ବାତ୍ୟା ର ଆସିଲା ସବୁଠୁ ବଡ଼ ଅପଡେଟ । ଜର୍ମାନୀ ଦେଲା ବାତ୍ୟା ସୂଚନା । ଏବେ ପୁରୀରେ ହୋଇନପାରେ ଲ୍ୟାଣ୍ଡଫଲ…

 

ବର୍ତ୍ତମାନ ସମୟ ର ସବୁଠୁ ବଡ କଥା ଟି ଏହା ଯେ  ବାତ୍ୟା ଜୱାଦ କେଉଁଠି ଲ୍ୟାଣ୍ଡଫଲ କରିବ , ତେବେ ବର୍ତ୍ତମାନ ସମୟ ରେ ଏହି ବାତ୍ୟା ର ଲ୍ୟାଣ୍ଡଫଲ ଉପରେ ରହିଛି ସମସ୍ତଙ୍କର ନଜର । ବର୍ତ୍ତମାନ ଆସିଛି ବଡ଼ ଖବର । ବାତ୍ୟା ଜୱାଦ ପୁରୀରେ ହୋଇ ନପାରେ ଲ୍ୟାଣ୍ଡଫଲ

ତେବେ ବର୍ତ୍ତମାନ ସମୟ ରେ ବିଭିନ୍ନ ପ୍ରକାରର ଘରୋଇ ସଂସ୍ଥା ମାନେ ଆକଳନ କରି ଭିନ୍ନ ଭିନ୍ନ ପ୍ରକାରର କଥା କହୁଛନ୍ତି । କିନ୍ତୁ ବର୍ତ୍ତମାନ ସମୟ ରେ ଜର୍ମାନି ପାଣିପାଗ ବିଭାଗ କହୁଛି ଯେ ବାତ୍ୟା ଟି ଏହି ସ୍ଥାନରେ ଲ୍ୟାଣ୍ଡଫଲ କରିପାରେ । କିନ୍ତୁ ଆଉ କିଛି ଘରୋଇ ପାଣିପାଗ ବିଭାଗ ଏହା କହିଛନ୍ତି ଯେ ଏହା ଗଞ୍ଜାମ କିମ୍ବା ପୁରୀ ରେ ଲ୍ୟାଣ୍ଡଫଲ କରିବ ।

 

 ତେବେ ଜର୍ମାନୀ ର ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ଏହା ପୁରୀ ଜିଲ୍ଲା ର କୋଣାର୍କ ନିକଟରେ ଲ୍ୟାଣ୍ଡଫଲ କରିବ ।ସେହିପରି ଆମେରିକା ର GFS ମଡେଲ କହୁଛି ଯେ ଏହି ବାତ୍ୟା ଟି ଓଡ଼ିଶା ଉପକୂଳ ର ନିକଟତର ହୋଇ ପଶ୍ଚିମବଙ୍ଗ ଏବଂ ବାଂଲାଦେଶ ମଧ୍ୟରେ ଲ୍ୟାଣ୍ଡଫଲ କରିବ। ସେହିପରି ବର୍ତ୍ତମାନ ୟୁରୋପିୟ ପାଣିପାଗ ବିଭାଗ କହୁଛି ଯେ, ଆନ୍ଧ୍ର ପ୍ରଦେଶ ଉପକୂଳ ରେ ସ୍ଥଳଭାଗ କୁ ଛୁଇଁବ ଏହି ବାତ୍ୟା। 

 

ତେବେ ବର୍ତ୍ତମାନ ସମୟ ରେ ଭିନ୍ନ ଭିନ୍ନ ମଡେଲ ଭିନ୍ନ ଭିନ୍ନ ମତ ଦେଉଥିବା ବେଳେ ଭାରତୀୟ ପାଣିପାଗ ବିଭାଗ ବାତ୍ୟା ଟି ପୁରୀ ପାଖରେ ଲ୍ୟାଣ୍ଡଫଲ କରିବାର ଆକଳନ କରାଯାଉଛି ।  ତେବେ ବର୍ତ୍ତମାନ ସମୟ ରେ ସାମ୍ଭାବ୍ୟ ବାତ୍ୟା ଏବଂ ତାର ମୁକାବିଲା ନିମନ୍ତେ ସମସ୍ତ ପ୍ରସ୍ତୁତି ଜୋର ରେ ଚାଲିଥିବା ବେଳେ ଏହାର ସମୀକ୍ଷା କରିଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର। 

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

 

Leave a Reply

Your email address will not be published. Required fields are marked *