କରୋନା ର ନୂଆ ଭାରିଆଣ୍ଟ ଓମିକ୍ରନ ବଢାଇଲାଣି ଚିନ୍ତା । 100 ପାର ହେଲା ଓମିକ୍ରିନ । ଫୁଣି ଲକଡାଉନ….

 

ଦର୍ଶକ ବନ୍ଧୁ କରୋନା ର ନୂଆ ଭାରିଆଣ୍ଟ ଓମିକ୍ରନ କୁ ନେଇ ବର୍ତ୍ତମାନ ସମୟ ରେ ସାମ୍ନା କୁ ଆସିଛି ଏକ ବଡ ଖବର । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ର ନୂଆ ଭାରିଆଣ୍ଟ ଓମିକ୍ରନ ବିଶ୍ଵ ର 91 ଟି ଦେଶ ରେ ତାର କାୟା ବିସ୍ତାର କରି ସାରିଛି ।ଭାରତ ରେ 100 ପାର କଲା ଅମିକ୍ରିନ । ଦେଶରେ ହେବ ଲକ ଡାଉନ !

ତେବେ ବର୍ତ୍ତମାନ ସମୟ ର ଆକଳନ ରୁ ଏହା ଜଣା ପଡ଼ିଛି ଯେ , ଦେଶ ରେ ବର୍ତ୍ତମାନ ଏହି ନୂଆ ଭାରିଆଣ୍ଟ ଦ୍ଵାରା ଆକ୍ରାନ୍ତ ଙ୍କ ସଂଖ୍ୟା 100 କୁ ପାର  କରିଛି । ତେବେ ସୂଚନା ମୁତାବକ ଦେଶ ର 11 ଟି ରାଷ୍ଟ୍ର ରେ ସଂକ୍ରମଣ ର ସଂଖ୍ୟା 101 ରେ ପହଂଚିଛି। ତେବେ ବର୍ତ୍ତମାନ ସମୟ ରେ ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନ ଏହା ସୂଚନା ଦେଇଛି ଯେ , ଏହି ଓମିକ୍ରନ୍ ର ଚିକିତ୍ସା ପଦ୍ଧତି ବଦଳିବ ନାହିଁ ।ପୂର୍ବରୁ କରୋନା ରୋଗୀ ମାନଂକ ପାଇଁ ଯେଉଁ ଚିକିତ୍ସା ପଦ୍ଧତି ଜାରି ରହିଥିଲା ଆଗକୁ ମଧ୍ୟ ସେହି ଧାରା ଜାରି ରହିବ ।

 

ତେବେ ଏଥି ମଧ୍ୟରେ ୟୁରୋପୀୟ ରାଷ୍ଟ୍ର ମାନଙ୍କରେ ଏହି ସଂକ୍ରମଣ ଦୃତ ମାତ୍ରା ରେ ବଢିବାରେ ଲାଗିଛି । ତେବେ ଦେଶ ରେ ଚିହ୍ନଟ ହୋଇଥିବା ଓମିକ୍ରନ୍ ଆକ୍ରାନ୍ତ ରୋଗୀ ମାନଙ୍କ ମଧ୍ୟରୁ କୌଣସି ବି ବ୍ୟକ୍ତି ବିଦେଶ ରୁ ଆସି ନାହାନ୍ତି ବୋଲି ଜଣା ପଡିଛି । ତେବେ ବର୍ତ୍ତମାନ ICMR ଡିଜି ଡକ୍ଟର ଭାର୍ଗଭ ଏହା କହିଛନ୍ତି ଯେ , ଏବେ ସମୟ ରେ ଜରୁରୀ ନଥିଲେ କୌଣସି ସ୍ଥାନ କୁ ଗସ୍ତ କରନ୍ତୁ ନାହିଁ। ତେବେ ଆଉ ଭିଡ ସ୍ଥାନ କୁ ଯିବା ନାହିଁ ଆଉ ଅଳ୍ପ ଲୋକ ମାନଂକ ମଧ୍ୟରେ ପର୍ବ ପର୍ବାଣୀ ପାଳନ କରିବା । ଏହା ସହିତ ମଧ୍ୟ ସର୍ବଦା ମାଷ୍କ ବ୍ୟବହାର କରିବା ।

 

 ତେବେ ବର୍ତ୍ତମାନ କରୋନା ର ନୂଆ ଭାରିଆଣ୍ଟ ଓମିକ୍ରନ ବିଶ୍ଵ ରେ ଭୟ ବଢ଼ାଉଛି । ତେବେ ବରିଷ୍ଠ ଚିକିତ୍ସକ ଡକ୍ଟର ବିଶ୍ୱଜିତ୍ କର ଏହା କହିଛନ୍ତି ଯେ , ଏହି ଭାରିଆଣ୍ଟ ର ସଂକ୍ରମଣ ହାର ବହୁତ୍ ଅଧିକ ରହିଛି କିନ୍ତୁ ଏହାର ତୀବ୍ରତା ଅର୍ଥାତ୍ ରୋଗୀ ଅଧିକ ସିରିଅସ ହେବା ପରିସ୍ଥିତି ଦେଖା ଦେବ ନାହିଁ । ତେବେ ବର୍ତ୍ତମାନ ସମୟ ରେ ଦକ୍ଷିଣ ଆଫ୍ରିକା ଏବଂ ବ୍ରିଟେନ ସ୍ଥିତି ସାଙ୍ଘାତିକ ହେଉଛି । ଭାରତ ରେ ଅଣାୟତ ହେଉଛି ଧୀରେ ଧୀରେ ଆବଶ୍ୟକ ପଡ଼ିଲେ ଦେଶର ହେବ ତାଲା ବନ୍ଧ ।

 

 ତେବେ ବର୍ତ୍ତମାନ ବ୍ରିଟେନ ରେ ଗୋଟେ ଦିନ ରେ ଆସିଛି 88 ହଜାର 376 ନୂଆ କରୋନା ମାମଲା । ସେହିପରି ବ୍ରିଟେନ ଓମୀକ୍ରନ ଆକ୍ରାନ୍ତ ଙ୍କ ସଂଖ୍ୟା ପାଖାପାଖି 12 ହଜାର ରହିଛି । ତେବେ ଓମିକ୍ରନ କୁ ନେଇ ବ୍ରିଟେନ ରେ ଭୟ ର ବାତାବରଣ ସୃଷ୍ଟି ହୋଇଛି । ସେହିପରି ଦକ୍ଷିଣ ଆଫ୍ରିକା ରେ 24 ଘଣ୍ଟା ମଧ୍ୟରେ 26 ହଜାର 9 ଶହ ନୂଆ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଏହା କୁହାଯାଉଛି ଯେ, ଗୋଷ୍ଠୀ ସଂକ୍ରମଣ ହେଲେ ଡେଲଟା କୁ ମଧ୍ୟ ପଛରେ ପକାଇ ଦେବ ଓମିକ୍ରନ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *