IMD ର DG ମୃତୁଞ୍ଜୟ ମିଶ୍ର ଦେଲେ ସ୍ପଷ୍ଟ ସୂଚନା । କେଉଁଠି ହେବ ବାତ୍ୟା ଜୱାଦ ର ଲ୍ୟାଣ୍ଡଫଲ…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମାଡ଼ି ଆସୁଛି ବାତ୍ୟା ‘ଜୱାଦ’ । ତେବେ କେଉଁଠି କରିବ ଲ୍ୟାଣ୍ଡଫଲ୍ ଚାଲନ୍ତୁ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ପୁଣି ଡରାଇଲାଣି ବାତ୍ୟା । କିନ୍ତୁ ଏଥର ଡିସେମ୍ବର ମାସରେ । ଆସନ୍ତା ୪ ତାରିଖରେ ବାତ୍ୟା ‘ଜୱାଦ’, ଓଡ଼ିଶା ଉପକୂଳ ଛୁଇଁପାରେ । ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରି କହିଛି, ୨ତାରିଖରେ ଏହି ସାମୁଦ୍ରିକ ଝଡ ବଙ୍ଗୋପ ସାଗରରେ ଅବପାତରେ ପରିଣତ ହେବ ଏବଂ ୪ ତାରିଖରେ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡ଼ିଶା ଉପକୂଳରେ କେନ୍ଦ୍ରୀଭୂତ ହେବ । ଆଜି ଦକ୍ଷିଣ ଥାଇଲ୍ୟାଣ୍ଡ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି ଏବଂ ଏହା ଧିରେ ଧିରେ ବଳ ଗୋଟାଇ ୩ ତାରିଖରେ ଅଧିକ ଘନୀଭୂତ ହୋଇ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ସାଇକ୍ଲୋନିକ ଷ୍ଟର୍ମ ବା ବାତ୍ୟାର ରୂପ ନେବ । ସମୁଦ୍ର ଭିତରେ ଶକ୍ତି ସଂଗ୍ରହ କରିବା ପରେ ତୀବ୍ର ସାମୁଦ୍ରିକ ଝଡରେ ପରିଣତ ହୋଇ ଡିସେମ୍ବର ୪ ତାରିଖ ସକାଳୁ ଉତ୍ତର ଆନ୍ଧ୍ର ଓ ଦକ୍ଷିଣ ଓଡିଶା ନିକଟ ଉପକୂଳରେ ସ୍ଥଳଭାଗ ଛୁଇଁବ । 

 

ସେହି ସମୟରେ ପବନର ଗତି ଘଂଟାପ୍ରତି ୧୨୦କିଲୋମିଟର ରହିପାରେ ବୋଲି ଅନୁମାନ କରାଯାଉଛି । ଯଦି ଏହା ଓଡ଼ିଶା ଉପକୂଳ ସ୍ପର୍ଶ କରେ ତେବେ ରେକର୍ଡ ସୃଷ୍ଟି କରିବ । ୧୮୯୧ ରୁ ୨୦୨୦ ମଧ୍ୟରେ ଅର୍ଥାତ ଗତ ୧୩୦ ବର୍ଷରେ ଡିସେମ୍ବରରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା କୌଣସି ବାତ୍ୟା କେବେ ଓଡ଼ିଶା ଉପକୂଳ ସ୍ପର୍ଶ କରିନାହିଁ । ଯଦି ବାତ୍ୟା ‘ଜୱାଦ’ ଉପକୂଳ ସ୍ପର୍ଶ କରେ ତେବେ ଓଡ଼ିଶା ବାତ୍ୟା ଇତିହାସରେ ଅଲୋଡ଼ା ରେକର୍ଡ ସୃଷ୍ଟି ହେବ । ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ ୪ ତାରିଖ ଦିନ ବାତ୍ୟା ଭୀଷଣ ରୂପ ନେବ ଓ ଏହାର କେନ୍ଦ୍ର ସ୍ଥଳରେ ଘଣ୍ଟାପ୍ରତି ୯୦ ରୁ ୧୦୦ କିମି ବେଗରେ ପବନ ବହିବ । ଉପକୂଳ ଛୁଇଁବା ପୂର୍ବରୁ ବାତ୍ୟା ସମୁଦ୍ର ଭିତରେ ଆହୁରି ବଳ ଗୋଟାଇବ ଓ ଭୀଷଣ ରୂପ ନେବ। 

 

ପ୍ରାଥମିକ ଆକଳନ ଅନୁଯାୟୀ ‘ବାତ୍ୟା’ ଉତ୍ତର ଆନ୍ଧ୍ରପ୍ରଦେଶ- ଓଡ଼ିଶା ଉପକୂଳ ଛୁଇଁଲା ବେଳକୁ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିମି ରହିବ । ଏହା ବଢ଼ିପାରେ । ‘ବାତ୍ୟା’ ପ୍ରଭାବରେ ୩ ତାରିଖ ସଂଧ୍ୟାରୁ ରାଜ୍ୟରେ ବର୍ଷିବା ଆରମ୍ଭ ହୋଇଯିବ । ୩ ତାରିଖ ରାତି ସୁଦ୍ଧା ବର୍ଷାର ବିସ୍ତୃତି ଓ ପରିମାଣ ବଢ଼ିବ। ୪ ଓ ୫ ତାରିଖ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ପାଗରେ ପରିବର୍ତ୍ତନ ହେବା ସହିତ ୩ ତାରିଖରୁ ଉପକଊଲ ଓଡିଶାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ଆରମ୍ଭ ହେବ । ଶନିବାର ପବନର ବେଗ ଘଣ୍ଟାପ୍ରତି ୧୦୦ କିଲୋମିଟ ଛୁଇଁବାର ସମ୍ଭାବନା ରହିଛି । 

 

ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ପାଣିପାଗ ବଇବାଗ ପକ୍ଷରୁ ଜାରି କରାଯାଇଛି ।  ସେହିପରି ୪ ତାରିଖରେ ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ, ଜଗତସିଂହପୁର, କେନ୍ଦ୍ରାପଡା, କଟକ, ଭଦ୍ରକ, ବାଲେଶ୍ୱର, ଯାଜପୁର ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ବାତ୍ୟା ନେଇ ଏସଆରସି ସତର୍କତା ଜାରି କରିଛନ୍ତି । ପ୍ରବଳ ବର୍ଷା ଆଶଙ୍କା ଥିବାରୁ ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି । ସେଥିପାଇଁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି l

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *