନେଇ ବଡ଼ଧରଣର ଭିନ୍ନତା ରହିଛି । ଲଘୁଚାପ ପ୍ରଭାବରେ ତିନି ତାରିଖ ବେଳକୁ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଉପକୂଳ ଜିଲ୍ଲାରେ କେତେକ ସ୍ଥାନରେ ବର୍ଷା ହେବ । ୩ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଛି ।  ସମ୍ଭାବ୍ୟ ସାମୁଦ୍ରିକ ଝଡ଼ ଓଡ଼ିଶା ଉପକୂଳ ନିକଟରେ ଅତିକ୍ରମ କରିପାରେ । 

ତେବେ ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ଓ ତୀବ୍ରତା ନେଇ ସଠିକ ସୂଚନା ମିଳିପାରେ । ଏହି ବାତ୍ୟା ଓ ଲଘୁଚାପ ବର୍ଷା ପାଇଁ ଆଲର୍ଟ କଲେ ସ୍ୱତନ୍ତ୍ର ରିଲିଫ କମିସନର । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସ୍ଥିତି ନିରୀକ୍ଷଣ ସହ ଆବଶ୍ୟକ ସ୍ଥଳେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଚାଷୀ ମାନଙ୍କୁ କ୍ଷେତରୁ ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ନେବା ସହ ଘୋଡ଼ାଇ ରଖିବାକୁ ପରାମର୍ଶ ଦିଆଯାଇଛି । କଟା ଯିବାକୁ ଥିବା ଧାନକୁ ତୁରନ୍ତ କାଟି ସୁରକ୍ଷିତ ନେବାକୁ ପରାମର୍ଶ ଦେଇଛନ୍ତି । ବର୍ଷା କ୍ଷୟକ୍ଷତି ରୁ ରୋକିବାକୁ ଧାନ ମଣ୍ଡିରେ ମଧ୍ୟ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମତ୍ସଜୀବୀ ମାନଙ୍କ ପାଇଁ ସମୁଦ୍ର କୁ ନ ଯିବାପାଇଁ ନିୟମ ଜାରି କରାଯାଇ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ରହିଛି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *