ବାତ୍ୟା ଜୱାଦ । ଓଡିଶା ର 4 ଜିଲ୍ଲାକୁ ହାଇ ଆଲର୍ଟ ଜାରି କଲା IMD । ଜାଣନ୍ତୁ କେଉଁ କେଉଁ ଜିଲ୍ଲାରେ ରହିବ ପ୍ରଭାବ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,୩୨ କି.ମି. ବେଗରେ ମାଡ଼ି ଆସୁଛି ବାତ୍ୟା, ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌, ୪ ଜିଲ୍ଲାରେ ଅତି ପ୍ରବଳ ବର୍ଷା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ବାତ୍ୟା ‘ଜୱାଦ’ ଏବେ ଘଣ୍ଟା ପ୍ରତି ୩୨ କିଲୋମିଟର ବେଗରେ ଉପକୂଳ ମୁହାଁ ହେଉଛି।  ୪ ତାରିଖ ସନ୍ଧ୍ୟାରୁ ୫ ତାରିଖ ସକାଳ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା। ବାତ୍ୟା ଗୋପାଳପୁରଠାରୁ ୬୭୦ ଓ ପାରାଦୀପ ଠୁ ୭୬୦ କିଲୋମିଟର ଦୂରରେ ରହିଛି।ସ୍ଥଳ ଭାଗ ଅଳ୍ପ ଛୁଇଁବା ପରେ ବାତ୍ୟା ପୁଣି ସମୁଦ୍ର ଭିତରକୁ ଚାଲିଯାଇପାରେ। ବାତ୍ୟା ଯଦି ଅଧିକ ଦିଗ ବଦଳାଏ ତେବେ ହୁଏତ ସ୍ଥଳ ଭାଗ ନଛୁଇଁପାରେ। ସ୍ଥଳ ଭାଗ ନଛୁଇଁ ଓଡ଼ିଶା ଉପକୂଳ ଦେଇ ଚାଲିଯାଇପାରେ। ଆଇଏମଡି ପକ୍ଷରୁ ସମ୍ଭାବ୍ୟ ବାତ୍ୟା ନେଇ ଆକଳନ କରାଯାଇଛି। 

 

ବାତ୍ୟା ସମ୍ପର୍କରେ ପ୍ରେସ୍‌ମିଟ୍ କରି ଏସଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ଯେ, ୮ରୁ ୧୦ ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେଇପାରେ ଗଭୀର ଅବପାତ । ପୁରୀ ଜିଲ୍ଲାର କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା । ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ, ପୁରୀରେ ବାତ୍ୟା ପ୍ରଭାବ ରହିବ।  ଶୁକ୍ରବାର ମଧ୍ୟରାତିରେ ବର୍ଷାର ପରିମାଣ ବଢିବ । ଦୁଇ ଦିନ ପାଇଁ ପିଇବା ପାଣି ସଂଗ୍ରହ କରି ରଖିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।ଓଡ଼ିଶାର ସମସ୍ତ ବନ୍ଦର ପାଇଁ ୧ ନମ୍ବର ବିପଦ ସଙ୍କେତ ଜାରି ହୋଇଛି। 

 

ସ୍ୱତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି, ରାଜ୍ୟ ସରକାର ସବୁ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ।ସେପଟେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଚିଲିକାରେ ଭସା ପୋଲ ସେବା ବନ୍ଦ ରଖିବାକୁ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଆଜିଠାରୁ ୩ ଦିନ ଅର୍ଥାତ ୬ ତାରିଖ ପର୍ଯ୍ୟନ୍ତ ଚିଲିକାରେ ଏହି ସେବା ବନ୍ଦ ରହିବ। ଭସା ପୋଲ ବନ୍ଦ ଥିବାରୁ ଲୋକେ  ଡଙ୍ଗାରେ ଯିବା ଆସିବା କରୁଥିବା ଦେଖିବାକୁ ମିଳିଛି।  ବାତ୍ୟାର ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। 

 

ଆଜି ଅଗ୍ନିଶମ ବିଭାଗ ପକ୍ଷରୁ ବାତ୍ୟା ପ୍ରଭାବିତ ହେବାକୁ ଥିବା ଜିଲ୍ଲା ଗୁଡିକର ଦାୟିତ୍ୱରେ ଥିବା ଅଗ୍ନିଶମ ଅଧିକାରୀମାନଙ୍କ ସହ ଯୋଗାଯୋଗ ରଖାଯାଇଛି। ଅମଳ ହେବାକୁ ଥିବା ଫସଲକୁ ତୁରନ୍ତ ସୁରକ୍ଷିତ ସ୍ଥାନକୁ ନେବା ସହ ଯାହା ଅମଳ ନ ହୋଇପାରିବ ସେଠାରେ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟା ନେଇ ପୂର୍ବତଟ ରେଳପଥ ଦେଇ ଯାଉଥିବା ୯୫ଟି ଟ୍ରେନକୁ ବାତିଲ କରାଯାଇଛି ।ଏପର୍ଯ୍ୟନ୍ତ ୧୨୫ଟି ରେସ୍କ୍ୟୁ ଟିମ୍‌କୁ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟ କରିବା ପାଇଁ ମୁତୟନ କରାଯାଇଛି। କଟକ ନରାଜରେ ୪୭ଟି ରେସ୍କ୍ୟୁ ଟିମ୍‌କୁ ମହଜୁଦ୍ ରଖାଯାଇଛି। ଏହାସହିତ ଅଗ୍ନିଶମ ବିଭାଗର ତ୍ୱରିତ ବାହିନୀକୁ ମଧ୍ୟ ସଜାଗ ରଖାଯାଇଛି। 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

 

Leave a Reply

Your email address will not be published. Required fields are marked *