ମିହିର ଦାସଙ୍କ ପୁଅ ଅମ୍ଳାନ ବାପାଙ୍କ ଦେହ ଭଲ ହେବା ପାଇଁ ଓଡିଶା ବାସୀ ଙ୍କୁ କଲେ ଏହି ଅନୁରୋଧ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ମିହିର ଦାସ ଙ୍କ ପାଇଁ ପୁଅ ଅମ୍ଳାନ କରିଲେ ଓଡିଶା ବାସୀ ଙ୍କୁ ଅନୁରୋଧ। ଓଡିଶା ବାସୀ ପ୍ରାର୍ଥନା କରନ୍ତୁ, ମୋ ବାପା ଜଲ୍ଦି ଭଲ ହୋଇ ଯାଆନ୍ତୁ”।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଏବେ କିଛିଦିନ ହେବ ଓଲିଉଡର ବରିଷ୍ଠ ତଥା ଦିଗଜ ଅଭିନେତା ମିହିର ଦାସଙ୍କ ସ୍ୱାସ୍ଥ୍ୟ ଗୁରୁତର ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । କଟକର ଏକ ଘରୋଇ ହସ୍ପିଟାଲରେ ଏବେ ସେ ଚିକିତ୍ସିତ ହେଉଛନ୍ତି ।ମଝିରେ ଦୁଇତିନି ଦିନ ଧରି ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ବିଗିଡିବାରେ ଲାଗିଥିଲା । କିନ୍ତୁ ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା କରାଯାଉଥିଲା। ତାଙ୍କ ଅସୁସ୍ଥତା ଖବର ପ୍ରକାଶ ପାଇବା ପରେ ତାଙ୍କର ଶୁଭେଚ୍ଛୁ ଏବଂ ପ୍ରଶଂସକ ମାନେ ତାଙ୍କର ଆଶୁ ଆରୋଗ୍ଯ କାମନା କରୁଛନ୍ତି ।ଏହା ମଧ୍ୟରେ ମିହିର ଦାସଙ୍କ ପୁଅ ଅମ୍ଳାନଙ୍କ ପ୍ରତିକ୍ରିୟା ସାମନାକୁ ଆସିଛି । 

 

ସେ କହିଛନ୍ତି ବାପାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଏବେ ସ୍ଥିର ରହିଛି। ତାଙ୍କର ଦୀର୍ଘଦିନ ଧରି ସୁଗାର୍ ରହିଥିଲା। ତେଣୁ ଏହା କିଡନୀ କୁ ଅଟାକ୍ କଲା।ଆଉ ଏଥିପାଇଁ ଏହା ଜାଣିବା ପରେ ଦୀର୍ଘ ୩ ବର୍ଷ ହେଲା ତାଙ୍କର ଏହି ରୋଗ ପାଇଁ ଡାଇଲିଶିସ ହୋଇ ଆସୁଛି।ଏବେ ତାଙ୍କୁ ଡାକ୍ତରଖାନା ରେ ଭେଣ୍ଟିଲେଟର ରେ ରଖା ଯାଇଛି।ସେ ଶୀଘ୍ର ସୁସ୍ଥ ହୋଇ ଫେରି ଆସିବେ। ଆପଣ ମାନଙ୍କ ଭଲପାଇବା ଏବଂ ଆଶିର୍ବାଦ ପାଇଁ ସେ ବହୁତ୍ ଜଲଦି ସୁସ୍ଥ ହୋଇ ଫେରି ଆସିବେ ବୋଲି ତାଙ୍କ ପୁଅ କହିଛନ୍ତି।

 

ସବୁ ପ୍ରକାର ଅଭିନୟ କରି ବାରେ ବେଶ୍ ମାହିର୍ ଅଭିନେତା ମିହିର ଦାସ୍।ସୁପରଷ୍ଟାର କଳାକାର ମିହିର ଦାସ୍ ଓଡ଼ିଶାର ଜଣେ ଲୋକପ୍ରିୟ ଚେହେରା। ଏହି ଲୋକପ୍ରିୟ ଅଭିନେତା ଙ୍କ ବିଷୟରେ ତ ଆପଣ ଜାଣିଥିବେ। ଓଡ଼ିଆ ସିନେମା ଜଗତକୁ ସେ ଅନେକ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ଆସିଛନ୍ତି। ତାଙ୍କ ଅଭିନୀତ ସିନେମା ସବୁ ସୁପରହିଟ ମଧ୍ୟ ହୋଇଥାଏ। ଜଣେ ସୁପରଷ୍ଟାର ଅଭିନେତା ଭାବରେ ମିହିର ଦାସ୍ କରିଥିବା ସୁପରହିଟ ଫିଲ୍ମ ଦର୍ଶକ ମାନଙ୍କର ବେଶ୍ ପସନ୍ଦ ହୋଇଥାଏ।

 

ଅନେକ ଫିଲ୍ମ୍ ରେ ଦମଦାର ଅଭିନୟ କରି ଲୋକ ଲୋଚନକୁ ଆସିଛନ୍ତି ମିହିର ଦାସ୍। ତାଙ୍କର ବାସ୍ତବ ଅଭିନୟ ସମସ୍ତଙ୍କୁ ଆକର୍ଷିତ କରିଥାଏ। ସବୁ ପ୍ରକାର ଭୂମିକାରେ ସେ ଅଭିନୟ କରିବାରେ ମାହିର ଅଟନ୍ତି।ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଜୀବନ୍ତ ଏବଂ ଆକର୍ଷଣୀୟ ଅଟେ। ଏହିଭଳି ଜଣେ ଅଭିନେତା ଓଡ଼ିଶାର ଅଭିନୟ ଜଗତରେ ଏକ ବିଶେଷ ସ୍ଥାନ ଗ୍ରହଣ କରିଛନ୍ତି। ଓଡ଼ିଆ ସିନେମା ଜଗତ ପାଇଁ ତାଙ୍କର ଅବଦାନ ବେଶ୍ ଗୁରୁତ୍ବପୂର୍ଣ୍ଣ ଅଟେ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *