RCB କୁ ପୁଣି ନୂଆ ରୂପରେ ଫେରିଲେ D Villers । ଆରସିବି ଶିବିରରେ ଖୁସି ର ଲହରୀ…

 

ଦର୍ଶକ ବନ୍ଧୁ ଆଇପିଏଲ 2022 ଆସନ୍ତା ବର୍ଷ ଖେଳାଯିବ କିନ୍ତୁ ସେଥିପାଇଁ ଏବେଠୁ ଜୋରସୋର ରେ ପ୍ରସ୍ତୁତି ଆରମ୍ଭ ହୋଇ ଗଲାଣି । ତେବେ BCCI ଏଥର ଆଇପିଏଲ ରେ ଆଉ 2 ଟି ଟିମ୍ କୁ ଯୋଗ କରିଛି । ତେବେ RCB ଟିମ୍ ତାର 3 ଜଣ ଖେଳାଳି ଙ୍କୁ ରିଟେନ କରି ସାରିଛି ,ତେବେ ସେ 3 ଜଣ ହେଉଛନ୍ତି ବିରାଟ କୋହଲି , ଗ୍ଲିନ୍ ମ୍ୟାକ୍ସୱେଲ ଏବଂ ମହମ୍ମଦ ସୀରାଜ । 

 

ତେବେ ଏହି ସମୟ ମଧ୍ୟରେ ଦୁନିଆ ର ଏକ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ A B de Villiers ମଧ୍ୟ କ୍ରିକେଟ ର ସମସ୍ତ ଫର୍ମାଟ ରୁ ବିଦାୟ ନେଇଛନ୍ତି । ତେବେ ଏହି ଖବର ଟି ପାଇଁ କେବଳ ବିରାଟ କୋହଲି କି RCB ନିରାଶ ହୋଇ ନାହିଁ ,ଅନେକ କ୍ରିକେଟ ପ୍ରେମୀ ମାନେ ମଧ୍ୟ ନିରାଶ ହୋଇଛନ୍ତି। ତେବେ ବର୍ତ୍ତମାନ ସେହି ଦମଦାର ଖେଳାଳି ଙ୍କୁ ନେଇ RCB ଟିମ୍ ପକ୍ଷରୁ ଏକ ବଡ ଖବର ସାମ୍ନା କୁ ଆସିଛି ।

 

ତେବେ ବର୍ତ୍ତମାନ ସାମ୍ନା କୁ ଆସୁଥିବା ଖବର ରୁ ଏହା ଜଣା ପଡୁଛି ଯେ , A B de Villiers ଯଦିଓ କ୍ରିକେଟ ର ସମସ୍ତ ଫର୍ମାଟ ରୁ ବିଦାୟ ନେଇ ସାରିଛନ୍ତି କିନ୍ତୁ ତଥାପି ମଧ୍ୟ ସେ RCB ସହ ଯୋଡ଼ି ହୋଇ ପାରନ୍ତି । ତେବେ ମିଳିଥିବା ସୂଚନା ଅନୁଯାୟୀ ସେ ବାଙ୍ଗାଲୋର ଟିମ୍ ର ବ୍ୟାଟିଂ କୋଚ୍ ହୋଇ ପାରନ୍ତି । ତେବେ ବର୍ତ୍ତମାନ ସମୟ ରେ ବାଙ୍ଗାଲୋର ଟିମ୍ ର କୋଚ ସଞ୍ଜୟ ବାଙ୍ଗଡ ଏହିପରି ସଂକେତ ଦେଇଛନ୍ତି ।

 

ତେବେ ବନ୍ଧୁଗଣ ବର୍ତ୍ତମାନ ଭାରତ ଏବଂ ନିଉଜଲ୍ୟାଣ୍ଡ ମଧ୍ୟରେ ଟେଷ୍ଟ ସିରୀଜ ଚାଲିଛି । ତେବେ ଏହି ମ୍ୟାଚ୍ ର କମେଣ୍ଟାରି କରୁଥିବା ସମୟ ରେ ସେ ଆକାଶ ଚୋପ୍ରା ଙ୍କୁ ଏହା କହିଛନ୍ତି ଯେ, ଯଦି A B de Villiers ଙ୍କୁ ଟିମ୍ ର ବ୍ୟାଟିଂ କୋଚ୍ କରାଯାଏ ତାହେଲେ ଏହା ସେହି ଟିମ୍ ଏବଂ ଖେଳାଳି ମାନଂକ ପାଇଁ ବହୁତ୍ ଭଲ ସାବ୍ୟସ୍ତ ହେବ । ତେବେ ଯଦି A B de Villiers ଙ୍କୁ ବାଙ୍ଗାଲୋର ଟିମ୍ ର ବ୍ୟାଟିଂ କୋଚ୍ କରାଯାଏ ତାହେଲେ ବିରାଟ କୋହଲି ଙ୍କ ସହିତ ବାକି ଖେଳାଳି ମାନଙ୍କୁ ବ୍ୟାଟିଂ ଟିପ୍ସ ଦେଉଥିବାର ନଜର ଆସିବେ । ତେବେ ବାଙ୍ଗାଲୋର ଟିମ୍ ର କୋଚ ଏହିପରି କଥା କହିଛନ୍ତି କିନ୍ତୁ RCB ଟିମ୍ ମ୍ୟାନେଜମେଣ୍ଟ ତରଫ ରୁ କୌଣସି ସୂଚନା ମିଳିନାହିଁ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *