ଟେଷ୍ଟ କ୍ରିକେଟ ରୁ ସନ୍ୟାସ ନେବେ ରବୀନ୍ଦ୍ର ଜାଡେଜା । ଜାଣନ୍ତୁ କଣ ରହିଛି ଅସଲ ରହସ୍ୟ…

 

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ  ଟିମ୍ ଇଂଡିଆ ର ଜଣେ ବେଷ୍ଟ ଅଲରାଉଣ୍ଡର ତଥା ଷ୍ଟାର୍ କ୍ରିକେଟର ରବିନ୍ଦ୍ର ଜେଡେଜା ଙ୍କ ସହ ବେଶ୍ ଭଲ ଭାବରେ ପରିଚିତ ଅଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଖବର ରୁ ଯାହା ଜଣା ପଡ଼ୁଛି , ରବିନ୍ଦ୍ର ଜେଡେଜା ଟେଷ୍ଟ କ୍ରିକେଟକୁ ସବୁ ଦିନ ପାଇଁ ଅଲବିଦା କହି ପାରନ୍ତି । ତେବେ ଗତ କିଛି ଦିନ ହେବ ରବିନ୍ଦ୍ର ଜେଡେଜା ନିଜର ପ୍ରଦର୍ଶନ ପାଇଁ ବେଶ୍ ଚର୍ଚ୍ଚା ରେ ରହିବା ସହ କ୍ରିକେଟ୍‌ର ୩ ଟି ଫର୍ମାଟ୍‌ରେ ସବୁଠୁ ପ୍ରମୁଖ ଖେଳାଳିଙ୍କ ମଧ୍ୟରେ ସାମିଲ ଅଛନ୍ତି ।

 

ତେବେ ଏହି ଚମତ୍କାରି କ୍ରିକେଟର ରବିନ୍ଦ୍ର ଜେଡେଜା ନିଜର  ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ଦ୍ଵାରା ଟିମ୍ ଇଣ୍ଡିଆ କୁ ଅନେକ ସମୟ ରେ ଅନେକ ଅସୁବିଧା ରୁ ଉଦ୍ଧାର କରିଛନ୍ତି । ତେବେ ଜଣାଇ ରଖୁଛୁ ଯେ, ଗତ କିଛି ଦିନ ହେବ ସେ ଆଘାତ ଥିବା କାରଣ ରୁ ଥରେ ଦୁଇ ଥର ତାଙ୍କୁ ଟିମ୍‌ ଇଣ୍ଡିଆରୁ ଭିତର ବାହାର ହେବାକୁ ପଡ଼ିଛି । ତେବେ ବର୍ତ୍ତମାନ ସମୟ ରେ ଦୈନିକ ଜାଗରଣର ରେ ପ୍ରକାଶ ପାଇଥିବା ଏକ ଖବର ମୂତାବିକ ,ଜାଡେଡା ବର୍ତ୍ତମାନ ସମୟ ରେ ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେବା ବିଷୟରେ ଚିନ୍ତା କରୁଛନ୍ତି ।

 

ତେବେ ପୂର୍ବ ରୁ ହେଉଥିବା ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟି ସିରିଜ୍‌ ରେ ଜାଡେଜା ଆଘାତ ପ୍ରାପ୍ତ ହୋଇଥିଲେ ଏବଂ ସେଥିପାଇଁ ସେ ଟିମ୍ ରୁ ବାହାର ହୋଇ ଯାଇଛନ୍ତି। ଏଥିପାଇଁ ମଧ୍ୟ ଦକ୍ଷିଣ ଆଫ୍ରିକା ଗ୍ରସ୍ଥ ପାଇଁ ସେ ଟିମ୍ ରେ ସ୍ଥାନ ପାଇ ନାହାଁନ୍ତି। ତେବେ ଏହା ମଧ୍ୟ ଜଣା ପଡ଼ୁଛି ଯେ , ସେ ଟେଷ୍ଟ କ୍ରିକେଟକୁ ଅଲବିଦା କହି ପାରନ୍ତି ଏବଂ କେବଳ ୱାନଡେ ଓ ଟି-୨୦ ଫର୍ମାଟରେ ନଜର ଆସିବେ ।

   

 

ତେବେ ଜଣାଇ ରଖୁଛୁ ଯେ , ରବିନ୍ଦ୍ର ଜାଡେଜା ନିଜର ଆନ୍ତର୍ଜାତିୟ କ୍ରିକେଟ କ୍ୟାରିୟର ରେ ଭାରତ ପାଇଁ ସମୁଦାୟ ୫୭ଟି ଟେଷ୍ଟ , ୧୬୮ ଟି ୱାନଡେ  ୫୫ଟି ଟି-୨୦ମ୍ୟାଚ୍‌ ଖେଳିଛନ୍ତି । ତେବେ ଏହି କ୍ରମାନ୍ୱୟରେ ତାଙ୍କ ଖାତା ରେ ସମୁଦାୟ ୨୧୯୫,୨୪୧୧ ଓ ୨୫୬ ରନ୍‌ ରହିଛି । ଏଥି ସହିତ ମଧ୍ୟ ସେ ୩ ଟି ଫର୍ମାଟ ରେ ସମୁଦାୟ ୨୩୨ , ୧୮୮ଓ ୪୬ ୱିକେଟ୍‌ ଅକ୍ତିଆର କରିଛନ୍ତି । ଏହା ସହିତ ମଧ୍ୟ ସେ ନିଜ ଟେଷ୍ଟ କ୍ୟାରିଅର ରେ ଗୋଟେ ଶତକ କରିବା ସହ ୧୭ ଥର ଅର୍ଦ୍ଧ ଶତକ ମଧ୍ୟ କରିଛନ୍ତି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *