ଆସିଲା କରୋନା ର ନୂଆ ଭାରିୟଣ୍ଟ ‘ଓମିକ୍ରିନ, ର ସଠିକ ଲକ୍ଷଣ । ନିଜେ ଜାଣନ୍ତୁ ଅନ୍ୟ ମାନଙ୍କୁ SHARE କରି ଜଣାନ୍ତୁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଭାରତ ରେ ଚିହ୍ନଟ ହେଲେ ‘ ଓମିକ୍ରନ୍ ’ ସଂକ୍ରମକ । ଚିନ୍ତା ରେ ଜନ ସାଧାରଣ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କରୋନା ଭାଇରସର ନୂଆ ଭେରିୟଣ୍ଟ ‘ଓମିକ୍ରନ’ ଏବେ ଲୋକଙ୍କ ଚିନ୍ତା ବଢ଼ାଇଛି । ଏହି ନୂଆ ଭେରିୟଣ୍ଟ ଭ୍ୟାକସିନକୁ ବି ଚକମା ଦେଇଦେଉଛି । ଓମିକ୍ରନ କୁ ନେଇ ଲୋକଙ୍କ ମନରେ ଅନେକ ଡ଼ର ଭୟ ଖେଳୁଛି । ତେବେ ଏହାର ଲକ୍ଷଣ କଣ ଏବଂ ଏଥିରୁ କେମିତି ରକ୍ଷା ମିଳିବ ଏସବୁ ସମସ୍ତେ ଜାଣିବାକୁ ଚାହୁଛନ୍ତି । ତେବେ ଏହା ଜଣାଇବାକୁ ଚାହିଁବୁ ଯେ ‘ଓମିକ୍ରନ’ ଦୁର୍ବଳ ଇମ୍ୟୁନିଟୀ ଲୋକଙ୍କ ପାଇଁ ଅଧିକ ଭୟଙ୍କର ସାଜିପାରେ । ଏଥିପାଇଁ ବହୁତ ଆବଶ୍ୟକ ଇମ୍ୟୁନିଟୀ ଷ୍ଟ୍ରଙ୍ଗ ହେବା ଯାହାଦ୍ବାରା ସଂକ୍ରମଣରୁ ନିଜକୁ ରକ୍ଷା କରିପାରିବେ । ତେବେ ଜାଣନ୍ତୁ କେଉଁ ଅଭ୍ୟାସ ଉପରେ ଖାସ୍‌ ଧ୍ୟାନ ରଖିବା ଜରୁରୀ । ତେବେ ଭାରତର କର୍ଣ୍ଣାଟକରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଭାରତରେ ଏହି ଭ୍ୟାରିଆଣ୍ଟ ଚିହ୍ନଟ ହେବା ପରେ ଏବେ ଏହାକୁ ନେଇ ଚିନ୍ତା ବଢିଯାଇଛି । 

 

ଦକ୍ଷିଣ ଆଫ୍ରିକାରେ ବ୍ୟାପୁଥିବା କରୋନାର ନୂଆ ରୂପ ଓମିକ୍ରନ ଏବେ ଭାରତ ଛୁଇଁଛି । ଆଜି ସଂଧ୍ୟାରେ କର୍ଣ୍ଣାଟକରେ ଦୁଇ ‘ଓମିକ୍ରନ୍’  ସଂକମିତ ଚିହ୍ନଟ ହେବାପରେ ଭାରତୀୟମାନେ ଚିନ୍ତାରେ ପଡ଼ିଯାଇଛନ୍ତି । ଭାରତରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  କୋଭିଡର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ଚିହ୍ନଟ ହେଲେ ୨ ଆକ୍ରାନ୍ତ । କର୍ଣ୍ଣାଟକରେ  ଆଜି ସନ୍ଧ୍ୟା ରେ ୨ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ୨ ଜଣ ପୁରୁଷ ଏବଂ ବୟସ ଯଥାକ୍ରମେ ୬୬ ଓ ୪୬ ବର୍ଷ । ଉଭୟଙ୍କୁ ଆଇସୋଲେଟ୍‌ କରି ରଖାଯାଇଛି । ସେପଟେ କୋଭିଡର ନୂଆ ଭ୍ୟାରିଆଣ୍ଟ ଓମିକ୍ରନକୁ ନେଇ କେନ୍ଦ୍ର ସତର୍କ କରିଛି । ଓମିକ୍ରନ ୨୯ ଦେଶକୁ ବ୍ୟାପି ଯାଇଥିବା ଜଣାପଡିଛି । ୨୯ ଦେଶରେ ୩୭୩ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି । 

 

ତେବେ ଓଡ଼ିଶାରେ ବି ‘ଓମିକ୍ରନ୍’  ସଂକମିତ ଚିହ୍ନଟ ହେବା ଆଶଙ୍କା ଦେଖାଦେଇଛି । ସାରକାରୀ ତଥ୍ୟ ଅନୁସାରେ, ବାହାର ଦେଶରୁ ବର୍ତମାନ ସୁଦ୍ଧା ୩୮୦ ଜଣ ଓଡ଼ିଶା ଫେରିଛନ୍ତି । ୨୮ ତାରିଖ ସୁଦ୍ଧା ୨୨୪ ଜଣ ଓଡ଼ିଶାକୁ ଆସିଥିବା ବେଳେ ୨୯ ତାରିଖରେ ୧୫୬ ଜଣ ରାଜ୍ୟକୁ ଆସିଛନ୍ତି । ତେବେ ସମସ୍ତ ପ୍ରକାର ଟେଷ୍ଟ କରି ଏମାନେ ଓଡ଼ିଶା ଫେରିଛନ୍ତି ।ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯେଉଁମାନେ ‘ଓମିକ୍ରନ୍ ରିସ୍କ’ ଦେଶରୁ ଆସୁଛନ୍ତି, ସେମାନେ ନେଗେଟିଭ୍ ରିପୋର୍ଟ ସାଥିରେ ନେଇ ଆସିବେ । ନିୟମିତ ରୂପରେ ହେଲ୍ଥ ଚେକଅପ୍‌ କରନ୍ତୁ । ଶରୀରରେ ଭିଟାମିନ ଡି, କ୍ୟାଲସିୟମ, ଆଇରନର ସ୍ତର ଯାଞ୍ଚ କରିବା ପାଇଁ ହେଲ୍ଥ ଚେକଅପ୍‌ ଜରୁରୀ ଅଟେ। 

 

ଏହାଦ୍ୱାରା ଆପଣ ଜାଣିପାରିବେ ଯେ ଶରୀରରେ କୌଣସି ଭିଟାମିନ ଅଭାବ ଅଛି କି ନାହିଁ । ଜାଣିବା ପରେ ସେହି ହିସାବରେ ଡାଏଟ ପ୍ଲାନ କରିପାରିବେ । ତେବେ ବାହାରୁ ଆସିଲେ ଟେଷ୍ଟ ରିପୋର୍ଟ ରେ ପଜିଟିଭ୍ ଆସେ ତେବେ ଆଇସୋଲେସନରେ ରହିବାକୁ କୁହାଯାଉଛି । ନଚେତ୍ ଆଉ ୭ ଦିନ ସେଲଫ୍ ଚେକ୍ ରେ ରଖାଯିବାକୁ ପରାମର୍ଶ ଦିଆଯାଉଛି । ବିଦେଶ ଫେରନ୍ତାଙ୍କୁ ମୋଟ୍ ୧୪ ଦିନ ସଙ୍ଗରୋଧରେ ରହିବା ନିୟମ କରିଛନ୍ତି ରାଜ୍ୟ ସରକାର । ଯେଉଁମାନଙ୍କର ପଜିଟିଭ୍ ଆସିବ ସେମାନଙ୍କର ଜିନମ୍ ସିକ୍ୱେସିଂ କରାଯିବ । ସବୁ ପରିସ୍ଥିତିର ମୁକାବିଲା ପାଇଁ ସରକାର ପ୍ରସ୍ତୁତ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *