ଭୟଙ୍କର ଝଡ ବର୍ଷା । 3 ଦିନ ଘରୁ ବାହାରକୁ ବାହାରି ପାରିବେନି ଏହି ଜିଲ୍ଲାର ଲୋକ…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମାଡ଼ି ଆସୁଛି ବାତ୍ୟା ‘ଜୱାଦ’, କାଲି ଠୁ ପ୍ରବଳ ବର୍ଷିବ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆଣ୍ଡାମାନ ସାଗରରେ ସୃଷ୍ଟିହୋଇଥିବା ଲଘୁଚାପ ଧୀରେ ଧୀରେ ବାତ୍ୟାର ରୂପ ନେବାରେ ଲାଗିଛି । କାଳକ୍ରମେ ପଶ୍ଚିମ-ଉତ୍ତର ପଶ୍ଚିମ ଆଡକୁ ଗତି କରିବ ଓ ୨ ତାରିଖରେ ଡିପ୍ରେସନ୍ ରେ ପରିଣତ ହେବ । ସମ୍ଭାବ୍ୟ ବାତ୍ୟା ପ୍ରବାବରେ ଓଡ଼ିଶାରେ ୩ ତାରିଖରୁ ଆରମ୍ଭ ହେବ ବର୍ଷା ପବନ । ୪ ତାରିଖରେ ବର୍ଷାର ପରିମାଣ ବଢ଼ିବ । ଦକ୍ଷିଣ ଓଡ଼ିଶା ସମେତ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏଥିପାଇଁ ୪ ଜିଲ୍ଲା ଗଜପତି, ଗଞ୍ଜାମ, ପୁରୀ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍‌ ଆଲର୍ଟ ଜାରି ହୋଇଛି। 

 

ସେହିପରି ୭ ଜିଲ୍ଲା କେନ୍ଦ୍ରାପଡ଼ା, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ରାୟଗଡ଼ା, କୋରାପୁଟକୁ ପାଣିପାଗ ବିଭାଗ ଦେଇଛି ଅରେଞ୍ଜ ୱାର୍ଣ୍ଣିଂ । ରେଡ୍‌ ଆଲର୍ଟ ଓ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ସେହିପରି ୪ ଜିଲ୍ଲା ବାଲେଶ୍ୱର, ଭଦ୍ରକ, ଯାଜପୁର ଓ ମାଲକାନଗିରିକୁ ୱେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଓଡ଼ିଶାରେ ତିନି ଦିନ ବର୍ଷା ହେବ । ପ୍ରବଳ ବର୍ଷା ଯୋଗୁ ବନ୍ୟା ଆଶଙ୍କା କରାଯାଉଛି । ତଳି ଅଞ୍ଚଳରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇପାରେ । ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଆଶଙ୍କା ବି ରହିଛି । କଚା ଘର କାନ୍ଥ ଭୁଶୁଡ଼ିବା ସହ ରାସ୍ତାଘାଟ ପ୍ରଭାବିତ ହୋଇପାରେ । ବ୍ୟାପକ ଫସଲ ହାନୀ ଆଶଙ୍କା ରହିଛି । 

 

ବିଲରୁ ଧାନ ଫସଲ କାଟି ସୁରକ୍ଷିତ ସ୍ଥାନରେ ରଖିବାକୁ କୁହାଯାଉଛି । ତେବେ ପରବର୍ତ୍ତୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟା ସୃଷ୍ଟିର ସମ୍ଭାବନା ରହିଛି । ପରେ ଉତ୍ତରପଶ୍ଚିମ ଦିଗରେ ଗତି କରି ୪ ତାରିଖ ସକାଳେ ଉତ୍ତର ଆନ୍ଧ୍ର-ଓଡ଼ିଶା ଉପକୂଳ ପହଞ୍ଚିବା ସମ୍ଭାବନା ରହିଛି। ତାରିଖ ରାତିରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହୋଇଯିବ । ୪ ତାରିଖରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।୪ ତାରିଖରେ ବାତ୍ୟା ଉପକୂଳ ପାଖାପାଖି ହେଲେ ବି ଅତିକ୍ରମ କରି ନପାରେ। 

 

ସ୍ଥଳଭାଗ ନଛୁଇଁ ଉତ୍ତର-ଉତ୍ତର ପୂର୍ବ ଦିଗକୁ ଗତି କରିବା ସମ୍ଭାବନା ରହିଛି। ଏହାର ପ୍ରଭାବରେ  ୫ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳରେ ବର୍ଷା ହୋଇପାରେ। ୪ ତାରିଖରେ ସବୁଠାରୁ ଅଧିକ ବର୍ଷା ଓ ପବନ ବହିବ ବୋଲି ଆଇଏମ୍‌ଡି ଡିଜି ସୂଚନା ଦେଇଛନ୍ତି। ଆଜି ମଧ୍ୟରାତ୍ରିରୁ ପବନର ବେଗ ବଢ଼ିବ । ଏହାର ପ୍ରଭାବରେ ୪୦ରୁ ୪୫ କିମି ବେଗରେ ବହିପାରେ । ୪ ତାରିଖ ଦିନ ସକାଳେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚିବ ବାତ୍ୟା । ୪ ତାରିଖ ଦିନ ବର୍ଷା ଓ ପବନର ବେଗ ବଢ଼ିବ ଓ ୫ ତାରିଖରେ କେବଳ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ବୋଲି ସୂଚନା ଦିଆଯାଇଛି । 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *