ସହିଦ ରାଣା ପ୍ରତାପ କୁନି ଭାଣିଜୀ କୁ ଠକି ଦେଇଗଲେ ଆରପାରିକୁ । ଦେଖନ୍ତୁ କଣ କହୁଛି ଭାଣିଜୀ…

ଶହୀଦ ରାଣା ପ୍ରତାପ ଙ୍କ ଭାଣିଯି ଙ୍କ କୋହ ଭରା କଣ୍ଠ ରେ ଶୁଣନ୍ତୁ କିଛି ଶୋକ ପ୍ରକାଶ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଶହୀଦ ରାଣା ପ୍ରତାପ ଙ୍କ ଭାଣିଯି ଙ୍କ କୋହ ଭରା କଣ୍ଠ ରେ ଶୁଣନ୍ତୁ କିଛି ଶୋକ ପ୍ରକାଶ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତାମିଲନାଡୁର କୁନ୍ନୁରରେ ଡିସେମ୍ବର ୮ରେ ହୋଇଥିବା ସେନା ହେଲିକପ୍ଟର ଦୁ-ର୍ଘ-ଟ-ଣା ରେ ଶହିଦ ଅନ୍ୟ ୬ ଯବାନଙ୍କ ମ-ର ଦେହ ଚିହ୍ନଟ କରାଯାଇଛି । ଚିହ୍ନଟ କରାଯାଇଥିବା ମୃତଦେହ ଗୁଡିକ ୱିଙ୍ଗ କମାଣ୍ଡର ପିଏସ୍ ଚୌହାନ, ହାବିଲଦାର ପ୍ରଦୀପ ଏ, ଲାଂସ ନାୟକ ବି ସାଇ ତେଜା ଓ ଲାଂସ ନାୟକ ବିବେକ କୁମାରଙ୍କ ମୃତଦେହ ବୋଲି ଭାରତୀୟ ବାୟୁସେନା ପକ୍ଷରୁ ସ୍ପଷ୍ଟ ହୋଇଛି । ବାୟୁସେନାର ସୂଚନା ଅନୁଯାୟୀ, ଚିହ୍ନଟ ହୋଇଥିବା ଯବାନଙ୍କ  ଶରୀରକୁ ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ସଂସ୍କାର କରାଯିବ । ଏହା ପୂର୍ବରୁ ଦିଲ୍ଲୀ କ୍ୟାଂଟର ବେସ ହସ୍ପିଟାଲରେ ପାର୍ଥିବ ଶରୀରକୁ ଶ୍ରଦ୍ଧାଞ୍ଜଳୀ ଦିଆଯିବ । 

 

ଏହାପରେ ମୃତ ଶରୀରକୁ ପରିବାର ଲୋକଙ୍କୁ ଦିଆଯିବ । ତେବେ ତାମିଲନାଡୁ ହେଲିକପ୍ଟର ଦୁ-ର୍ଘ-ଟ-ଣା ରେ ପ୍ରାଣ ହରାଇଥିବା ଓଡ଼ିଆ ଯବାନ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ଆଜି ଭୁବନେଶ୍ୱରରେ ପହଞ୍ଚିଛି । ତାଙ୍କ ମର ଶରୀରକୁ ଚିହ୍ନଟ କରାଯିବା ପରେ ବାୟୁସେନା ଅଧିକାରୀ ରାଣାପ୍ରତାପଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଞ୍ଚିଛି । ବିମାନ ବନ୍ଦରରେ ରାଣାପ୍ରତାପଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ରାଣାପ୍ରତାପଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟମାନେ ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରିଛନ୍ତି । ଆରକ୍ଷୀ ଅଧିକାରୀ ଡିଜି ଅଭୟ ମଧ୍ୟ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ।

 

ବିମାନ ବନ୍ଦରରୁ ପାର୍ଥିବ ଶରୀର ରାଣାପ୍ରତାପଙ୍କ ଜନ୍ମମାଟି ଅନୁଗୋଳ ଜିଲ୍ଲା ତାଳଚେରର କୃଷ୍ଣଚନ୍ଦ୍ରପୁର ଗାଁକୁ ନିଆ ଯାଇଛି । କୃଷ୍ଣଚନ୍ଦ୍ରପୁର ଗାଁରେ ରାଣାପ୍ରତାପଙ୍କ ଅନ୍ତମ ସଂସ୍କାର ସରିଯାଇଚି । ବାୟୁସେନାର ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନ ବନ୍ଦରରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା । ତେବେ ବାୟୁସେନାର ଜୁନିୟର ୱାରେଣ୍ଟ ଅଫିସର ଥିଲେ ରାଣାପ୍ରତାପ ଦାସ । ତାମିଲନାଡୁର କୁନ୍ନୁର ହେଲିକପ୍ଟର ଦୁ-ର୍ଘ-ଟ-ଣା ରେ ରାଣା ପ୍ରାଣ ହରାଇଥିଲେ । ପରିବାର ଲୋକଙ୍କ ଆଖିରୁ ଲୁହ ସୁଖୁନାହି । ଏହି ହେଲିକପ୍ଟର ଘଟଣାରେ ସିଡିଏସ ବିପିନ ରାୱତ, ତାଙ୍କ ପତ୍ନ ମଧୁଲିକାଙ୍କ ସମେତ ୧୩ ଜଣଙ୍କର ପରଲୋକ ହୋଇଥିଲା । ଏହାପୂର୍ବରୁ ଦିଲ୍ଲୀରେ ଏହି ଯବାନମାନଙ୍କୁ ସେନା ପକ୍ଷରୁ ଶେଷ ସମ୍ମାନ ଦିଆ ଯାଇଛି।

 

ଓଡ଼ିଆ ଶହୀଦ ରାଣାପ୍ରତାପ ଦାସଙ୍କ ପାଇଁ ଲୁହ ଝରାଉଛି ରାଜ୍ୟ । ଅନୁଗୁଳର ଏହି ବୀରପୁତ୍ର ଜଣଙ୍କ ଆଜି ନିଜ ଜନ୍ମ ମାଟିରେ ପଞ୍ଚଭୂତରେ ବିଲୀନ ହୋଇଛନ୍ତି । ତେବେ ତାଙ୍କ ଭାଣିଯି କୋହ ଭରା କଣ୍ଠ ରେ କାନ୍ଦି କାନ୍ଦି କହୁଛନ୍ତି ଯେ ମାମୁ ଜାନୁଆରି ରେ ଆସିବେ ଓ ବୁଲାଇ ନେବେ ବୋଲି କହିଥିଲେ । କିଛି ଦିନ ରହିବେ ବୋଲି ମଧ୍ୟ କହିଥିଲେ । କିନ୍ତୁ ମାମୁ ଙ୍କ ମ-ର ଶରୀର ପାଖରେ ଭାଣିଜି ପୁରା ଭାଙ୍ଗି ପଡିଛି । ଛୋଟ ବୟସ ରେ ଥିବା ଏହି ଛୋଟ ଝିଅ ଟିଏ । ସିଡିଏସ୍ ବିପିନ ରାୱତଙ୍କ ସହିତ ଯାଉଥିବା ବେଳେ ହେଲିକପ୍ଟର କ୍ରାସ କାରଣରୁ ୧୩ ଜଣଙ୍କ ନିହତ ହୋଇଥିଲା । ଓଡ଼ିଆ ପୁଅ ରାଣା ପ୍ରତାପ ଏହି ଶହୀଦଙ୍କ ମଧ୍ୟରେ ରହିଥିଲେ । ସିଡିଏସ ବିପିନ ରାୱତ ଏବଂ ପତ୍ନୀ ମଧୁଲିକାଙ୍କ ସହିତ ୧୧ ଜଣ ସେନାଧିକାରୀ ଏହି ଭୟାବହ ଘଟଣାରେ ପ୍ରା-ଣ ହରାଇଥିଲେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *