ଆକ୍ସନ ମୋଡ଼ରେ ତପଶ୍ୱନୀ । ଶେଷରେ ନ ସହିପାରି ତପଶ୍ୱନୀ ନେଲେ ବଡ ପଦକ୍ଷେପ ସୁମିତ ଙ୍କ ଉପରେ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଡାକ୍ତର ସ୍ଵାମୀ ସୁମିତଙ୍କ ବଡ ପଦକ୍ଷେପ ନେଲେ ତପଶ୍ୱନୀ । ତେବେ କଣ ରହିଛି ସମ୍ପୂର୍ଣ ଖବର ଚାଲନ୍ତୁ ସେ ବିଷୟରେ ଜାଣିବା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଘଟଣାଟି କିଛି ଏହିପରି ଥିଲାଯେ ନିଜକୁ ବୋହୂ ବୋଲି ଦାବି କରି ତପସ୍ୱିନୀ ବ୍ରହ୍ମପୁର ଦ୍ୱିତୀୟ ଲେନ୍‌ରେ ଥିବା ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଥିଲେ । ଆଉ ଅଭିଯୋଗ କରି କହିଥିଲେ, ସେ ହେଉଛନ୍ତି ଡାକ୍ତର ସୁମିତ ସାହୁଙ୍କ ପତ୍ନୀ । ୨୦୨୦ ମସିହା ସେପ୍ଟେମ୍ବର ୭ ତାରିଖରେ ସୁମିତଙ୍କୁ ସେ କୋର୍ଟ ମ୍ୟାରେଜ କରିଥିଲେ । ଏମିତିକି ବିବାହ ପରେ ସେହି ଶ୍ୱଶୁର ଘରେ ୬ ମାସ ଧରି ବୋହୂ ଭାବେ ରହିଥିଲେ ବୋଲି ଡିମ୍ପଲ କହିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ । 

 

ଏପରିକି ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ମଧ୍ୟ କଥା ରଖିନଥିବାରୁ ଏବେ ଉପାୟ ନପାଇ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେବାକୁ ବାଧ୍ୟ ହୋଇଛି ବୋଲି ତପସ୍ୱିନୀ ଅଭିଯୋଗ କରିଥିଲେ । ଗତ ତିନି ତାରିଖରେ ଏହି ହାଇପ୍ରୋଫାଇଲ୍‌ ମାମଲାର ବିଚାର କରିଥିଲେ ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟ । ଡାକ୍ତର ସୁମିତ ଓ ତପସ୍ୱିନୀଙ୍କୁ ୭ ଦିନ ଆସିକା ଚିନି କଳ ଗେଷ୍ଟ ହାଉସ୍‌ରେ ଏକାଠି ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ଆଉ ସେମାନଙ୍କୁ ବାହାରେ ଜଗିଥିଲେ ଆସକା ଥାନା ଆଇଆଇସି ।  ୭ଦିନ ମଧ୍ୟରେ ଉଭୟଙ୍କୁ କାହା ସହ ଦେଖା ସାକ୍ଷାତ କରିଦିଆଯିବ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସ୍ୱାମୀ-ସ୍ତ୍ରୀ ୭ଦିନ ଧରି ଗୋଟିଏ ଘରେ ରହିବା ପରେ ଗୁରୁବାର ଏସ୍‌ଡିଜେଏମ୍‌ ପୁଣି ଥରେ ଭଡ଼ାଘରେ ଏକତ୍ର ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।

 

ତେବେ ସାତ ଦିନ ଗୋଟିଏ ଘରେ ରହିବା ପରେ ଗତ କାଲି ସକାଳେ ହଠାତ୍‌ କେଉଁ ପଳାଇ ଯାଇଛନ୍ତି ଡାକ୍ତର ସୁମିତ ସାହୁ । ଗେଷ୍ଟ ହାଉସ୍‌ ସମ୍ମୁଖରୁ ଆରକ୍ଷୀ ଅଧିକାରୀ ଙ୍କ କ୍ୟାମ୍ପ ହଟିବା ପରେ ସୁମିତ ଚମ୍ପଟ ମାରିଥିବା ଆଲୋଚନା ହେଉଛି । ସକାଳଠାରୁ ସ୍ୱାମୀ ସୁମିତଙ୍କୁ ନପାଇ କାନ୍ଦୁଛନ୍ତି ପତ୍ନୀ ତପସ୍ୱିନୀ ଓରଫ୍‌ ଡିମ୍ପଲ ଦାଶ । ସେ କହିଛନ୍ତି, ସୁମିତ ମୋତେ ଛାଡ଼ି କୁଆଡ଼େ ପଳାଇଛନ୍ତି । ସକାଳେ କେହି ଜଣେ ଆସି ତାଙ୍କୁ ସ୍କୁଟିରେ ନେଇ ଯାଇଛନ୍ତି । ଆସିକା ଗେଷ୍ଟ ହାଉସରେ ସେ ଏକା ରହିଯାଇଥିବା କହିଛନ୍ତି ତପସ୍ୱିନୀ । ଅଭିଯୋଗରୁ ପ୍ରକାଶ, ଡାକ୍ତର ସୁମିତ ସାହୁ ହେଉଛନ୍ତି ବାଲିସିରା ମେଡ଼ିକାଲ୍‌ର ଡାକ୍ତର । 

 

କାଲି ସକାଳେ ସେ ଡ୍ୟୁଟି ଯାଇଥିଲେ । ମେଡ଼ିକାଲ୍‌ରେ କିଛି ସମୟ ରହିଥିଲେ । ମେଡ଼ିକାଲ୍‌ରେ ରୋଗୀ ମଧ୍ୟ ଦେଖିଥିଲେ । ପରେ ୫ ଦିନ ଛୁଟି ମାଗି ଉପରିସ୍ଥ ଅଧିକାରୀଙ୍କୁ ଦରଖାସ୍ତ ଦେଇଥିଲେ । ଏହା ପରଠାରୁ ସୁମିତଙ୍କ ପତ୍ତା ମିଳୁନାହିଁ । ଏପରିକି ତାଙ୍କ ମୋବାଇଲ୍‌ ଫୋନ୍‌ ବନ୍ଦ ରହିଥିବା ଜଣାପଡ଼ିଛି । ସେପଟେ ସୁମିତଙ୍କ ଓକିଲ କହିଛନ୍ତି, ତାଙ୍କ ଦେହ ଅସୁସ୍ଥ ରହିଛି । ତେବେ ବର୍ତ୍ତମାନ ସେ କେଉଁଠି ଅଛନ୍ତି, ତାହା ଏପର୍ଯ୍ୟନ୍ତ ଜଣାପଡ଼ି ପାରିନାହିଁ । ସେଥିପାଇଁ ଡ଼ିମ୍ପଲ୍ ସକାଳୁ ଭାଇ ସହ ଧାଇଁଯାଇ ସିଧା ଆସିକା ଆଦର୍ଶ ଥାନାରେ ଯାଇ ନିଜ ସ୍ଵାମୀ ସୁମିତଙ୍କ ନାଁରେ ଫେରାର ଅଭିଯୋଗ ଦେଇଛନ୍ତି । ଥାନାବାବୁ ମଧ୍ୟ ଅଭିଯୋଗ ଗ୍ରହଣ କରିଛନ୍ତି ତପସ୍ଵିନୀଙ୍କର ତେବେ ଆଗକୁ କଣ ହେବ ଦେଖିବା ବାକି ରହିଲା ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *