ଥଣ୍ଡା ,କାଶ ଓ କଫ ଭଳି ସମସ୍ୟା ଏଥର ଭଲ ହେବ କେବଳ ଗୋଟେ ଦିନରେ , ଜାଣନ୍ତୁ କେମିତି…

 

ଦର୍ଶକ ବନ୍ଧୁ ସାଧାରଣତଃ ଶୀତ ଦିନ ଆରମ୍ଭ ହେଲେ ଅନେକ ଲୋକ ଙ୍କ ଠାରେ ଥଣ୍ଡା ,କାଶ ଓ କଫ ଭଳି ସମସ୍ୟା ଦେଖା ଯାଇଥାଏ । ସେଥିରୁ ବଞ୍ଚିବା ପାଇଁ ମଧ୍ୟ ଆମେ ଗରମ ଗରମ ଜିନିଷ ର ସେବନ କରିଥାଉ ।ଯାହା ଫଳରେ ଆମକୁ ଗ୍ୟାସ , ଏସିଡିଟି ଭଳି ସମସ୍ୟା ଦେଖା ଦେଇଥାଏ । ତେବେ ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିବୁ ଯାହା ଦ୍ୱାରା ଆପଣ ଏ ସବୁ ପ୍ରକାରର ସମସ୍ୟା ରୁ ଦୂରେଇ ରହି ପାରିବେ ।ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାର ଟି କୁ କିପରି ପ୍ରସ୍ତୁତ କରିବା ।

 

ତେବେ ଏଥିପାଇଁ ଆପଣଙ୍କୁ ପିଜୁଳି ପତ୍ର ର ଆବଶ୍ୟକ ହେବ। ତେବେ ଏହି ପିଜୁଳି ଆମ ସ୍ବାସ୍ଥ୍ୟ ପାଇଁ ବହୁତ୍ ଲାଭ ଦାୟକ ହୋଇଥାଏ। ତେବେ ପିଜୁଳି ପତ୍ର ରେ ଭରପୁର ମାତ୍ରା ରେ ଭିଟାମିନ ସି ଏବଂ ଆଇରନ ଆଦି ରହିଥାଏ ।ତେବେ ଯଦି ଆପଣ ଥଣ୍ଡା ,କାଶ ଭଳି ସମସ୍ୟା ଥିବା ବେଳେ ଏହାର ଚା ବନେଇ ପିଇବେ ତାହେଲେ ଆପଣଙ୍କୁ ତୁରନ୍ତ ଲାଭ ମିଳିବ ।

 

ତେବେ ଏହି ପିଜୁଳି ପତ୍ର ଫାଇବର ରେ ଭରପୁର୍ ହୋଇ ରହିଥାଏ । ତେବେ ଯଦି ଆପଣଙ୍କ କେସ ଜନିତ କୌଣସି ସମସ୍ୟା ରହିଛି ତାହେଲେ ଏଥିପାଇଁ ମଧ୍ୟ ଏହା ବହୁତ୍ ଲାଭ ଦାୟକ ଅଟେ। ତେବେ ପ୍ରଥମେ 5 ରୁ 7 ଟି ପିଜୁଳି ପତ୍ର ଆଣି ତାହାକୁ ପାଣି ରେ ଭଲ ଭାବରେ ସଫା କରନ୍ତୁ ।

 

ପ୍ରଥମେ ଏକ ପାତ୍ର ଗ୍ୟାସ ରେ ବସାନ୍ତୁ ଏବଂ ଏବଂ ଏହା ଆପଣ ସେହି ପାତ୍ର ରେ ଦେଢ଼ ଗ୍ଲାସ୍ ପାଣି ପକାଇ ଦିଅନ୍ତୁ। ଏହାପରେ ଆପଣ ତାହାକୁ ଗରମ ହେବାକୁ ଛାଡ଼ି ଦିଅନ୍ତୁ । ତେବେ ସେହି ପାଣି ଗରମ ହୋଇଯିବା ପରେ ପୂର୍ବ ରୁ ରଖିଥିବା ପିଜୁଳି ପତ୍ର କୁ ଆପଣ ସେଥିରେ ପକାନ୍ତୁ ।ଧ୍ୟାନ ରଖିବେ ଆପଣ ଏଥିରେ ସଂପୂର୍ଣ୍ଣ କଞ୍ଚା ପତ୍ର କୁ ବ୍ୟବହାର କରିବେ ।

 

ତେବେ ପାଣି ରେ ପକାଇ ସାରିବା ପରେ ଆପଣ ତାହାକୁ 8 ରୁ 10 ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ । ତେବେ ଯଦି ଆପଣଙ୍କ ଗଳା ରେ କଫ ଜମି ହୋଇ ଅଛି ତାହେଲେ ଆପଣ ଏଥିରେ 4 ରୁ 5 ଟି ଗୋଲମରିଚ ପକାଇ ଦିଅନ୍ତୁ। ତାହା ପରେ ଆପଣ ସେଥିରେ 3 ରୁ 4 ରୁ ଲବଙ୍ଗ ପକାଇ ଦିଅନ୍ତୁ । ଯେ ପର୍ଯ୍ୟନ୍ତ ପାଣି ଫୁଟି ଫୁଟି ଅଧା ନ ହୋଇଯିବ ସେ ପର୍ଯ୍ୟନ୍ତ ଏହାକୁ ଫୁଟାନ୍ତୁ ଏବଂ ଏହାକୁ ଛାଣି ନିଅନ୍ତୁ ।

 

 ତେବେ ଏହାର ସ୍ଵାଦ ବଢାଇବା ପାଇଁ ମଧ୍ୟ ଏଥିରେ ଅଳ୍ପ ଲେମ୍ବୁ ରସ ମିଶାଇ ପାରିବେ । ତେବେ ଏହାର ପ୍ରଥମ ଥର ସେବନ ଦ୍ଵାରା ହିଁ ଆପଣଙ୍କୁ ଆରାମ ମିଳିବ । ତେବେ ଯଦି ଆପଣ ଏହାକୁ 3 ଦିନ ପର୍ଯ୍ୟନ୍ତ ଦିନକୁ ଦୁଇ ଥର ଲେଖାଏଁ ସେବନ କରିବେ ତାହେଲେ ଦେଖିବେ ଆପଣଙ୍କୁ ଥଣ୍ଡା ,କାଶ ଓ କଫ ଜନିତ ସମସ୍ତ ସମସ୍ୟା ଦୂର ହୋଇଯିବ ।

 

Leave a Reply

Your email address will not be published. Required fields are marked *