ଏବେ ଏବେ ଆସିଲା ବଡ଼ ଦୁଃଖଦ ଖବର । ମେଡିକାଲ ରୁ ମିହିର ଦାସ ଙ୍କୁ ନେଇ… ସିନେ ଜଗତରେ ହାହାକାର…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଓଲିଉଡ ର କାକା ତଥା ଅଭିନେତା ମିହିର ଦାସ ଙ୍କୁ ନେଇ ଆସିଲା ବଡ଼ ଦୁଃଖଦ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଓଲିଉଡର ବରିଷ୍ଠ ଅଭିନେତା ମିହିର ଦାସ ଅସୁସ୍ଥ । ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ କଟକର ଅଶ୍ଵିନୀ ହସ୍ପିଟାଲରେ ହେଲେ ଭର୍ତ୍ତି । ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିବା ସୂଚନା ମିଳିଛି ।  କିଛି ଦିନ ପୂର୍ବରୁ କିଡନୀ ଜନୀତ ରୋଗରେ ଆକ୍ରାନ୍ତ ଥିଲେ ମିହିର ଦାସ । ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ସ୍ବତନ୍ତ୍ର ଡାକ୍ତର ଟିମ୍ । ୨୦୧୯ ମସିହା ଏପ୍ରିଲ ମାସରେ  ମଧ୍ୟ ମିହିର ଦାସ ହଠାତ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ କଟକର ଏକ ଘରୋଇ ଚିିକିତ୍ସାଳୟ ରେ ଭର୍ତ୍ତି କରାଯାଇଥିଲା । ସେତେବେଳେ ତାଙ୍କର କୌଣସି ଗୁରୁତର ସମସ୍ୟା ନଥିବା ସୂଚନା ମିଳିଥିଲା । ଆଜି କିନ୍ତୁ ମିହିର ଦାସଙ୍କ ଗୁରୁତର ଥିବା ଖବର ମିଳିଛି । 

 

ପ୍ରାୟ ଚାରି ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ରରେ ନିଜର ଅଭିନୟ ଯାତ୍ରା ଜାରି ରଖିଥିବା ବହୁମୁଖୀ ଅଭିନୟ ପ୍ରତିଭା ହେଉଛନ୍ତି ମିହିର ଦାସ । ୧୯୮୦ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ରାମାୟଣ’ରେ ସେ ଶତ୍ରୁଘ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇ ସନେ-ଅଭିନୟ ଯାତ୍ରା ଆରମ୍ଭ କରିଥିଲେ । ତେବେ ଓଡ଼ିଆ ଚଳଚ୍ଚିତ୍ର ଓ ଟେଲିଦୁନିଆର ଲୋକପ୍ରିୟ ଅଭିନେତା ମିହିର ଦାସ ଅସୁସ୍ଥ ହୋଇପଡ଼ିଛନ୍ତି । ମିହିର ଦାସଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି ବିଶେଷଜ୍ଞ ଡାକ୍ତରଙ୍କର ଏକ ଟିମ୍ । ତେବେ ବହୁ ଚଳଚିତ୍ର, ଟେଲିଧାରାବାହିକରେ ଅଭିନୟ କରି କୋଟିକୋଟି ଓଡିଶାବାସୀଙ୍କ ହୃଦୟ ଜିଣିପାରିଛନ୍ତି ମିହିର ଦାସ । 

 

ପ୍ରାୟ ୨୦୦ରୁ ଊର୍ଧ୍ୱ ଚଳଚ୍ଚିତ୍ରରେ ନଜର ଆସିଥିବା ମିହିର ନାୟକ, ଖଳନାୟକ, ହାସ୍ୟ ଚରିତ୍ର  ଓ ବିଭିନ୍ନ ଚରିତ୍ର ଅଭିନେତ‌ା ଆଦି ଭୂମିକା ନିଭାଇ ଦର୍ଶକଙ୍କୁ ତାଙ୍କ ଅଭିନୟର ମାଧ୍ୟମ ରେ ବାନ୍ଧି ରଖିଛନ୍ତି । ତାଙ୍କର ଉଲ୍ଲେଖନୀୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ‘ପୁଅ ମୋର ଭୋଳା ଶଙ୍କର’, ‘ସ୍ତ୍ରୀ’, ‘ବାଜି’, ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’, ‘ଅଭିମନ୍ୟୁ’ ‘ଶାଶୂ ହାତକଡ଼ି ଭାଉଜ ବେଡ଼ି’, ‘ଫେରିଆ ମୋ ସୁନା ଭଉଣୀ’, ‘ମିଷ୍ଟର୍‌ ମଜୁନୁ’ ଓ ‘ଅଗସ୍ତ୍ୟ’ ଇତ୍ୟାଦି ରହିଛି । ତାଙ୍କର ପ୍ରଶଂସକ ଓ ଶୁଭେଚ୍ଛୁମହ‌ଲରେ ମିହିରଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି ।ତେବେ ଓଲିଉଡ୍‌ ର କାକା ଭାବେ ପରିଚିତ ଅଭିନେତା ମିହିର ଦାସଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ପିଲା ବେଳେ କଳା ପ୍ରତି ତାଙ୍କର ଦୁର୍ବଳତା ଥିଲା । 

 

ସେ ପ୍ରଥମେ ଆର୍ଟ ଫିଲ୍ମରେ ଅଭିନୟ କରିଥିଲେ । ତାହା ଥିଲା ‘ସ୍କୁଲ୍‌ ମାଷ୍ଟର’ । ଯାହା ତାଙ୍କୁ ଆଗକୁ ବଢ଼ିବା ପାଇଁ ରାସ୍ତା ଦେଖାଇଥିଲା । ତା’ପରେ ସେ ଗୋଟିଏ ପରେ ଗୋଟିଏ ହିଟ୍‌ ବ୍ୟବସାୟିକ ଫିଲ୍ମରେ ଅଭିନୟ କରି ଓଲିଉଡ୍‌ରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଏହାଛଡ଼ା ୧୯୯୯ରେ ବିଧାତା ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ଓ ୨୦୦୭ରେ ‘ମୁଁ ତତେ ଲଭ୍‌ କରୁଛି’ ଫିଲ୍ମ ପାଇଁ ଶ୍ରେଷ୍ଠ ହାସ୍ୟ ଅଭିନେତା ପୁରସ୍କାରରେ ତାଙ୍କୁ ସମ୍ମାନୀତ କରାଯାଇଛି । ତେବେ ଓଲିଉଡରେ ଅନେକ ଚଳଚିତ୍ରରେ ଅଭିନୟ କରି କୋଟିକୋଟି ଓଡିଶାବାସୀଙ୍କ ହୃଦୟ ଜିଣିପାରିଛନ୍ତି ମିହିର ଦାସ । ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା ଖୁବଶୀଘ୍ର ମିହିର ଦାସ ସୁସ୍ଥ ହୋଇ ଫେରିଆସନ୍ତୁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *