ପୁଣି ଡିମ୍ପଲ୍ ଆଉ ସୁମିତଙ୍କ କେସ୍ କୁ ନେଇ ଆସିଲା ଆଉ ଏକ ଟୁଇଷ୍ଟ, ଘରୁ ଏହି ବାହାନା କରି ଫେରାର ହେଲେ ଡାକ୍ତର ସୁମିତ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ଡିମ୍ପଲ୍ ଆଉ ସୁମିତଙ୍କ କେସ୍ କୁ ନେଇ ଆସିଲା ଆଉ ଏକ ଟୁଇଷ୍ଟ, ଘରୁ ଏହି ବାହାନା କରି ଫେରାର ହେଲେ ଡାକ୍ତର ସୁମିତ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବିବାହ କଥା କହିଲେ ସମସ୍ତଙ୍କ ମନରେ ଏକ ପ୍ରକାରର ଖୁସିର ଭାବନା ଆସିଯାଏ। କାହିଁକି ନା ବିବାହ ଘରରେ ବହୁତ ମଜାମସ୍ତି ହୋଇଥାଏ, ବହୁତ ଖୁସି ମଧ୍ୟ ଥାଆନ୍ତି ସମସ୍ତେ। ଏହି ବିବାହ ଦୁଇଟି ମଣିଷର ଜୀବନକୁ ବଦଳାଇ ଦେଇଥାଏ,ବିବାହରେ କେବଳ ଦୁଇଟି ମଣିଷ ଏକାଠି ହୋଇ ନଥାଆନ୍ତି ବରଂ ଦୁଇଟି ପରିବାର ଏକ ହୋଇଥାଆନ୍ତି। ବିବାହକୁ ବି ଆମ ସମାଜରେ ଏକ ପବିତ୍ର ସମ୍ପର୍କ ବୋଲି ମନା ଯାଇଥାଏ। ବିବାହରେ ପୁଅର ଜୀବନ ବଦଳି ଥାଏ, ହେଲେ ସବୁଠାରୁ ବଡ ପରିବର୍ତ୍ତନ ଆସିଥାଏ ଗୋଟିଏ ଝିଅ ପାଖରେ। ଗୋଟିଏ ନିଜର ବାପା,ମାଆ,ଭାଇ,ଭଉଣୀ ସାରା ପରିବାରକୁ ଛାଡି ନୂଆ ଏକ ପରିବାରକୁ ଯାଇଥାଏ, ଅଜଣା ଅଚିହ୍ନା ଲୋକମାନଙ୍କ ସହ ସେ ରହିଥାଏ। 

 

ଥରେ ଭାବିଲେ ଗୋଟିଜ ଝିଅ କେବେ ଗୋଟିଏ ମଣିଷ ଅର୍ଥାତ୍ ତା ସ୍ୱାମୀ ପାଇଁ ନିଜର ରକ୍ତକୁ ପର କରି ଆସିଥାଏ, ଆଉ ଯଦି ସେହି ସ୍ୱାମୀ ହିଁ ତାକୁ ଠିକ୍ ରେ ବୁଝିପାରିନଥାଏ, ବା ତାକୁ କଷ୍ଟ ଦେଇଥାଏ, ଭୁଲ୍ ବୁଝିଥାଏ ତେବେ ସେହି ଝିଅଟିର କଣ ହେବ। ଆମେ ଆଜି ଆପଣଙ୍କୁ ଠିକ୍ ସେହିପରି ଏକ ଘଟଣା ସମ୍ପର୍କରେ କହିବୁ। ଝିଅର ବାହାଘର ହୋଇଥାଆନ୍ତା, ଝିଅ ବଧୂ ବେଶରେ ସଜ ମଧ୍ୟ ହୋଇ ସାରିଥିଲା, ହେଲେ ଶେଷରେ ଯାଇ ନିଜ ବର ଘର ସାମ୍ନାରେ ନିଜ ହକ୍ ପାଇଁ ଧାରଣା ଦେଇଥିଲା। ଏପରି ଏକ ଘଟଣା କିଛି ଦିନ ତଳେ ଦେଖିବାକୁ ମିଳିଥିଲା ଆମ ରାଜ୍ୟର ବ୍ରହ୍ମପୁର ସହରରେ। ଏଠାରେ ଜଣେ ଡାକ୍ତର ଗୋଟିଏ ଝିଅକୁ ଜୋରଜବରଦସ୍ତି କରିବା ପରେ ତାହାକୀ କୋର୍ଟ ମେରେଜ୍ କରିଥିଲେ, ଏବଂ ଏହାପରେ ସେମାନେ ଏକାଠି ମଧ୍ୟ ରହିଥିଲେ। 

 

ହେଲେ ସେମାନଙ୍କର ଏହି ବାହାଘରକୁ ସ୍ୱୀକାର କରିନଥିଲେ ଝିଅର ଶାଶୁ ଶ୍ୱଶୁର। ସେମାନେ ଏକ ବୈଧିକ ରୀତିନୀତିରେ ବାହାଘର ହେଲେ ଝିଅକୁ ଗ୍ରହଣ କରିବେ ବୋଲି ସେମାନେ କହିଥିଲେ। ହେଲେ ସବୁକିଛି ହୋଇସାରିବା ପରେ ପୁଅ ଘରଲୋକ ବରକୁ ନେଇ ଝିଅ ଘରକୁ ଆସିନଥିଲେ। ଏଥିପାଇଁ ଝିଅଟି ନିଜର ହକ୍ ପାଇଁ ଯାଇ ପୁଅ ଘର ସାମ୍ନାରେ ଧାରଣା ଦେଇଥିଲା, ଅନେକ ଦିନ ଧାରଣା ଦେବା ଏହି କଥା କୋର୍ଟରେ ପହଁଞ୍ଚିଥିଲା। 

ଏଠାରେ କୋର୍ଟ ସେମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଯେ, ସେମାନେ ଦୁହେଁ ଅର୍ଥାତ୍ ସ୍ୱାମୀ ସୁମିତ ଏବଂ ସ୍ତ୍ରୀ ଡିମ୍ପଲ୍ ସାତଦିନ ପାଇଁ ଗୋଟିଏ ଘରେ ଏକାଠି ରହିବେ। ସେଠାକୁ କେହିବି ତାଙ୍କୁ ଦେଖା କରିବାକୁ ଯାଇ ପାରିବେ ନାହିଁ, ଏପରିକି ଦୁହିଁଙ୍କ ପରିବାର ଲୋକ ମଧ୍ୟ ନୁହଁ। 

 

ଏପରି ହୋଇଥିଲା ଦୁହେଁ ଏକାଠି ରହିଥିଲେ, ସେମାନଙ୍କ ପାଇଁ ଏକ ଅଲଗା ଘର ନିଆଯାଇଥିଲା ଏବଂ ସେମାନଙ୍କର ସମସ୍ତ କଥା ସରକାର ବୁଝୁଥିଲେ। ସାତ ଦିନର ଦିନ କାଳ ସରିବା ପରେ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ସେମାନେ ଏକାଠି ରହି ପାରିବେ ଏବଂ ସେମାନଙ୍କୁ ସେମାନଙ୍କ ପରିବାର ଲୋକ ଦେଖା କରିପାରିବେ। ହେଲେ ସାତ ଦିନ ପର ଦିନ ସୁମିତ ମେଡିସିନ ଆଣିବା ବାହାନା କରି ଘରୁ ଫେରାର୍ ହୋଇ ଯାଇଛନ୍ତି। କିଛି ମେଡିସିନ୍ ଆଣିବେ କହି ଘରୁ ଯାଇଥିଲେ, ହେଲେ ଆସିବା ଡେରି ହେବାରୁ ଡିମ୍ପଲ୍ ଫୋନ୍ କରିଥିଲେ, କିନ୍ତୁ ଫୋନ୍ ସୁଇଚ୍ ଅଫ୍ ଆସିଥିଲା। ଏହାପରେ ସେ ମେଡିକାଲ କର୍ତୃପକ୍ଷଙ୍କୁ ପଚାରିଥିଲେ ହେଲୃ କିଛିବି ସୁରାଗ ମିଳିନଥିଲା। ଏହାପରେ ଡିମ୍ପଲ୍ ଆସି ଥାନାରେ ଏତଲା ଦେଇଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *