ବଡ ଦୁଃଖଦ ଖବର । ମିହିର ଦାସ ଙ୍କୁ ଆଉ ଦେଖି ପାରିବେନି ଆସର ଆଲୋକ ରେ । ଆଉ କହିବେନି…

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆଉ ଦେଖିପାରିବେନି ଆଶାର ଆଲୋକ ରେ। ସବୁ ଠାରୁ ଲଜ୍ୟା ଜନକ ଘଟଣା।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଏହି କିଛିଦିନ ହେବ ଆମ ଓଡିଶାର ବ୍ରହ୍ମପୁର ସହରର ତପସ୍ୱିନୀ ଆଉ ସୁମିତଙ୍କ ଖବର ରାଜ୍ୟ ସାରା ଲୋକଙ୍କ ମୁହଁରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ବାହାଘର ପାଇଁ ପ୍ରସ୍ତାବ ଦେଇ, ବାହାଘର ପାଇଁ ବଧୂ ବେଶରେ ସଜେଇ ହେଇ ସାରିବା ପରେ ବର ଯାଇନଥିଲା, ଶେଷରେ ବଧୂ ତପସ୍ୱିନୀ ସେହି ବଧୂ ବେଶରେ ହିଁ ଶ୍ୱଶୁରଘର ଆଗରେ ଆସି ଧାରଣା ଦେଲେ। ଅନେକ ଦିନ ଧାରଣା ଦେଲେ, ଗୁରୁବାର ବ୍ରତ ମଧ୍ୟ ସେହି ଘର ବାହାରେ ପାଳନ କରିଲେ ଏବଂ ଏହାପରେ ଏହି କଥା କୋର୍ଟକୁ ଗଲା। ଉଭୟଙ୍କ ଭିତରେ ଦେଖାଦେଇଥିବା ତୀକ୍ତତା ଦୂର କରିବା ପାଇଁ ୭ ଦିନ ଏକାଠି ରହିବାକୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ ନିର୍ଦ୍ଦେଶ ଦେଇଥିଲେ । 

 

କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଉଭୟ ଆସିକା ଚିନିକଳ ଗେଷ୍ଟ ହାଉସରେ ୭ ଦିନ ରହିଥିଲେ। ଜଣାପଡ଼ୁଥିଲା ଉଭୟଙ୍କ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଅଦିନ ଝଡ଼ ଥମି ଯିବ, ହେଲେ ତାହା ହୋଇନଥିଲା।ଆଉ ଏପଟେ ସ୍ତ୍ରୀ ତପସ୍ୱିନୀ ସ୍ତ୍ରୀର ଅଧିକାର ପାଇବା ପାଇଁ ଦୀଘଦିନ ଧରି ଲଢେଇ କରି ଆସୁଛନ୍ତି।କିନ୍ତୁ ସୁମିତ ସବୁବେଳେ ଲୁଚି ରହୁଛନ୍ତି । ଯେଉଁ ଥରେ ଦୁଇ ଥର ବାହାରକୁ ଆସିଛନ୍ତି କେବଳ ଆଇନ ଭାଷାରେ କଥା କହି ପଳେଇ ଯାଇଛନ୍ତି ।ସାତଦିନ ଏକାଠି ରହିବା ପରେ କୋର୍ଟଙ୍କ ଆଦେଶକୁ ଅବମାନନା କରି ତପସ୍ଵିନୀଙ୍କୁ ଗେଷ୍ଟହାଉସରେ ଛାଡି ଫେରାର ହୋଇ ଯାଇଛନ୍ତି ସୁମିତ । 

 

ଆଉ ସେବେ ଠାରୁ ସେ କେଉଁଠି ଅଛନ୍ତି ତାହା କାହାରିକୁ ମଧ୍ୟ ଜଣାନାହିଁ ।ସେପଟେ ତପସ୍ଵିନୀ ସୁମିତଙ୍କ ଘର ଆଗରେ ପୁଣି ଥରେ ଧାରଣାରେ ବସିଛନ୍ତି । ଆଉ ସୁମିତ ଘର ଭିତରରକୁ ଯାଇଥିବା ଏବଂ ରାତି ଅଧାରେ ପାଚେରି ଡେଇଁ ଫେରାର ହୋଇ ଯାଇଥିବା କଥା ମଧ୍ୟ ସେ କହିଛନ୍ତି । ତେବେ ପୋଲିସ ଆଜି କୋର୍ଟଙ୍କ ଆଦେଶ ଅନୁସାରେ ସୁମିତଙ୍କୁ ଖୋଜିବାକୁ ତାଙ୍କ ଘରକୁ ଯାଇଥିଲା । ସୁମିତ ଘରେ ନଥିଲେ । ସୁମିତଙ୍କ ବାପା ଝରକାରୁ ଥାଇ ଆସିକା ଆଇଆଇସି ଙ୍କ ସହ କଥା ହୋଇଥିଲେ।ସୁମିତ କେଉଁଠି ଅଛନ୍ତି ଏବଂ ଜଣେ ସ୍ବାମୀର କର୍ତ୍ତବ୍ୟ କାହିଁକି ତୁଲାଉ ନାହାନ୍ତି ବୋଲି ତାଙ୍କ ବାପାଙ୍କୁ ତାଗିଦ କରିଥିଲା ଆରକ୍ଷୀ ଅଧିକାରୀ। 

 

ବାରମ୍ବାର ପଚାରିବା ପରେ ମଧ୍ୟ ସୁମିତ କେଉଁଠି ଅଛନ୍ତି ଜଣାଇ ନଥିଲେ ତାଙ୍କ ବାପା । ପରେ କଥା ହେବେ କହି ଆଇଆଇସି ଙ୍କ କଥାକୁ ଏଡାଇ ଦେଇଥିଲେ । କୋର୍ଟ ଆଦେଶ ଦେଇଛନ୍ତି ଯେ ସୁମିତ ତପସ୍ଵିନୀଙ୍କୁ ନିଜ ପାଖେ ନେଇ ରଖିବେ ଏବଂ ତାଙ୍କର ସମସ୍ତ ଦାୟିତ୍ଵ ବହନ କରିବେ ।କିନ୍ତୁ ସୁମିତ ନିଜ ଦାୟିତ୍ଵରୁ ମୁହଁ ଲୁଚାଇ ପଳାଉଛନ୍ତି । ସେପଟେ ଏସଡ଼ିଜେଏମ କୋରଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଉପର କୋର୍ଟରେ ଆବେଦନ କରିଛନ୍ତି ସୁମିତଙ୍କ ତରଫରୁ । ସୁମିତ ତପସ୍ଵିନୀଙ୍କ ସହ ଛାଡପତ୍ର ପାଇଁ ଆବେଦନ କରିଥିବାରୁ ତାଙ୍କୁ ତପସ୍ଵିନୀଙ୍କ ସହ ରହିବା ପାଇଁ କୋର୍ଟ ବାଧ୍ୟ କରିପାରିବେ ନାହିଁ ବୋଲି ସେ କହିଛନ୍ତି ।ତପସ୍ଵିନୀ ଶୀତ କାକର ସହି ନ୍ୟାୟ ପାଇବା ଆଶାରେ ସୁମିତଙ୍କ ଘର ଆଗରେ ପଡି ରହିଛନ୍ତି । ତେବେ ଆଉ କେତେଦିନ ଲୁଚିବେ ସୁମିତ ? ଦେଖାଯାଉ ତପସ୍ଵିନୀଙ୍କ ଭାଗ୍ୟରେ କ’ଣ ଲେଖା ହୋଇଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *