ସାବଧାନ ଓମିକ୍ରନ ଭୟ ରେ କରାଗଲା ଲକଡାଉନ – ଜାଣନ୍ତୁ କେଉଁଠି ଆଉ କେଉଁ ସବୁ ନିୟମ ଜାରି ହୋଇଛି …

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଓମିକ୍ରନ ଚିନ୍ତା ବଢ଼ାଇଲାଣି । ତେବେ ବର୍ତ୍ତମାନ ସମୟ ରେ ଦେଶ ରେ ଓମିକ୍ରନ ମାମଲା ଦିନ କୁ ଦିନ ବଢ଼ିବାରେ ଲାଗିଛି । ତେବେ ଦେଶ ରେ ସଂକ୍ରମିତ ମାମଲା 300 ପର୍ଯ୍ୟନ୍ତ ପହଞ୍ଚି ସାରିଲାଣି ଆଉ ଆଗକୁ ମଧ୍ୟ ଏହି ସଂଖ୍ୟା ବଢିବାର ଆଶଙ୍କା ରହିଛି । ତେବେ ସୂଚନା ରୁ ଜଣା ପଡ଼ିଛି ଯେ ବର୍ତ୍ତମାନ ତେଲେଙ୍ଗାନା ରେ ଓମିକ୍ରନ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇ ୩୮ ରେ ପହଂଚିଛି ।

 

ତେବେ ବର୍ତ୍ତମାନ ତେଲେଙ୍ଗାନା ର ଏକ ଗାଁ ରେ ଓମୀକ୍ରନ ର ଭୟ ବଢ଼ି ଯାଇଛି ଆଉ ଏଥିପାଇଁ ମଧ୍ୟ ସେଠାରେ ଲକଡାଉନ କରି ଦିଆଯାଇଛି ।ତେବେ ସେଠାରେ ସରକାର କୌଣସି ଲକଡାଉନ କରି ନାହାଁନ୍ତି। ସେଠାକାର ସ୍ଥାନୀୟ ଗ୍ରାମ ପଞ୍ଚାୟତ ଏହି ନିଷ୍ପତ୍ତି ନେଇ ସ୍ୱତଃପ୍ରବୃତ୍ତ ଭାବେ ଲକଡାଉନ ଘୋଷଣା କରିଛି । ତେବେ ମିଳିଥିବା ସୂଚନା ଅନୁସାରେ ,ନିକଟରେ ଗୁଡେମ ଗାଁରେ ଜଣେ ବ୍ୟକ୍ତି ବିଦେଶ ରୁ ଫେରିଛନ୍ତି । ତେବେ ତାଙ୍କର କରୋନା ବୋଲି ରିପୋର୍ଟ ରୁ ସ୍ପଷ୍ଟ ହୋଇଥିଲା ।

 

ତେବେ ସେହି ବ୍ୟକ୍ତି ଜଣକ ବର୍ତ୍ତମାନ ସମୟ ରେ ଓମିକ୍ରନ ଭେରିଏଣ୍ଟ ରେ ସଂକ୍ରମିତ ଥିବାର ଜଣାପଡିଛି । ଏଥିପାଇଁ ମଧ୍ୟ ଅଧିକାରୀ ମାନେ ଗାଁରେ ପହଞ୍ଚି ଥିଲେ ଆଉ ୬୪ ଜଣ ଙ୍କ ନମୁନା ସଂଗ୍ରହ କରିଛନ୍ତି । ତେବେ ଏହି ବ୍ୟକ୍ତି ଙ୍କ ମାଆ ମଧ୍ୟ କରୋନା ରେ ସଂକ୍ରମିତ ବୋଲି ଜଣା ପଡିଛି କିନ୍ତୁ ସେ ଓମିକ୍ରନ ଭେରିଏଣ୍ଟ କି ନୁହେଁ ଜଣା ପଡ଼ି ନାହିଁ ।

 

 

ତେବେ ଯେହେତୁ ଏହି ଓମିକ୍ରନ ଭେରିଏଣ୍ଟ ଅନ୍ୟ ଭେରିଏଣ୍ଟ ତୁଳନାରେ ବହୁତ୍ ଶୀଘ୍ର ବ୍ୟାପିବାରେ ଲାଗୁଛି ସେଥିପାଇଁ ଗ୍ରାମ ପଞ୍ଚାୟତ ୧୦ ଦିନ ଲକଡାଉନ କରାଯିବ ବୋଲି ନିଷ୍ପତ୍ତି ନେଇଛି । ତେବେ ସେଠାକାର ଲୋକ ମାନେ ଏହି 10 ଦିନ ପର୍ଯ୍ୟନ୍ତ ଘରୁ ବାହାରକୁ ଯିବେ ନାହିଁ । ଏହା ସହିତ ମଧ୍ୟ ସେଠାକାର ଦୋକାନ ବଜାର ବନ୍ଦ ରହିବ । ତେବେ ବର୍ତ୍ତମାନ ତେଲେଙ୍ଗାନା ରେ ତୀବ୍ର ଗତି ରେ ବୃଦ୍ଧି ପାଉଛି ଓମିକ୍ରନ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

 

Leave a Reply

Your email address will not be published. Required fields are marked *