ଓଡିଶା ରେ ଏଣ୍ଟ୍ରି କଲା ଓମିକ୍ରନ । ସମସ୍ତେ ଜଣାନ୍ତୁ ଓମିକ୍ରନ ପୂର୍ବରୁ କି କି ଲକ୍ଷଣ ଦେଖା ଯାଇଥାଏ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଚାଲନ୍ତୁ ଜାଣିବା ଓମିକ୍ରନ୍ ସଂକ୍ରମଣ ର ଲକ୍ଷଣ ସମ୍ବନ୍ଧରେ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

କରୋନା ଭୂତାଣରୁ ନୂଆ ଭାରିଆନ୍ଟ ଓମିକ୍ରନକୁ ନେଇ ଏବେ ସାରା ବିଶ୍ବରେ ଭୟର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଭାରତରେ ମଧ୍ୟ ଏହି ଭାରିଆନ୍ଟ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ଏହା ଭାରତରେ ତୃତୀୟ ଲହର ଆଣିପାରେ ବୋଲି କେତେକ ମହଲରେ ମଧ୍ୟ ଆଶଙ୍କା ପ୍ରକାଶ ପାଇଛି । ଏହାର ପ୍ରଭାବ ସମ୍ପର୍କରେ ଏବେ ଭାରତରେ ଅନୁଧ୍ୟାନ ଚାଲିଥିବା ବେଳେ ଏହା ଡେଲଟା ଭାରିଆନ୍ଟ ତୁଳନାରେ କମ୍ ଲକ୍ଷଣଯୁକ୍ତି ବୋଲି ଏ ସମ୍ପର୍କରେ ଅନୁଧ୍ୟାନ କରିଥିବା ଏକ ବିଶେଷଜ୍ଞ ଦଳ କହିଛନ୍ତି । ତେଣୁ ସଂକ୍ରମଣ ଦୃଷ୍ଟିରୁ ଡେଲଟା ଭାରିଆଣ୍ଡ ତୁଳନାରେ ଭାରତରେ ଏହାର ପ୍ରଭାବ କମ ରହିବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ତେବେ ଏହା ପଛରେ ଦୁଇଟି କାରଣ ଥାଇପାରେ ବୋଲି ସେମାନେ କହିଛନ୍ତି । 

 

ପ୍ରଥମତଃ ଏହି ନୂଆ ଭାରିଆନ୍ଟର ପ୍ରଭାବ କମ୍ ଥାଇପାରେ ବୋଲି କୁହାଯାଇଥିବା ବେଳେ ଭାରତରେ ପର୍ଯ୍ୟାପ୍ତ ଟିକାକରଣ ଦ୍ବିତୀୟ କାରଣ ହୋଇପାରେ ବୋଲି କୁହାଯାଇଛି । ଟିକାକରଣକୁ ନେଇ ଏବେ ସହର ଠାରୁ ଭାରତର ଗ୍ରାମାଞ୍ଚଳ ଯାଏଁ ଲୋକଙ୍କ ଶରୀରରେ ରୋଗ ପ୍ରତିଷେଧକ ଶକ୍ତି ରହିଛି । ତେଣୁ ଏହି ଭାରିଆଣ୍ଟ ଦ୍ବାରା କମ୍ ପ୍ରଭାବ ପଡ଼ିପାରେ ବୋଲି ଏହି ବିଶେଷଜ୍ଞ ଦଳ କହିଛନ୍ତି । ବର୍ତ୍ତମାନ ଭାରତରେ ହାରାହାରି ଭାବେ ଲୋକଙ୍କ ପ୍ରତିଷେଧକ ଶକ୍ତି ହାର ୭୦ ରୁ ୮୦ ପ୍ରତିଶତ ରହିଛି ଏପରିକି ବଡ଼ ବଡ଼ ସହରରେ ଏହି ହାର ୯୦ ପ୍ରତିଶତ ରହିଛି । ତେଣୁ କେହି ଓମିକ୍ରନ ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତ ହେଲେ ମଧ୍ୟ ଏଥିପାଇଁ ଲକ୍ଷଣ ପ୍ରକାଶ ପାଇବା କ୍ବଚିତ ବୋଲି କୁହାଯାଇଛି ।

 

ତେବେ କରୋନା ନୂଆ ଭ୍ୟାରିଏଣ୍ଡ ଏବେ ସମସ୍ତଙ୍କର ଚିନ୍ତାର ବିଷୟ ପାଲଟିଛି । ତେବେ ସଚେତନତା ସୃଷ୍ଟି ଲାଗି ଗଣ ମାଧ୍ୟମ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିଜ୍ଞାପନ ମଧ୍ୟ ଜାରି କରା ଯାଉଛି ଓମିକ୍ରନକୁ ନ ଡରି ସତର୍କ ରହିବାକୁ ପରାମର୍ଶ ଦିଆ ଯାଉଛି । ତେବେ ସବୁ ବିଦେଶ ଫେରନ୍ତାକୁ ଠାବ କରିବା ଲାଗି ଜିଲ୍ଲା ମାଇକ୍ରୋ ଲେବୁଲ ପ୍ରଚେଷ୍ଟା ଚାଲି ଥିବା ସ୍ବାସ୍ଥ୍ୟ ନିର୍ଦେଶକ ଡାକ୍ତର ବିଜୟ ମହାପାତ୍ର କହିଛନ୍ତି । ବି-ଶ୍ବ ସ୍ବାସ୍ଥ୍ୟ ସଂଗଠନ ପରାମର୍ଶ ଦେଇଛି ଯେ ଏହି ନୂଆ ଭ୍ୟାରିଏଣ୍ଡ ସହଜରେ ଆକ୍ରାନ୍ତ କରିପାରେ। 

 

କରୋନାର ନୂଆ ଭ୍ୟାରିଏଣ୍ଟ ଚିହ୍ନଟ କ୍ଷେତ୍ରରେ ଦୁଇ ଘଣ୍ଟା ଭିତରେ ବ୍ୟକ୍ତି ଆକ୍ରାନ୍ତ ଅଛି ନା ନାଇଁ ଜାଣି ହେବ ଶୀଘ୍ର ଚିହ୍ନଟ ହେଲେ ଶୀଘ୍ର ଚିକିତ୍ସା ହେବ ବୋଲି ମଧ୍ୟ ଆଶା କରାଯାଉଛି । ବର୍ତ୍ତମାନ ପଦ୍ଧତି ରେ ଓମିକ୍ରନ ସଂକ୍ରମିତ ଜାଣିବାକୁ ୩ ରୁ ୪ ଦିନ ସମୟ ମାଗୁଛି । ତେବେ ଆସନ୍ତୁ ଜାଣିବା ଓମିକ୍ରନରେ ସଂକ୍ରମିତ ହେଲେ କେଉଁ ସବୁ ଲକ୍ଷଣ ଦେଖା ଯାଇ ଥାଏ । ଓମିକ୍ରନ୍ ରୋଗୀଙ୍କ ଠାରେ ପ୍ରାୟତଃ ଥଣ୍ଡା, ନାକ ପ୍ରବାହିତ ହେବା, ମୁଣ୍ଡବିନ୍ଧା, ଗଳା ଯନ୍ତ୍ରଣା ଏବଂ ଛିଙ୍କିବା ଆଦି ଲକ୍ଷଣ ଦେଖା ଯାଏ । ତେବେ ଉପରୋକ୍ତ ଲକ୍ଷଣ ସବୁ ଯଦି ଆପଣଙ୍କ ଶରୀରରେ ଦେଖା ଯାଉଛି ତେବେ ତୁରନ୍ତ ଡାକ୍ତରଖାନା ଯାଇ କୋଭିଡ୍ ପରୀକ୍ଷା କରାଇ ନିଅନ୍ତୁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *