ତପଶ୍ୱନୀ ସୁମିତ କେସ ନେଲା ନୂଆ ମୋଡ଼ । ତପଶ୍ୱନୀ ଙ୍କୁ ମିଳିଲା ଗ୍ରୀନ ସିଗନାଲ….

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ତପସ୍ୱିନୀ-ସୁମିତ ବି-ବା-ଦ ଘଟଣାରେ ନୂଆ ମୋଡ଼ । ତପସ୍ୱିନୀଙ୍କ ସପକ୍ଷରେ ସବୁଜ ସଙ୍କେତ ଦେଲା ଏସ୍‌ଡିଜେଏମ୍‌ କୋର୍ଟ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କେବେ ପୂର୍ଣ୍ଣଚ୍ଛେଦ ପଡିବ ବ୍ରହ୍ମପୁରର ବହୁ ଚର୍ଚ୍ଚିତ ସୁମିତ୍ ଓ ତପସ୍ଵିନୀ କେସରେ । ଦିନକୁ ଦିନ ନୂଆ ନୂଆ ମୋଡ଼ ନେଉଛି ଏହି ପାରିବାରିକ ବି-ବା-ଦ । ଏହି ଧାରାରେ ବ୍ରହ୍ମପୁରର ସହରର କେତେକ ମହିଳା ତପସ୍ଵିନୀଙ୍କୁ ନ୍ୟାୟ ଦେବା ପାଇଁ ସୁମିତଙ୍କର ଘରେ ଧସେଇ ପଶିଥିଲେ । ଆଉ ଏହାକୁ ନେଇ ବର୍ତ୍ତମାନ ଏକ ତୁମ୍ବିତୋଫାନ ସୃଷ୍ଟି ହୋଇଛି । ଡାକ୍ତର ସୁମିତ-ତପସ୍ୱିନୀଙ୍କ ପାରିବାରିକ ବି-ବା-ଦ ବର୍ତ୍ତମାନ ନୂଆ ଦିଗକୁ ଗତି କରିଛି । ସୁମିତଙ୍କର ଘରେ କେତେକ ମହିଳା ଧସେଇ ପଶିବା ପରେ ସୁମିତଙ୍କ ବାପା ଅନଲାଇନ୍ ଜରିଆରେ ଥାନାରେ ଏତଲା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ୨୦ ତାରିଖ ରାତିରେ ଏକାଧିକ ମହିଳା ସୁମିତଙ୍କର ଘରକୁ ପଶିଆସିଥିଲେ । ତାଙ୍କର ଘର ଗେଟ୍ ମଧ୍ୟ ଭାଙ୍ଗି ଦେଇଥିଲେ । 

 

ଏହାକୁ ନେଇ ସୁମିତଙ୍କ ବାପା ଥାନାକୁ ଅନଲାଇନ ଜରିଆରେ ପହଞ୍ଚି ଯାଇଥିଲେ । ଦୀର୍ଘ ଦୁଇ ମାସରୁ ଅଧିକ ସମୟ ହେବ ଚର୍ଚ୍ଚାରେ ରହିଛି ତପସ୍ଵିନୀ – ସୁମିତଙ୍କର ପାରିବାରିକ ବି-ବା-ଦ । ଦିନ ପରେ ଦିନ ଗଡୁଥିବା ବେଳେ ଏମାନଙ୍କର ବି-ବା-ଦ ର କୌଣସି ସମାଧାନର ବାଟ ବାହାରୁନି । ଗୋଟିଏ ମାମଲା ଉପରେ ଆଉ ଗୋଟିଏ ମାମଲା ହେଉଛି । ସେହିଭଳି ପିଟିସନ ପରେ ପିଟିସନ ବି ଦାଖଲ ହେଉଛି । କିନ୍ତୁ ସମାଧାନର ବାଟ ଫିଟୁନି । ଆଉ ଏହାରି ମଧ୍ୟରେ ତପସ୍ୱିନୀଙ୍କୁ ଗତ କାଲି ଏକ ଝଟକା ଦେଇଛନ୍ତି କୋର୍ଟ । ସ୍ୱାମୀ ଅବହେଳିତ ଅବସ୍ଥାରେ ଛାଡ଼ି ଚାଲି ଯାଇଥିବା ବେଳେ ଶ୍ୱଶୁର ଘରେ ରହିବା ନିମନ୍ତେ ଅନୁମତି ଦେବାକୁ ତପସ୍ୱିନୀ ଗତ ୧୭ ତାରିଖରେ ଏସ୍‌ଡିଜେଏମ୍‌ କୋର୍ଟରେ ପିଟିସିନ ଦାଖଲ କରିଥିଲେ । 

 

ହେଲେ ତପସ୍ୱିନୀଙ୍କର ଏହି ପିଟିସିନକୁ ଡିସେମ୍ବର ୨୩ ରେ ଏସ୍‌ଡିଜେଏମ୍‌ କୋର୍ଟ ଖାରଜ କରିଦେଇଛନ୍ତି । ଫଳରେ ତପସ୍ୱିନୀଙ୍କୁ ଶକ୍ତ ଧକ୍କା ଲାଗିଛି । ତେବେ ଏସ୍‌ଡିଜେଏମ୍‌ କୋର୍ଟଙ୍କ ରାୟ ବିରୋଧରେ ତପସ୍ୱିନୀଙ୍କ ଓକିଲ ଦୀପକ ପଟ୍ଟନାୟକ ଜିଲ୍ଲା ଜଜ୍‌ କୋର୍ଟରେ ଆବେଦନ କରିଛନ୍ତି । ଦୀପକ ପଟ୍ଟନାୟକ କହିଛନ୍ତି, ତପସ୍ୱିନୀଙ୍କୁ ଘର ଭଡ଼ା ନେଇ ରଖିବା ସହ ତାଙ୍କର ସମସ୍ତ ଦାୟିତ୍ୱ ତୁଲାଇବା ନିମନ୍ତେ ଗତ ୯ ତାରିଖରେ ଏସ୍‌ଡିଜେଏମ୍‌ କୋର୍ଟ ଡାକ୍ତର ସୁମିତଙ୍କୁ ଆଦେଶ ଦେଇଥିଲେ ।  କିନ୍ତୁ ୧୦ ତାରିଖରେ ସୁମିତ ପତ୍ନୀଙ୍କୁ ଅବହେଳିତ ଅବସ୍ଥାରେ ଆସିକା ଚିନି କଳ ଗେଷ୍ଟ ହାଉସ୍‌ରେ ଛାଡ଼ି ପଳାଇଥିଲେ । ଏନେଇ ୧୩ ତାରିଖରେ ତପସ୍ୱିନୀ ଆସିକା ଥାନାରେ ସ୍ୱାମୀ ନିଖୋଜ ନେଇ ଅଭିଯୋଗ କଲେ । 

 

କିନ୍ତୁ ଆରକ୍ଷୀ ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ କଲାନି । ଏହାପରେ ୧୭ ତାରିଖରେ ଆଉ ଏକ ପିଟିସନ ଫାଇଲ କରି ତପସ୍ୱିନୀ ଶ୍ୱଶୁର ଘରେ ରହିବାକୁ ଅନୁମତି ମାଗିଥିଲେ । ଏସ୍‌ଡିଜେଏମ୍‌ କୋର୍ଟ ଏହାକୁ ଖାରଜ କରି ପୁରୁଣା ଆଦେଶ ଦୋହରାଇଥିଲେ, ଯେଉଁଥିରେ ଡାକ୍ତର ସୁମିତଙ୍କୁ ତପସ୍ୱିନୀଙ୍କ ଦାୟିତ୍ୱ ନେବାକୁ କୁହାଯାଇଛି । କିନ୍ତୁ ଏସ୍‌ଡିଜେଏମ୍‌ କୋର୍ଟଙ୍କ ଆଦେଶକୁ ଡାକ୍ତର ସୁମିତ ଅବମାନନା କରି ଆସୁଛନ୍ତି । ଏସ୍‌ଡିଜେଏମ୍‌ କୋର୍ଟଙ୍କ ରାୟ ବିରୋଧରେ ତପସ୍ୱିନୀ ଜିଲ୍ଲା ଜଜ୍‌ କୋର୍ଟରେ ଅପିଲ୍ କରିଥିବା ବେଳେ ସୁମିତ ମଧ୍ୟ ଜିଲ୍ଲା ଜଜ୍‌ କୋର୍ଟରେ ପିଟିସନ ଫାଇଲ କରିଛନ୍ତି । ଆସନ୍ତା ୨୭ ତାରିଖରେ ଉଭୟ ପକ୍ଷଙ୍କ ଶୁଣାଣି ରହିଛି । ତେବେ ଆସନ୍ତା ୨୭ ତାରିଖରେ ଜିଲ୍ଲା ଜଜ୍‌ କୋର୍ଟ କଣ ରାୟ ଶୁଣାଉଛନ୍ତି ତାହା ଶୁଣିବାକୁ ରାଜ୍ୟବାସୀ ଅପେକ୍ଷା କରିଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *