ପୁଣି ବନ୍ଦ ହେବ School ? ଦେଖନ୍ତୁ ଏ ନେଇ କଣ କହିଲେ ଗଣଶିକ୍ଷା ମନ୍ତ୍ରୀ Samir Ranjan Dash…

 

ଦର୍ଶକ ବନ୍ଧୁ ବର୍ତମାନ ସମୟ ରେ କରୋନା ର ନୂଆ ଭାରିଆଣ୍ଟ ଓମିକ୍ରନ କୁ ନେଇ ସମସ୍ତଙ୍କ ମନ ରେ ପୁଣି ଥରେ ଡର ସୃଷ୍ଟି ହୋଇଛି । ତେବେ ଏହି ଭାରିଆଣ୍ଟ ପାଇଁ ମଧ୍ୟ ସ୍କୁଲ ମାନଙ୍କ ରେ ପାଠପଢ଼ା ରେ ଆଶଙ୍କା ଦେଖା ଦେଲାଣି। ତେବେ ବର୍ତ୍ତମାନ ପୁଣି ସ୍କୁଲ ବନ୍ଦ ହେବା ଭଳି କଥା ଚର୍ଚ୍ଚା ହେବା ସହିତ ଚାରିଆଡେ଼ ମଧ୍ୟ ପ୍ରଚାର ହେଉଛି । 

 

ତେବେ ବର୍ତ୍ତମାନ ସମୟ ରେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ଗୁଜବକୁ ଖଣ୍ଡନ କରି ଏହା କହିଛନ୍ତି ଯେ ,ବର୍ତ୍ତମାନ ସମୟ ରେ କୌଣସି ସ୍କୁଲ ବନ୍ଦ ହେବ ନାହିଁ ଏବଂ ଷଷ୍ଠ ଶ୍ରେଣୀ ରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଶିକ୍ଷାଦାନ ଜାରି ରହିବ।  କିନ୍ତୁ ବର୍ତ୍ତମାନ ସମୟ ରେ ସ୍କୁଲ ଏବଂ କଲେଜ ମାନଙ୍କ ରେ କଟକଣା କୁ ଆହୁରି କଡାକଡି କରାଯିବ ।

 

ସୂଚନା ଯୋଗ୍ୟ କଥା ଏହା ଯେ ,ବର୍ତ୍ତମାନ ପର୍ଯ୍ୟନ୍ତ ବିଶ୍ଵ ର ସମୁଦାୟ 20 ରୁ ଅଧିକ ଦେଶ ମାନଙ୍କ ରେ ଏହି ଓମିକ୍ରନ ବ୍ୟାପିଗଲାଣି । ତେବେ ସେଥିପାଇଁ ଏହାକୁ ଆଖି ଆଗରେ ରଖି ଭାରତ ରେ ମଧ୍ୟ କଟକଣାକୁ ଅଧିକ କଡାକଡ଼ି କରାଯାଉଛି । ତେବେ ବର୍ତ୍ତମାନ ସମୟ ରେ ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ଯେଉଁ ସବୁ ଶ୍ରେଣୀ ର ପିଲା ମାନଙ୍କ ପାଇଁ କ୍ଲାସ ଜାରି ରହିଛି ସେମାନଙ୍କର କ୍ଲାସ ଜାରି ରହିବ କିନ୍ତୁ ଏବେ କଟକଣା କୁ ଅଧିକ ରୁ ଅଧିକ କଡାକଡି କରାଯିବ । 

 

 

ଏହା ସହିତ ମଧ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହା କହିଁଛନ୍ତି ଯେ ,ଏ ପର୍ଯ୍ୟନ୍ତ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ପାଇଁ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ତେବେ ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସିଥିବା କରୋନା ର ଏହି ନୂଆ ଭାରିଆଣ୍ଟ ଓମିକ୍ରନ୍ ଲୋକଙ୍କ ମନରେ ପୁଣି ଥରେ ଆତଙ୍କ ସୃଷ୍ଟି କରିଛି । ତେବେ କରୋନା ର ଏହି ନୂଆ ଭାରିଆଣ୍ଟ ଓମିକ୍ରନ୍ ଟି ପ୍ରଥମେ ଦକ୍ଷିଣ ଆଫ୍ରିକାରୁ ଚିହ୍ନଟ ହୋଇଥିଲା। 

 

ତେବେ କିଛି ବିଶେଷଜ୍ଞ ଏମିତି ବି କହିଛନ୍ତି ଯେ ,ଏହି ଭାରିଆଣ୍ଟ ଟି ଡେଲଟା ଠାରୁ ମଧ୍ୟ ଅଧିକ ମାରା-ତ୍ମ-କ ଅଟେ ଏବଂ ଏମିତିକି ଏହା ଉପରେ ଟିକାର କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ମଧ୍ୟ  କୁହାଯାଉଛି। ତେବେ ସମସ୍ତଙ୍କୁ ବର୍ତ୍ତମାନ ସଚେତନ କରାଯିବା ସହିତ ମାକ୍ସ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଉଛି ।

 

ଶିକ୍ଷା ମନ୍ତ୍ରୀ ଏହା କହୁଛନ୍ତି ଯେ , ପରିସ୍ଥିତି କୁ ଦେଖି କରି ହିଁ ସ୍କୁଲ ବନ୍ଦ ହେବ କି ଖୋଲା ହେବ ତାହା ନିଷ୍ପତ୍ତି ନିଆ ଯିବ। ତେବେ ଆପଣ ମାନେ ଏହି ନୂଆ ଭାରିଆଣ୍ଟକୁ ଡରି ନ ଯାଇ ମାକ୍ସ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟ ରଖନ୍ତୁ । ତେବେ ନିଜକୁ ଏବଂ ନିଜ ପରିବାରକୁ ରକ୍ଷା କରିବା ପାଇଁ, ହାତକୁ ସଠିକ୍ ଭାବରେ ସାନିଟାଇଜ କରନ୍ତୁ ଏବଂ ନିୟମ ର ପାଳନ କରନ୍ତୁ ।

 

 

 

Leave a Reply

Your email address will not be published. Required fields are marked *