ସଙ୍ଘର୍ଷ ର ପାର୍ଟ-2 ଆରମ୍ଭ କଲେ ତପଶ୍ୱନୀ । ଫୁଣି କହିଲେ ଏମିତି । ଲଢେଇ ମୁଁ ଲଢ଼ିଚାଲିବି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣିଥରେ ନ୍ୟାୟ ଆଶାରେ ଡାକ୍ତର ସୁମିତ ସାହୁଙ୍କ ଘର ଆଗରେ ଧାରଣା ଦେଲେ ପତ୍ନୀ ତପସ୍ୱିନୀ । ଏବଂ ସାଥୀରେ ପ୍ରମିଳା ମାଉସୀ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବହୁ ଚର୍ଚ୍ଚିତ ଡାକ୍ତର ସୁମିିତ ସାହୁ ଏବଂ ତପସ୍ବିନୀ ଦାସ ମାମଲା ସମାଧାନ ହେବା ବଦଳରେ ଆହୁରି ଜଟିଳ ହେବାରେ ଲାଗିଛି । ଆଜି ବ୍ରହ୍ମପୁର ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ତପସ୍ବିନୀ ଦାଶଙ୍କ ତରଫରୁ ରୁଜୁ କରାଯାଇଥିବା ପିଟିସନ୍‌ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ଏଣୁ ତପସ୍ବିନୀ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ସହିତ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରିଥିଲେ । ସଂଧ୍ୟାରେ ବ୍ରହ୍ମପୁର ଏସ୍‌ଡିଜେଏମ୍‌ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଗତ ମାସ ୨୬ ତାରିଖ ରୁଜୁ ହୋଇଥିବା ପିଟିସନ୍‌ର ଶୁଣାଣି ଆସନ୍ତା ୨୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଶ୍ବଶୁର ଘରେ ରହିବାକୁ ଅନୁରୋଧ କରି ତପସ୍ବିନୀ ପିଟିସନ୍‌ ରୁଜୁ କରିଥିଲେ ।

 

 ସେପଟେ ଡା. ସୁମିତ ସାହୁ କୋର୍ଟଙ୍କ ନିର୍ଦ୍ଦେଶ ଅବମାନା କରିଥିବା ନେଇ ତପସ୍ବିନୀଙ୍କ ଓକିଲ ଦୀପକ ପଟ୍ଟନାୟକ, ପ୍ରଦୀପ କୁମାର ବେହେରା କୋର୍ଟରେ ଆଜି ଆଉ ଏକ ପିଟିସନ୍‌ ରୁଜୁ କରିଥିଲେ । କୋର୍ଟ ନିର୍ଦ୍ଦେଶ ଅବମାନା କରିଥିବା ଯୋଗୁଁ ଡା. ସୁମିତଙ୍କ ବିରୋଧରେ କ୍ରିମିନାଲ୍‌ କେସ୍‌ ରୁଜୁ କରିବାକୁ ଅନୁରୋଧ କରାଯାଇଥିଲା । ଏହା ସହିତ ଡାକ୍ତର ସୁମିତ ପତ୍ନୀ ତପସ୍ବିନୀଙ୍କ ରହିବା ପାଇଁ ବ୍ୟବସ୍ଥା କରି ନାହାନ୍ତି । ଏଣୁ ମାମଲାର ଫଇସଲା ପର୍ଯ୍ୟନ୍ତ ତାଙ୍କୁ ଶ୍ବଶୁର ଘରେ ରହିବାକୁ ଅନୁମତି ଦିଆଯାଉ ଏବଂ ମାସିକ ୫୦ ହଜାର ଟଙ୍କା ଭରଣପୋଷଣ ବାବଦରେ ଅର୍ଥ ଦେବାକୁ ପିଟିସନ୍‌ରେ ଉଲ୍ଲେଖ କରାଯାଇଛି ।

 

ଏହି ପିଟିସନ୍‌ ଶୁଣାଣି କରି କୋର୍ଟ ଥାନାରେ ଅଭିଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହା ସହିତ ପରବର୍ତ୍ତୀ ସମୟରେ କୋର୍ଟରେ ମଧ୍ୟ ପିଟିସନ୍‌ ଆବେଦନ କରି ପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ନିର୍ଦ୍ଦେଶ ଜାରି ହେବା ପରେ ତପସ୍ବିନୀ ପୁଣିଥରେ ମାନସିକ ସ୍ତରରେ ଭାଙ୍ଗି ପଡ଼ିଥିଲେ । ରାତି ପ୍ରାୟ ୯ଟା ବେଳେ ତପସ୍ବିନୀ ସମାଜସେବୀ ପ୍ରମିଳାଙ୍କ ସହିତ ବ୍ରହ୍ମାନଗର ଦ୍ବିତୀୟ ଲାଇନ୍‌ ସ୍ଥିତ ଶ୍ବଶୁର ଘର ଆଗରେ ବସିଛନ୍ତି । ତପସ୍ବିନୀ ନ୍ୟାୟ ପାଇବା ପାଇଁ ପୁଣିଥରେ ତପସ୍ୟା ଆରମ୍ଭ କରିଥିବା ଜନ ସାଧାରଣ ମାନଙ୍କ ମଧ୍ୟରେ ଆଲୋଚନା ହେଉଛି । ତେବେ ସୂଚନା ମୁତାବକ ଗତ ୯ ତାରିଖରେ ବ୍ରହ୍ମପୁର ଏସ୍‌ଡିଜେଏମ୍‌ ତପସ୍ବିନୀଙ୍କ ପିଟିସନ୍‌ ଉପରେ ଶୁଣାଣି କରି ଉଭୟ ସ୍ବାମୀ-ସ୍ତ୍ରୀଙ୍କୁ ଏକାଠି ଭଡ଼ାଘରେ ୭ ଦିନ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । 

 

କିନ୍ତୁ ୧୦ ତାରିଖ ସକାଳୁ ଡା. ସୁମିତ ବାଲିସିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୫ ଦିନର ଛୁଟି ଆବେଦନ କରି କୁଆଡ଼େ ଚାଲି ଯାଇଥିଲେ । ସେ ଗତ ୧୦ତାରିଖରୁ ନିଖୋଜ ରହିଛନ୍ତି । ଦେହ ଅସୁସ୍ଥ ଥିବାରୁ ସେ ଛୁଟିରେ ରହିଥିବା ନେଇ ଗତକାଲି ଏକ ଅଡ଼ିଓ ଟେପ୍‌ ଜାରି କରିଥିଲେ । ହେଲେ ଏପଟେ ବର୍ତ୍ତମାନ ସୁଦ୍ଧା ସେ ସାମ୍ନାକୁ ଆସୁ ନଥିବା ପତ୍ନୀ ତପସ୍ବିନୀ ଅଭିଯୋଗ କରିଛନ୍ତି । ସେ ପ୍ରଥମ ପର୍ଯ୍ୟାୟରେ ୫ଦିନ ଛୁଟି ନେଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ୮ଦିନ ଛୁଟି ନେଇଛନ୍ତି । ସୁମିତ ଫେରୁ ନଥିବାରୁ ବାଧ୍ୟ ହୋଇ ଆଜି ତପସ୍ବିନୀ ଆସିକା ଚିନିକଳ ଆଇବି ଛାଡ଼ିଛନ୍ତି । ଖବର ଆସିଛି ଯେ ସେ ତାଙ୍କର ଜିନିଷପତ୍ର ଧରି ବ୍ରହ୍ମପୁର ଫେରି ବ୍ରହ୍ମାନଗର ସ୍ଥିତ ଶ୍ବଶୁର ଘର ଆଗରେ ବସି ରହିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *