ଆଉ ସହି ପାରିଲେନି ତପଶ୍ୱନୀ କହିଲେ ନିଜର ଶେଷ କଥା । ଦେଖନ୍ତୁ Video କଣ କହିଲେ ତପଶ୍ୱନୀ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଫେରିଲେନି ସୁମିତ, ସ୍ଵାସ୍ଥ୍ୟଗତ କାରଣ ଦର୍ଶାଇ ପୁଣି ଛୁଟି ପାଇଁ ଆବେଦନ । ତପଶ୍ୱନୀ ଗଣମାଧ୍ୟମ କୁ ଜଣେଇଲେ ନିଜର ଶେଷ କଥା ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ସ୍ୱାସ୍ଥ୍ୟଗତ କାରଣରୁ ପୁଣି ଛୁଟି ପାଇଁ ବିଭାଗୀୟ ଅଧିକାରୀଙ୍କୁ ମେଲ୍ ଯୋଗେ ଜଣାଇଛନ୍ତି । ଅଧିକ ସ୍ୱାସ୍ଥ୍ୟ ଖରାପ ଦର୍ଶାଇ ସୁମିତ ଚିକିତ୍ସା ପାଇଁ ଯାଉଛନ୍ତି ବୋଲି ବାଲିସିରା ସିଏଚସି ସୁପରିନଟେଣ୍ଡେଣ୍ଟଙ୍କୁ ଏକ ମେଲ୍ ଦେଇଛନ୍ତି । ଆସିକାର ଏକ ଗେଷ୍ଟହାଉସରୁରୁ ସୁମିତ ଯିବାର ୫ ଦିନ ହୋଇଗଲା । ହେଲେ ଫେରିବାର କିଛି ବି ସୂଚନା ନାହିଁ । ତପସ୍ୱିନୀଙ୍କ ନିକଟରେ  ସୁମିତ ଗେଷ୍ଟ ହାଉସରୁ କେଉଁଆଡେ ଚାଲିଯିବା ପରେ ଥାନାରେ ଅଭିଯୋଗ କରିଥିଲେ ତପସ୍ୱିନୀ । ସୁମିତ ତପସ୍ୱିନୀକୁ ଗେଷ୍ଟହାଉସରେ ଛାଡି ଅଚାନକ ପଳାଇ ଯିବା ଏବଂ ଛୁଟି ସରିଗଲା ପରେ ପୁଣି ଅସୁସ୍ଥ ଦର୍ଶାଇ କାର୍ଯ୍ୟରେ ଯୋଗ ନଦେବା ଘଟଣା ଚର୍ଚ୍ଚାରେ ରହିଛି । 

 

ଏପଟେ ତପସ୍ୱିନୀଙ୍କ ସୁରକ୍ଷା ଆରକ୍ଷୀ ଅଧିକାରୀ ହଟାଇ ଦେଇଥିବା ବେଳେ ଗେଷ୍ଟ ହାଉସ ରହଣି ଖର୍ଚ୍ଚ ତପସ୍ୱିନୀଙ୍କ ମୁଣ୍ଡ ଉପରେ । ଏପଟେ ହକ୍ ପାଇଁ ସେ ଲଢ଼ିବେ ବୋଲି ତପସ୍ୱିନୀ କହିଛନ୍ତି । ତେବେ ଦୀର୍ଘଦିନ ଧରି ନିଜକୁ ବୋହୂ ଦାବି କରି ଶ୍ୱଶୁର ଘର ଆଗରେ ଧାରଣା ଦେଇଥିବା ତପସ୍ୱିନୀଙ୍କ ସପକ୍ଷରେ ବ୍ରହ୍ମପୁର ଏସଡିଜେଏମ କୋର୍ଟ ରାୟ ଶୁଣାଇଥିଲେ । ସପ୍ତାହେ ଯାଏଁ ଉଭୟଙ୍କୁ ଏକାଠି ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ନିର୍ଦ୍ଦେଶ ମାନି ଆସିକା ଚିନିଶିଳ୍ପର ଗେଷ୍ଟହାଉସ୍‌ରେ ରହିଥିଲେ ଉଭୟେ ସୁମିତ ଓ ତପସ୍ବିନୀ । ହେଲେ ସୁମିତ କୋର୍ଟର ନିର୍ଦ୍ଦେଶ କୁ ଅବମାନନା କରି ଫେରାର ହୋଇଯାଇଥିବା ତପସ୍ୱିନୀ ଅଭିଯୋଗ କରିଥିଲେ ।

 

ତେବେ ବନ୍ଧୁଗଣ ତପସ୍ୱିନୀ ଦାଶ ଓ ସୁମିତ ସାହୁଙ୍କ ବିବାଦ ଥମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୧୦ ତାରିଖ ଠାରୁ ଫେରାର ହେବା ପରେ ଏହି ଘଟଣା ନୂଆ ମୋଡ଼ ନେଇଥିଲା । ତେବେ ସୁମିତ ବାଲିସିରାରେ ରହି ଘରଭଡ଼ା ଖୋଜୁଛନ୍ତି ବୋଲି ତାଙ୍କ ଓକିଲ ଗଣମାଧ୍ୟମକୁ ସଫେଇ ଦେଇଥିଲେ । ଏହାପରେ ସମ୍ପୂର୍ଣ୍ଣ ଏକା ହୋଇଯାଇଥିବା ତପସ୍ୱିନୀ ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବା ପରେ ସୁମିତ ଦେହ ଅସୁସ୍ଥ ଥିବାର କାରଣ ଦର୍ଶାଇ ୫ ଦିନ  ଛୁଟି ନେଇ ଚାଲି ଯାଇଥିବା ଜଣା ପଡ଼ିଥିଲା । ପୁଣି ଗତକାଲି ମଧ୍ୟ ଆଉ ୫ ଦିନ ପାଇଁ ଛୁଟି ବଢ଼ାଇବା ଆବେଦନ କରି ହସ୍ପିଟାଲ୍ କୁ ଚିଠି ମାଧ୍ୟମରେ ଜଣାଇଛନ୍ତି । 

 

ତେବେ ପୂର୍ବରୁ କୋର୍ଟ ସୁମିତ ଓ ତପସ୍ୱିନୀଙ୍କୁ ୭ ଦିନ ପାଇଁ ଏକାଠି ରହିବାକୁ ନିର୍ଦ୍ଦେଶ ଦେବା ପରେ ଦୁହେଁ ଏକାଠି ରହିଥିଲେ । ଏହାପରେ ଗତ ୯ ତାରିଖରେ କୋର୍ଟରେ ସୁମିତଙ୍କ ପକ୍ଷ ରଖିବାର ଥିଲା । ମାତ୍ର ତାଙ୍କ ଓକିଲ ଆଉ ୭ଦିନ ସମୟ ମାଗିବାରୁ କୋର୍ଟ ତାଙ୍କୁ ସେନେଇ ଅନୁମତି ଦେଇଥିଲେ । ଏହାପରେ ହଠାତ୍ ୧୦ ତାରିଖ ଦିନ ସୁରକ୍ଷା ଅଧିକାରୀଙ୍କ ଆଖିରେ ଧୂଳି ଦେଇ ଫେରାର ହୋଇଯାଇଥିଲେ । ତପସ୍ୱିନୀ ଏକାଧିକ ଭିଡିଓ ମାଧ୍ୟମରେ ସୁମିତଙ୍କ ନିଖୋଜ ନେଇ ନିଜର ପ୍ରତିକ୍ରିୟା ରଖିଥିଲେ । ଏପରିକି କେହି ତାଙ୍କୁ ସାହାଯ୍ୟ କରୁନଥିବା ନେଇ ମଧ୍ୟ ସେ ଅଭିଯୋଗ କରିଥିଲେ । ତେବେ ସ୍ୱାମୀଙ୍କୁ ଫେରାଇ ନ ଆଣିବା ପର୍ଯ୍ୟନ୍ତ ନ୍ୟାୟ ପାଇଁ ଲଢେଇ ଜାରି ରଖିବେ ବୋଲି ଗଣମାଧ୍ୟମକୁ ତପସ୍ୱିନୀ ଜଣାଇଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *