129 ବର୍ଷ ପରେ ଆସୁଛି ମହବାତ୍ୟା ! ଓଡିଶା କୁ ହେବ ଲ୍ୟାଣ୍ଡଫଲ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,୧୨୯ ବର୍ଷ ପରେ ଡିସେମ୍ବରରେ ଆସୁଛି ବଡ଼ ବାତ୍ୟା ? ଜାଣନ୍ତୁ କ’ଣ କହିଲେ ପାଣିପାଗ ବିଜ୍ଞାନୀ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ଷା ହେଉ ବା ବାତ୍ୟା , ସବୁଟି ପ୍ରାକୃତିକ ଘଟଣା । ତେଣୁ ଏଥିରେ କୌଣସି ମନୁଷ୍ୟ ଙ୍କ ର ହାତ ରହି ନଥାଏ । ତେବେ ବର୍ତମାନ ଆଣ୍ଡାମାନ ସାଗର ରେ ତଥା ବଙ୍ଗୋପସାଗରରେ ଘନାଉଚି ବାତ୍ୟା । ପାଣିପାଗ ବିଶେଷଜ୍ଞ ଙ୍କ ଯାହା ମତ ରହିଛି  ଡିସେମ୍ବର ୪ ବେଳକୁ ଓଡ଼ିଶା ଉପକୂଳରେ ବାତ୍ୟା ସମ୍ଭାବନା । ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଆସନ୍ତା ୧୨ଘଣ୍ଟାରେ ଏହା ଆଣ୍ଡାମାନ ସାଗରରେ ପ୍ରବେଶ କରିବ । 

 

କ୍ରମଶଃ ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରି ଅବପାତରେ ପରିଣତ ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଉ ଏହା ସହିତ 48ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇପାରେ ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତ ର ରୂପ ନେଇପାରେ।ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ଏନେଇ ଟ୍ୱିଟ୍ କରି କହିଛନ୍ତି ଯେ ୧୨୯ ବର୍ଷ ପରେ, କୌଣସି ବାତ୍ୟା ଡିସେମ୍ବର ମାସରେ ଉପକୂଳ ଅତିକ୍ରମ କରିବାର ଆଶଙ୍କା କରାଯାଉଛି ।୧୮୯୧ ମସିହାରୁ ୨୦୨୦ ମଧ୍ୟରେ, ଡିସେମ୍ବର ମାସରେ କୌଣସି ବି ବାତ୍ୟା ଓଡ଼ିଶା କିମ୍ବା ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିନାହିଁ । 

 

ତେଣୁ ବାତ୍ୟା ଜାୱାଦ ୧୨୯ ବର୍ଷ ପରେ ଡିସେମ୍ବର ମାସର ବଡ଼ ବାତ୍ୟା।ଡିସେମ୍ବର ୨ ତାରିଖରେ ଏହା ବଙ୍ଗୋପସାଗରେ ପ୍ରବେଶ କରିବ । ଯାହା ର ଫଳ ସ୍ୱରୂପ ଆଜି ରାତି ରୁ ମହାରାଷ୍ଟ୍ର ଓ ଓଡ଼ିଶା ର ଉପକୂଳ ରେ ବର୍ଷା ଆରମ୍ଭ ହୋଇଯିବ । ଏହା ଅଧିକ ଘନୀଭୂତ ହୋଇ ୩ ତାରିଖରେ ବାତ୍ୟାରେ ପରିଣତ ହେବ। ୪ ତାରିଖରେ ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଓଡ଼ିଶା ଉପକୂଳ ବାତ୍ୟା ଛୁଇଁବ ବୋଲି ସ୍ପଷ୍ଟ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ ନିର୍ଦ୍ଦେଶକ । 

 

ପ୍ରଭାବରେ ତିନି ତାରିଖ ବେଳକୁ ରାଜ୍ୟରେ ପବନ ସହ ପ୍ରବଳ ବର୍ଷା ଆରମ୍ଭ ହୋଇଯିବ । ୪ତାରିଖରେ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ଆଜି ଦକ୍ଷିଣ ଥାଇଲ୍ୟାଣ୍ଡ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି ଏବଂ ଏହା ଧିରେ ଧିରେ ବଳ ଗୋଟାଇ ‘ସିଭିୟର ସାଇକ୍ଲୋନିକ ଷ୍ଟର୍ମ’ ର ରୂପ ନେବ ।ଏହି ବାତ୍ୟା ସମୟରେ ପବନ ର ବେଗ ଘଣ୍ଟା ପ୍ରତି ୧୨୦ କିଲୋମିଟର ରହିବ ବୋଲି ଅନୁମାନ କରାଯାଉଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

  

 

Leave a Reply

Your email address will not be published. Required fields are marked *