ପୁଣି ବନ୍ଦ ହେବ School ? ଦେଖନ୍ତୁ ଏ ନେଇ ଏମିତି ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ– ଦେଖନ୍ତୁ Video…

 

ଦୁଇ ବର୍ଷରୁ ଅଧିକ ସମୟ ହେବ କରୋନା ମହାମାରୀ ଦେଶରେ ବଢ଼ିବାରେ ଲାଗିଛି । ଚାକିରୀ ଠାରୁ ଆରଂଭ କରି ପାଠ ପଢା କ୍ଷେତ୍ରରେ ମଧ୍ୟ ଦେଖା ଯାଉଛି କଟକଣା । କିଛି ମାସ ହେବ କରୋନା ଟିକେ ନିୟନ୍ତ୍ରଣ ରେ ରହିବା ପରେ ପୁଣି ବ୍ୟାପୁଛି କରୋନା ଯାହାକୁ ନେଇ ଲୋକଙ୍କ ଚିନ୍ତା ବଢି ଚାଲିଛି। ଧୀରେ ଧୀରେ ନୂଆ ପ୍ରଜାତିର କରୋନା ଦେଶରେ ବ୍ୟାପିବାରେ ଲାଗିଛି ଯାହାକୁ ନେଇ ଦେଶବାସୀ ବହୁତ ଚିନ୍ତାରେ ପଡିଛନ୍ତି । 

 

କରୋନା ର ନୂଆ ପ୍ରଜାତି ଓମିକ୍ରନ ଆସିବା ପରେ ପୁଣି ସ୍କୁଲ ବନ୍ଦ ହେବା ନେଇ ଚାଲିଛି  ଆଶଙ୍କା । କରୋନା ସଂକ୍ରମଣ ବଢ଼ୁଥିବାରୁ ପୁଣି ସ୍କୁଲ କଲେଜ ବନ୍ଦ ହେବ ବୋଲି ସୂଚନା ମିଳୁଛି । ତେବେ ଏହି ସବୁ ଶୁଣା ଯାଉଥିବା କଥାର ଉତ୍ତର ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । 

 

ବର୍ତମାନ ସ୍କୁଲ କଲେଜ ବନ୍ଦ ହେବ ନାହିଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ। ସେ କହିଛନ୍ତି ଯେଉଁ ସବୁ କ୍ଲାସ ଖୋଲଛି ସେହି କ୍ଲାସ ରେ ପାଠ ପଢା ଜାରି ରହିବ ଏବଂ ସବୁ ସ୍କୁଲ ରେ କରୋନା ର କଡ଼ା କଟକଣା ଜାରି ହେବ । ପ୍ରଥମରୁ ପଞ୍ଚମ ଶ୍ରେଣୀ ଯାଏ ସ୍କୁଲ ଖୋଲିବା ନେଇ କୌଣସି ସୂଚନା ଦେଇ ନାହାନ୍ତି ସମୀର ରଞ୍ଜନ ଦାଶ । 

 

ତେବେ ସୂଚନା ଅନୁଯାୟୀ ଦୁଇ ବର୍ଷ ହେବ କରୋନା ଚାଲିଥିବା ଯୋଗୁ ସ୍କୁଲ ବନ୍ଦ ରହିଥିଲା । ଧୀରେ ଧୀରେ ଏହା ହ୍ରାସ ପାଇବାରୁ ପୁଣି ସ୍କୁଲ ଷଷ୍ଠ ରୁ ଦ୍ଵାଦଶ ଯାଏ ଖୋଲା ହୋଇଛି ଏବଂ ପାଠ ପଢ଼ାରେ ଏବେ ଟିକେ ଛାତ୍ରଛାତ୍ରୀ ମାନଙ୍କର ମନ ଲାଗିଛି ଏବଂ ଏବେ ସ୍କୁଲ ବନ୍ଦ ହେବ ନାହିଁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି । କଟକଣା ସହିତ ସ୍କୁଲ ଜାରି ରହିବ । 

 

ତେବେ କରୋନା ର ନୂଆ ପ୍ରଜାତି ଓମିକ୍ରନ୍ ଚଳିତ ବର୍ଷ ନଭେମ୍ବର ମାସର ମଧ୍ୟ ଭାଗରେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହେବା ପରେ ଚାଳିଶି ରୁ ଅଧିକ ରାଜ୍ୟରେ ମଧ୍ୟ ବ୍ୟାପି ବାରେ ଲାଗିଛି।ଆମ ଭାରତରେ ମଧ୍ୟ ଏକୋଇଶି ଜଣ ଓମିକ୍ରନ୍ ରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *