ବାତ୍ୟା ଜୱାଦ ପରେ ଆଉ ଏକ ବାତ୍ୟା ସମ୍ଭାବନା । ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଖବର…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଜୱାଦ୍ ପରେ ପୁଣି ମାଡ଼ିଆସୁଚି ଆଉ ଏକ ବାତ୍ୟା ।ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ଷା ହେଉ ବା ବାତ୍ୟା , ସବୁଟି ପ୍ରାକୃତିକ ଘଟଣା । ତେଣୁ ଏଥିରେ କୌଣସି ମନୁଷ୍ୟ ଙ୍କ ର ହାତ ରହି ନଥାଏ । ତେବେ ବର୍ତମାନ ବଙ୍ଗୋପସାଗରରେ ଘନାଉଚି ଆଉ ଏକ ଲଘୁଚାପ । ପାଣିପାଗ ବିଶେଷଜ୍ଞ ଙ୍କ ଯାହା ମତ ରହିଛି ଆଉ ୪ ଦିନ ରେ ଓଡ଼ିଶା ଉପକୂଳରେ ବାତ୍ୟା ସମ୍ଭାବନା । ଉତ୍ତର ପୂର୍ବ ବଙ୍ଗୋପ ସାଗରରେ ସକ୍ରିୟ ରହିଛି ଲଘୁଚାପ କ୍ଷେତ୍ର । ଆସନ୍ତା ୧୨ଘଣ୍ଟାରେ ଏହା ଓଡ଼ିଶା ଉପକୂଳ ରେ ପ୍ରବେଶ କରିବ । କ୍ରମଶଃ ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରି ଅବପାତରେ ପରିଣତ ହେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । 

 

ତେବେ ବର୍ତମାନ ଠୁ ଏହାର ପ୍ରଭାବ ରେ ଆରମ୍ଭ ହୋଇଯାଇଛି ବର୍ଷା ସହିତ ସୁଲୁସୁଲୁ ପବନ । ରାଜ୍ୟରେ ହଠାତ ପାଗରେ ପରିବର୍ତ୍ତନ । ସକାଳୁ ସକାଳୁ ପାଗ କୋହଲା ରହିବା ସହ ସାମାନ୍ୟ ବର୍ଷା ହୋଇଛି । ଉତ୍ତର ପୂର୍ବ ବଙ୍ଗୋପସାଗରରୁ ଉତ୍ତର ବଙ୍ଗୋପସାଗର ଯାଏ ସମୁଦ୍ରପତ୍ତନରୁ ୯୦୦ମିଟର ମଧ୍ୟରେ ଲମ୍ବିଥିବା ନିମ୍ନ ଚାପ ରେଖା ପ୍ରଭାବରେ କୋହଲା ପାଗ ରହିଛି । ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶାର କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ରାଜ୍ୟର ଅଧିକାଂଶ ସ୍ଥାନରେ ପାଗ କୋହଲା ରହିଛି । ରାଜଧାନୀରେ ମଧ୍ୟ ଝିପିଝିପି ବର୍ଷା ଲାଗିଛି । 

 

କୋହଲା ପାଗ ସହ ବର୍ଷା ହେବା ଫଳରେ ଶୀତ ଅନୁଭୂତ ହେଉଛି । ତେବେ ପାଣିପାଗ ବିଶେଷଜ୍ଞ ଙ୍କ ମତ ରେ ଏହା ଏକ ଲଘୁ ଧରଣ ର ବାତ୍ୟା ବୋଲି ଆଶଙ୍କା କରାଯାଇପାରେ । ଆଉ ୪ ଦିନ ପରେ ଏହାର ଗତି ବିଧି ବିଷୟ ରେ କହିହେବ । ତେବେ ଏହା ମଧ୍ୟ ପାଣିପାଗ ବିଶେଷଜ୍ଞ ଙ୍କ ଦ୍ଵାରା ପ୍ରକାଶିତ ଯେ ତେବେ ଲଘୁଚାପ ସୃଷ୍ଟି ହେବା ପରେ ଏହାର ଗତିପଥ ଓ ତୀବ୍ରତା ନେଇ ସଠିକ ସୂଚନା ମିଳିପାରେ । ଏହି ବାତ୍ୟା ଓ ଲଘୁଚାପ ବର୍ଷା ପାଇଁ ଆଲର୍ଟ କଲେ ସ୍ୱତନ୍ତ୍ର ରିଲିଫ କମିସନର । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସ୍ଥିତି ନିରୀକ୍ଷଣ ସହ ଆବଶ୍ୟକ ସ୍ଥଳେ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 

 

ଚାଷୀ ମାନଙ୍କୁ କ୍ଷେତରୁ ଅମଳ ଧାନକୁ ସୁରକ୍ଷିତ ସ୍ଥାନକୁ ନେବା ସହ ଘୋଡ଼ାଇ ରଖିବାକୁ ପରାମର୍ଶ ଦିଆଯାଇଛି । କଟା ଯିବାକୁ ଥିବା ଧାନକୁ ତୁରନ୍ତ କାଟି ସୁରକ୍ଷିତ ନେବାକୁ ପରାମର୍ଶ ଦେଇଛନ୍ତି । ବର୍ଷା କ୍ଷୟକ୍ଷତିରୁ ରୋକିବାକୁ ଧାନ ମଣ୍ଡିରେ ମଧ୍ୟ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ମତ୍ସଜୀବୀ ମାନଙ୍କ ପାଇଁ ସମୁଦ୍ର କୁ ନ ଯିବାପାଇଁ ନିୟମ ଜାରି କରାଯାଇ ନିର୍ଦ୍ଦେଶାବଳୀକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ରହିଛି । ତେବେ ୬ ଟି ଜିଲ୍ଲା କୁ ଲାଲ ସଂକେତ ଦିଆ ଯାଇଛି ଯେ ଏହି ୬ ଜିଲ୍ଲା ରେ ବିଜୁଳି ଘଡଘଡି ସହିତ ବର୍ଷା ର ସମ୍ଭାବନା ରହୁଚି । କୋରାପୁଟ , ମାଲକାନଗିରି , ରାୟଗଡ଼ା , କନ୍ଧମାଳ , କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲା ରେ ବିଜୁଳି ସହିତ ଘଡଘଡି ହୋଇ ବର୍ଷା ହେବାରେ ସମ୍ଭାବନା ରହିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *