ସୁମିତି-ତପଶ୍ୱନି ମାମଲା । ପୁଣି ତପସ୍ୱିନୀ ମାମଲାରେ ନୂଆ ମୋଡ଼ । ଅଡ଼ୁଆ ରେ ପଡ଼ିଗଲେଣି ତପଶ୍ୱନି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ତପସ୍ୱିନୀ ମାମଲାରେ ନୂଆ ମୋଡ଼ । ଲୁଚକାଳି ଖେଳୁଛନ୍ତି ଡାକ୍ତର ସୁମିତ । ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ବିବାଦ ଥମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୧୦ ତାରିଖ ଠାରୁ ଫେରାର ହେବା ପରେ ଏହି ଘଟଣା ନୂଆ ମୋଡ଼ ନେଇଥିଲା । ତେବେ ସୁମିତ ବାଲିସିରାରେ ରହି ଘରଭଡ଼ା ଖୋଜୁଛନ୍ତି ବୋଲି ତାଙ୍କ ଓକିଲ ଗଣମାଧ୍ୟମକୁ ସଫେଇ ଦେଇଥିଲେ । ଏହାପରେ ସମ୍ପୂର୍ଣ୍ଣ ଏକା ହୋଇଯାଇଥିବା ତପସ୍ୱିନୀ ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା ପରେ ସୁମିତ ଦେହ ଅସୁସ୍ଥ ଥିବାର କାରଣ ଦର୍ଶାଇ ୫ ଦିନ  ଛୁଟି ନେଇ ଚାଲି ଯାଇଥିବା ଜଣା ପଡ଼ିଥିଲା । ପୁଣି ଗତକାଲି ମଧ୍ୟ ଆଉ ୫ ଦିନ ପାଇଁ ଛୁଟି ବଢ଼ାଇବା ଆବେଦନ କରି ହସ୍ପିଟାଲ୍ କୁ ଚିଠି ମାଧ୍ୟମରେ ଜଣାଇଛନ୍ତି । 

 

ତେବେ ପୂର୍ବରୁ କୋର୍ଟ ସୁମିତ ଓ ତପସ୍ୱିନୀଙ୍କୁ ୭ ଦିନ ପାଇଁ ଏକାଠି ରହିବାକୁ ନିର୍ଦ୍ଦେଶ ଦେବା ପରେ ଦୁହେଁ ଏକାଠି ରହିଥିଲେ । ଏହାପରେ ଗତ ୯ ତାରିଖରେ କୋର୍ଟରେ ସୁମିତଙ୍କ ପକ୍ଷ ରଖିବାର ଥିଲା । ମାତ୍ର ତାଙ୍କ ଓକିଲ ଆଉ ୭ଦିନ ସମୟ ମାଗିବାରୁ କୋର୍ଟ ତାଙ୍କୁ ସେନେଇ ଅନୁମତି ଦେଇଥିଲେ । ଏହାପରେ ହଠାତ୍ ୧୦ ତାରିଖ ଦିନ ସୁରକ୍ଷା ଅଧିକାରୀଙ୍କ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଥିଲେ । ତପସ୍ୱିନୀ ଏକାଧିକ ଭିଡିଓ ମାଧ୍ୟମରେ ସୁମିତଙ୍କ ନିଖୋଜ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ । ଏପରିକି କେହି ତପସ୍ୱିନୀଙ୍କୁ ସାହାଯ୍ୟ କରୁନଥିବା ସେ ଅଭିଯୋଗ କରିଥିଲେ ।

 

ତପସ୍ୱିନୀଙ୍କ ଦାୟିତ୍ୱ ନେବାକୁ କୋର୍ଟ ସୁମିତଙ୍କୁ ନିର୍ଦ୍ଦେଶ ଦେଇଥିବା ବେଳେ ସେ ତାହାକୁ ଅବମାନନା କରି ଫେରାର ହୋଇଯାଇଥିବା ତପସ୍ୱିନୀ କହିଥିଲେ । ଫେରାର ହୋଇନାହାନ୍ତି ଡାକ୍ତର ସୁମିତ । ଅସୁସ୍ଥତା କାରଣରୁ ସାଙ୍ଗ ଘରେ ନେଉଛନ୍ତି ବିଶ୍ରାମ । ଏନେଇ ନନ୍ଦିଘୋଷ ଟିଭିକୁ ସୂଚନା ଦେଇଛନ୍ତି ସୁମିତଙ୍କ ଓକିଲ । ବ୍ରହ୍ମପୁର ବ୍ରହ୍ମାନଗରର ବୋହୂ ଡିମ୍ପଲଙ୍କ କାହାଣୀରେ ନୂଆ ମୋଡ଼ ନେଇଥିଲା । ଏକାକୀ ଛାଡ଼ି ସ୍ୱାମୀ ଡାକ୍ତର ସୁମିତ କୁଆଡ଼େ ଫେରାର ହୋଇଯାଇଥିବା ଅଭିଯୋଗ କରିଥିଲେ ଡିମ୍ପଲ । ସୁମିତ ସାଙ୍ଗ ଘରେ ଥିବା ନେଇ ସୂଚନା ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ଡିମ୍ପଲ । ସ୍ୱାମୀ କୋର୍ଟଙ୍କ ଅବମାନା କରିଛନ୍ତି, କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ଦେହ ଖରାପ ହେଲେ ସାଙ୍ଗ ଘରେ ନୁହେଁ, ମେଡିକାଲରେ ରହିବା କଥା । ସେ କିଭଳି ସାଙ୍ଗ ଘରକୁ ଗଲେ । 

 

ପୂର୍ବରୁ କହୁଥିଲେ କୋର୍ଟ ନିର୍ଦ୍ଦେଶ ମାନିବି, ଏବେ କାହିଁକି ମାନୁନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ତପସ୍ୱିନୀ । ତେବେ ଏଠାରେ ପ୍ରଶ୍ନ ଉଠୁଛି, ସୁମିତଙ୍କର ଏହି ନିରବତା କ’ଣ ପାଇଁ? କ’ଣ ରହିଛି ତାଙ୍କର ମାନସିକ ସ୍ଥିତି? ପେଶାରେ ଜଣେ ଡାକ୍ତର ସୁମିତ ରୋଗୀଙ୍କର ସମସ୍ୟା ଯେଭଳି ବୁଝନ୍ତି, ଅନୁରୂପ ଭାବେ ନିଜ ଜୀବନର ରୋଗ ବିଷୟରେ କେବେ ସମାଜକୁ କହିବେ? ଫ୍ୟାମିଲି କୋର୍ଟରେ ସୁମିତଙ୍କ ପକ୍ଷରୁ ଆଗତ କରାଯାଇଥିବା ଡିଭୋର୍ସ କେସର କାଉନସେଲିଂ ପାଇଁ ତପସ୍ୱିନୀ ହାଜର ହୋଇଥିଲେ କିନ୍ତୁ ସୁମିତ ଙ୍କ ଦେଖା ଦର୍ଶନ ନଥିଲା । ସୁମିତ କୋର୍ଟଙ୍କ ନିୟମ ଅବମାନନା କରିଥିବାରୁ ତପସ୍ୱିନୀ ଏସଡିଜେଏମ କୋର୍ଟରେ ଏନେଇ ଅଭିଯୋଗ କରିବା ସହ ନକଲ ପ୍ରତିପକ୍ଷ ଓକିଲଙ୍କୁ ପ୍ରଦାନ କରିଛନ୍ତି । ସୁମିତଙ୍କ ଓକିଲ ଏହାର ଜବାବ କ’ଣ ରଖୁଛନ୍ତି ତାହା ଆସନ୍ତା ୧୭ ତାରିଖରେ ଜଣାପଡ଼ିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *