ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର, ପୁଣି ହେବ ପ୍ରବଳ ବର୍ଷା, ଦେଖନ୍ତୁ କେଉଁ କେଉଁ ଜିଲ୍ଲାରେ ଅଧିକ ବର୍ଷା ହେବ…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ବଙ୍ଗୋପସାଗରରେ ପୁଣି ସୃଷ୍ଟି ହେଲା ଆଉ ଏକ ଲଘୁଚାପ କ୍ଷେତ୍ର, ପୁଣି ହେବ ପ୍ରବଳ ବର୍ଷା, ଦେଖନ୍ତୁ କେଉଁ କେଉଁ ଜିଲ୍ଲାରେ ଅଧିକ ବର୍ଷା ହେବ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଏହି ବର୍ଷ ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ଲୋକମାନଙ୍କ ଜୀବନକୁ ଅସ୍ତବ୍ୟସ୍ତ କରି ରଖି ଦେଇଛି। ବର୍ଷ ଆରମ୍ଭରୁ ହିଁ ଗୋଟିଏ ପରେ ଗୋଟିଏ ବାତ୍ୟା ଏବଂ ଲଘୁଚାପ ଦେଖିବାକୁ ମିଳୁଛି। ଅଦିନରେ ବର୍ଷା ଏବଂ ଅତି ପ୍ରବଳ ବର୍ଷା କାରଣରୁ ଲୋକମାନେ ନାନା ବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ଲଘୁଚାପ ନଜାଉଣୁ ଆଉ ଏକ ଲଘୁଚାପ ବଙ୍ଗୋପସାଗର ରେ ଦାନା ବାନ୍ଧିବାରେ ଲାଗିଛି । କିଛି ଦିନ ମଧ୍ୟରେ ଏହା ପୁଣି ଥରେ ବାତ୍ୟା ର ରୂପ ନେଇ ପାରେ । 

 

ତେବେ ଏହା ଚାଷୀ ମାନଙ୍କ ପାଇଁ ଆଉ ଏକ ଚେଲେଞ ର ବିଷୟ ଆସିପହଁଚିଛି । କାରଣ ବାତ୍ୟା ଜୱାଦ କାରଣ ରୁ ହୋଇଥିବା ବର୍ଷା ପାଇଁ ଏବେ ବି ଚାଷୀ ଭାଈ ମାନେ ହନ୍ତସନ୍ତ ହେଉଛନ୍ତି। ଧାନ ଅମଳ ସମୟରେ ଏହି ବର୍ଷା ହୋଇଥିଲା ଯାହା ଦ୍ୱାରା କି ଲୋକମାନଙ୍କର ଧାନ ବହୁ ମାତ୍ରାରେ ନଷ୍ଟ ହୋଇଥିଲା। ଆଗକୁ ଆସୁଥିବା ଲଘୁଚାପକୁ ନେଇ ଏହି ଭଳି କିଛି ଆକଳନ କରିଛି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ।

 

ଆସନ୍ତା କାଲି କିଛି ଜିଲ୍ଲା ମାନଙ୍କରେ ହାଲୁକା ରୁ ମଧ୍ୟମ ଧରଣ ର ବର୍ଷା ହେବ ବୋଲି ଆକଳନ କରିଛି । ଜୱାଦ ପ୍ରଭାବ ରେ ରାଜ୍ୟରେ ଧାନ ଫସଲ ଏବଂ ପନିପରିବା ଫସଲ ପ୍ରଚୁର ମାତ୍ରା ରେ କ୍ଷେତି ହୋଇଛି । ସେହି ବେଳେ ବାତ୍ୟା ଜୱାଦ ସମୁଦ୍ର ମଧ୍ୟରେ ସଂମ୍ପର୍ଣ୍ଣ ଭାବେ ଲୀନ ନହେଉଣୁ ପୁଣି ଥରେ ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି । ଏହି ନେଇ ଆକଳନ କରିଛନ୍ତି ପ୍ରଫେସର ମୃତ୍ୟୁଞୟ ମହାପାତ୍ର ।ଜଳବନ୍ଦୀ ଜମିରେ ଧାନ ବୁଡି ରହିଥିବା ଯୋଗୁଁ ରାଜ୍ୟରେ ଧାନର ଗୁଣବତ୍ତା ମଧ୍ୟ କମି ଯିବାର ଆଶଙ୍କା ରହିଛି।ଉପକୂଳ ଜିଲ୍ଲାର ହଜାର ହଜାର ହେକ୍ଟର ଧାନ ଏବେ ବି ଜଳବନ୍ଦୀ ଭିତରେ ବୁଡ଼ି ରହିଛି।

 

ଏବେ ଗୋଟିଏ ବିପଦ ଚାଷୀ ମାନଙ୍କ ଠାରୁ ଟଳି ନଥିବା ବେଳେ ଏବେ ପୁଣଇ ବଙ୍ଗୋପସାଗର ରେ ଦାନା ବାନ୍ଧିଲାଣୀ ଆଉ ଏକ ଲଘୁଚାପ ।ଏହାର ପ୍ରଭାବ ରେ ଭଦ୍ରକ, ବାଲେଶ୍ୱର କେନ୍ଦ୍ରାପଡ଼ା  ଜଗତସିଂହପୁର, ପୁରୀ,ଗଜପତି,ରାୟଗଡ଼ା,ଗଞ୍ଜାମ,କନ୍ଧମାଳ ନୟାଗଡ଼,ଅନୁଗୁଳ,ଢେ଼ଙ୍କାନାଳ କଟକ ଜିଲ୍ଲା ରେ ପ୍ରବଳ ବର୍ଷା ହେବ। ଏହିଥି ପାଇଁ ଏହି ସବୁ ଜିଲ୍ଲା ଗୁଡିକୁ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *