ଓମିକ୍ରନ ପୂର୍ବରୁ କେନ୍ଦ୍ର ସରକାର ଜାରି କଲେ ଗାଇଡ଼ଲାଇନ । ଘରୁ ବାହାରିବା ପୂର୍ବରୁ ଜାଣି ରଖନ୍ତୁ…

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଓମିକ୍ରନ କୁ ନେଇ ଦେଶ ରେ ଭୟ ର ବାତାବରଣ ଖେଳି ଯାଇଛି । ତେବେ ଦର୍ଶକ ବନ୍ଧୁ କରୋନା ର ନୂଆ ପ୍ରଜାତି ଓମିକ୍ରନ ବର୍ତ୍ତମାନ ଦେଶ ରେ ଧୀରେ ଧୀରେ ବ୍ୟାପି ବାରେ ଲାଗିଛି ଆଉ ଏହି ସମୟ ରେ ରାଜ୍ୟ ମାନଂକ ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି କେନ୍ଦ୍ର ସରକାର। ତେବେ ବର୍ତ୍ତମାନ ଓମିକ୍ରନ କୁ ନେଇ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ମାନଙ୍କ ପାଇଁ କେଉଁ ସବୁ ଗାଇଡ ଲାଇନ ଜାରି କରିଛନ୍ତି ଆସନ୍ତୁ ଜାଣି ନେବା ।

 

ତେବେ କେନ୍ଦ୍ର ସରକାର କହିଛନ୍ତି ଯେ ସମସ୍ତେ କୋଭିଡ ନିୟମ ପାଳନ କରନ୍ତୁ ଆଉ ସମସ୍ତ ରାଜ୍ୟ ମାନଙ୍କ ରେ ମଧ୍ୟ ନିୟମ କଡାକଡି କରାଯାଉ । ତେବେ ରାଜ୍ୟ ମାନଙ୍କରେ ସଂକ୍ରମଣ ହାର ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ଏହା ସହିତ ମଧ୍ୟ ଟୀକା କରଣ କୁ ବୃଦ୍ଧି କରିବାକୁ କହିଛନ୍ତି କେନ୍ଦ୍ର ସରକାର ।ତେବେ ଶତ ପ୍ରତିଶତ ଟୀକା କରଣ ନିଶ୍ଚିନ୍ତ କରିବାକୁ କୁହା ଯାଇଛି ।

 

 ଏହା ସହିତ ଘର ଘର ବୁଲି ଟୀକା କରଣ କରାଯିବା ଉପରେ ଅଧିକ ଗୁରୁତ୍ବ ଦିଆ ଯାଇଛି । ତେବେ ଆଗକୁ ନୂଆ ବର୍ଷ ଥିବା ବେଳେ ରାଜ୍ୟ ଗୁଡ଼ିକୁ କଟକଣା ଜାରି କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ତେବେ ନାଇଟ କର୍ଫ୍ୟୁ କରିବା ସହିତ ଭିଡ ନ ହେବା ପ୍ରତି ଧ୍ୟାନ ଦିଆଯିବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସରକାର ।ଏହା ସହିତ ଆଗକୁ ଇଲେକ୍ସନ ଥିବା ରାଜ୍ୟ ଗୁଡ଼ିକ ରେ ଟୀକାକରଣ କରାଯିବା ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି କେନ୍ଦ୍ର ସରକାର। 

 

ତେବେ ବଡ କଥା ଟି ଏହା ଯେ ଓମିକ୍ରନ କୁ କିପରି ମୁକାବିଲା କରାଯିବ ଏ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାର ଙ୍କ ସହିତ ଅଧିକ ରୁ ଅଧିକ ଆଲୋଚନା କରୁଛନ୍ତି । ତେବେ ଏ ସବୁ ଭିତରେ କେନ୍ଦ୍ର ସରକାର ଓମିକ୍ରନ କୁ ନେଇ ରାଜ୍ୟ ମାନଙ୍କ ପାଇଁ ନୂଆ ଗାଇଡ ଲାଇନ ଆଣିବେ ବୋଲି ସୂଚନା ରହିଛି । ତେବେ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ମାନଙ୍କ ପାଇଁ କେଉଁ ସବୁ ଗାଇଡ ଲାଇନ ଜାରି କରିବେ ତାହା ପରବର୍ତ୍ତୀ ସମୟରେ ସ୍ପଷ୍ଟ ହୋଇଯିବ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

 

 

Leave a Reply

Your email address will not be published. Required fields are marked *