ବଦଳିଲା ବାତ୍ୟା ଲ୍ୟାଣ୍ଡଫଲ ର ତାରିଖ ଏହି ତାରିଖ ହେବ ଲ୍ୟାଣ୍ଡଫଲ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଘନୀଭୂତ ହେବାରେ ବିଳମ୍ୱ କରୁଛି ଲଘୁଚାପ , ଘନୀଭୂତ ହେବାକୁ ଆହୁରି ୩୬ ଘଣ୍ଟା ଆବଶ୍ୟକ ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଏହି ସୁନ୍ଦର ସବୁଜମୟ ପ୍ରକୃତି ରେ ପ୍ରାକୃତିକ ବି-ପ-ର୍ଯ୍ୟ-ୟ କୁ ସାମ୍ନା କରିବା ଅତି ସାଧାରଣ କଥା ହୋଇଗଲାଣି । ବିଶ୍ୱବାସୀ ପ୍ରତି କ୍ଷେତ୍ରରେ ପ୍ରାକୃତିକ ବି-ପ-ର୍ଯ୍ୟ-ୟ ଦ୍ଵାରା ପ୍ରଭାବିତ ହୋଇଥାନ୍ତି । ସାଧାରଣତଃ ପ୍ରକୃତି ଆଗରେ ମନୁଷ୍ୟ ସର୍ବଦା ନତମସ୍ତକ ହୋଇ ରହିଥାଏ । ପ୍ରକୃତିର ଭଲ ପାଇବା ତଥା ତା-ଣ୍ଡ-ବ ରୂପକୁ ମନୁଷ୍ୟ ସହ୍ୟ କରିଥାଏ । ତେବେ ବନ୍ୟା , ବାତ୍ୟା ,ଭୂମିକମ୍ପ , ଝଡ଼ ଆଦିକୁ ଆମେ ପ୍ରାକୃତିକ ବି-ପ-ର୍ଯ୍ୟ-ୟ ବୋଲି କହିଥାଉ । ତେବେ ଏସବୁ ପଛରେ ପ୍ରମୁଖ କାରଣ ହେଉଛି ପରିବେଶ ଓ ମଣିଷ । 

 

ମଣିଷ ନିଜ ସ୍ବା-ର୍ଥ ପୂରଣ ପାଇଁ ପ୍ରକୃତିର ସୁନ୍ଦର ସୃଷ୍ଟିକୁ ବି-ନା-ଶ କରୁଛି । ଯାହାର ଫଳ ସ୍ୱରୂପ ଏହି ପ୍ରାକୃତିକ ବି-ପ-ର୍ଯ୍ୟ-ୟ ଆଦିକୁ ମନୁଷ୍ୟ ଭୋଗ କରୁଛି । ଧରା ପୃଷ୍ଠରେ କେତେବେଳେ ଅନାବୃଷ୍ଟି ତ ପୁଣି କେତେବେଳେ ଅତିବୃଷ୍ଟି ଦେଖିବାକୁ ମିଳୁଛି । ଚଳିତବର୍ଷ ବର୍ଷା ଅଭାବରୁ ଅନେକ ସ୍ଥାନରେ ମରୁଡ଼ି ପରିସ୍ଥିତି ଦେଖିବାକୁ ମିଳୁଥିବା ବେଳେ ଗତ କିଛି ମାସ ହେବ ରାଜ୍ୟରେ ଲଗାଣ ଲଘୁଚାପ ବଶତଃ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ତଥା ବାତ୍ୟା ରେ ସମ୍ମୁଖୀନ ହେବାକୁ ପଡ଼ିଛି । ତେବେ ଚଳିତ ମାସ ଅକ୍ଟୋବର ୧୫ ତାରିଖ ସୁଦ୍ଧା ବଙ୍ଗପୋସାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ବାତ୍ୟା ର ରୂପ ଧାରଣ କରିବ ବୋଲି ଭାରତୀୟ ପାଣିପାଗ ବିଭାଗରୁ ସୂଚିତ କରାଯାଇଛି । 

 

ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଲଘୁଚାପ ରେ ପରିଣତ ହେବାକୁ ଆହୁରି ୩୬ ଘଣ୍ଟା ରହିଛି । IMD ପକ୍ଷରୁ ଏହି ଲଘୁଚାପ ଘନୀଭୂତ ହେବାରେ ବିଳମ୍ୱ କରୁଛି । ପୂର୍ବ ସୂଚନା ଅନୁଯାୟୀ ଅକ୍ଟୋବର ୧୦ ତାରିଖରେ ଏହା ଲଘୁଚାପ ରୂପ ନେବା କଥା ହେଲେ ଏପର୍ଯ୍ୟନ୍ତ କୌଣସି ସ୍ଥିତି ପରିଲକ୍ଷିତ ହୋଇନାହିଁ । ତେବେ ଘୂର୍ଣ୍ଣିବଳୟ ଘନୀଭୂତ ହେବାରେ କାହିଁକି ବିଳମ୍ବ କରୁଛି ଏନେଇ ଅନେକ ପ୍ରଶ୍ନ ଉଠୁଛି । ସୂଚନା ଅନୁଯାୟୀ ଉତ୍ତର ଆଣ୍ଡମାନ ସାଗରରେ ସୃଷ୍ଟି ହେଉଥିବା ଘୂର୍ଣ୍ଣିବଳୟ ଉପରେ ଅନୁଭତ ହେଉଛି କୁଜିୱାର ଇଫେକ୍ଟ । ପାଣିପାଗ ବିଜ୍ଞାନ ରେ ଏହା ଏକ ଜାପାନୀ ଶବ୍ଦ ଅଟେ । ଦକ୍ଷିଣ ଚୀନ୍ ରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଅଧିକ ଶକ୍ତିଶାଳୀ ଥିବାରୁ ଆଣ୍ଡମାନ ସାଗର ରେ ସୃଷ୍ଟି ଘୂର୍ଣ୍ଣିବଳୟ କୁ ବାଧାପ୍ରାପ୍ତ କରୁଛି । 

 

ତେବେ ଏହା ସମୁଦ୍ର ପତ୍ତନ ଠାରୁ ମାତ୍ର ୫.୮ କିମି ଉଚ୍ଚରେ ରହି ଆଉ ଉପରକୁ ଉଠି ପାରୁନାହିଁ ।  ତେବେ ପାଣିପାଗ ବିଶେଷଜ୍ଞ ଙ୍କ ମତ ଅନୁସାରେ ଉତ୍ତର ଆଣ୍ଡମାନ ସାଗରର ସୃଷ୍ଟ ଘୂର୍ଣ୍ଣିବଳୟ ଦକ୍ଷିଣ ଚୀନ୍ ସହ ମିଶିଯିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ଏହି କି ଯେ ଏହି ସାଇକ୍ଲୋନ କେବେ ଓ କେଉଁଠି ଲ୍ୟାଣ୍ଡଫଳ କରିବ ଏହା ସିଦ୍ଧ ହୋଇପାରୁନାହିଁ । ଉତ୍ତର ଆଣ୍ଡମାନ ରେ ସୃଷ୍ଟ ଘୂର୍ଣ୍ଣିବଳୟ ସମୁଦ୍ରରୁ ନିଜର ବଳ କୁ ଏକତ୍ରିତ କରିପାରୁନାହିଁ । ଯଦି ଏହା ବାତ୍ୟା ରୂପ ଧାରଣ କରେ ତେବେ ଓଡ଼ିଶା , ପଶ୍ଚିମବଙ୍ଗ କିମ୍ବା ଓଡ଼ିଶା , ଆନ୍ଧ୍ର ରେ ପ୍ରଭାବ କକାଇବ ବୋଲି ସୂଚିତ କରୁଛି । ଯାହା ବି ହେଲେ ଓଡ଼ିଶା ପ୍ରତି ବାତ୍ୟା ର ବହୁ ଆଶଙ୍କା ରହିଛି ବୋଲି ପାଣିପାଗ ବିଶେଷଜ୍ଞ ସନ୍ଦୀପ ପଟ୍ଟନାୟକ କହିଛନ୍ତି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *