ଚାଷୀମାନଙ୍କୁ ମୋଦି ସରକାରଙ୍କ ନୂଆ ବର୍ଷ ଭେଟି । ସବୁ ଚାଷୀଙ୍କୁ ମିଳିବ ଏତେ ଲେଖା ଟଙ୍କା…

 

ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ସ୍ଵାଗତ କରୁଅଛୁ ।ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଚାଷୀ ମାନଙ୍କ ପାଇଁ ଏକ ଖୁସି ଖବର ନେଇ ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଆସନ୍ତା ନୂଆ ବର୍ଷ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଚାଷୀ ମାନଙ୍କ ପାଇଁ ଭେଟି ନେଇ ଆସିଛନ୍ତି । ତେବେ ଚାଷୀ ମାନଂକ ଆକାଉଣ୍ଟ କୁ କେତେ ଟଙ୍କା ଦେବେ ମୋଦି ସରକାର ,ଆସନ୍ତୁ ଜାଣି ନେବା ।

 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ନୂଆ ବର୍ଷ ରେ ଚାଷୀ ମାନଙ୍କୁ ଭେଟି ଦେବାକୁ ଯାଉଛନ୍ତି । ତେବେ ପିଏମ୍‌ କିଷାନ ସମ୍ମାନ ନିଧି ଯୋଜନା ଆଧାର ରେ ଚାଷୀ ମାନଙ୍କୁ ୧୦ମ କିସ୍ତି ଦିଆଯିବ । ସୂଚନା ମୁତାବକ ଆସନ୍ତା ଜାନୁୟାରୀ 1 ତାରିଖ ତଥା ନୂଆ ବର୍ଷ ଦିନ ଏହି ଅର୍ଥ ରାଶି ଚାଷୀ ମାନଂକ ଆକାଉଣ୍ଟକୁ ଯିବ । ତେବେ କେନ୍ଦ୍ର ସରକାର ୨୦ ହଜାର କୋଟି ଟଙ୍କା ଦେଶ ର ୧୦ କୋଟି ଚାଷୀ ମାନଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ପଠାଇବେ ।

 

ସୂଚନାଯୋଗ୍ୟ କଥା ଏହା ଯେ ,କେନ୍ଦ୍ର ସରକାର ଏହି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ବର୍ତ୍ତମାନ ସୁଦ୍ଧା ଚାଷୀ ମାନଙ୍କ ଆକାଉଣ୍ଟ କୁ ସମୁଦାୟ ୧.୬ ଲକ୍ଷ କୋଟି ଟଙ୍କା ପଠାଇ ସାରିଲେଣି । ତେବେ  ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ପ୍ରେସ୍‌ ରିଲିଜ୍‌ରେ ଏହା କୁହାଯାଇଛି ଯେ ,ଆସନ୍ତା ୨୦୨୨ ଜାନୁଆରୀ ୧ ତାରିଖ ଦିନ ମୋଦି ସରକାର ଦେଶର ୧୦ କୋଟି ଚାଷୀଙ୍କ ଆକାଉଣ୍ଟକୁ ସହାୟତା ରାଶି ପଠାଇବେ ।

 

 ଏହା ସହିତ ମଧ୍ୟ ନୂଆ ବର୍ଷ ଦିନ ଦେଶବାସି ଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ କାଯ୍ୟକ୍ରମ ରେ ୩୫୧ ଏଫ୍‌ପିଓ କୁ ୧୪ କୋଟି ଟଙ୍କାର ଇକ୍ବିଟି ଅନୁଦାନ ପ୍ରଦାନ କରାଯିବ । ଯାହା ଦ୍ଵାରା କି ଦେଶ ର ପାଖାପାଖି ୧.୨୪ ଲକ୍ଷ ଚାଷୀ ଉପକୃତ ହେବେ । ତେବେ ସେହି କାର୍ଯ୍ୟକ୍ରମ ରେ ପ୍ରଧାନମନ୍ତ୍ରୀ ଙ୍କ ସହିତ କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମଧ୍ୟ ସାମିଲ ରହିବେ ।

 

ଜାଣି ରଖନ୍ତୁ ଯେ ,କେନ୍ଦ୍ର ସରକାର ଏହି ଯୋଜନା ରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ବାର୍ଷିକ ୬ ହଜାର ଟଙ୍କା​‌ ଦେଉଛନ୍ତି । ତେବେ ଏହି ସହାୟତା ରାଶି ଚାଷୀ ମାନଙ୍କ ଆକାଉଣ୍ଟକୁ ୩ଟି କିସ୍ତିରେ ଆସିଥାଏ ଏବଂ ପ୍ରତି 4 ମାସ ବ୍ୟବଧାନ ରେ ୨ ହଜାର ଟଙ୍କା ଲେଖାଏଁ ଚାଷୀ ମାନଙ୍କ ଆକାଉଣ୍ଟକୁ ଆସିଥାଏ । ତେବେ ସୂଚନା ମୁତାବକ କେନ୍ଦ୍ର ସରକାର ଏହି ଯୋଜନା ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ମୋଟ ୧.୬ ଲକ୍ଷ କୋଟି ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ପଠାଇସାରିଛନ୍ତି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *