ଫୁଣି ଓଡ଼ିଶାରେ ବଦଳିଲା ସ୍କୁଲ ଖୋଲିବା ତାରିଖ । ଶିକ୍ଷା ବିଭାଗ ରୁ ମିଳିଲା ବଡ଼ ସୂଚନା…

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଓମିକ୍ରନ ଧୀରେ ଧୀରେ ତାର କାୟା ବିସ୍ତାର କରି ଚାଲିଛି ,ଆଉ ଏହି ସମୟ ରେ ପିଲା ମାନଙ୍କ ସ୍କୁଲ ଖୋଲା ଯିବା କୁ ନେଇ ସାମ୍ନା କୁ ଆସୁଛି ଏକ ବଡ ଖବର । ତେବେ ବର୍ତ୍ତମାନ ସମୟ ରେ ଆସୁଥିବା ଖବର ଅନୁଯାୟୀ ଏହା ଜଣା ପଡୁଛି ଯେ ସ୍କୁଲ ଖୋଲିବା ନିଷ୍ପତ୍ତି କୁ ନେଇ ସାମାନ୍ୟ ଅଦଳ ବଦଳ ହୋଇପାରେ । ତେବେ ପିଲା ମାନଙ୍କ ସ୍କୁଲ ଖୋଲା ଯିବା କୁ ନେଇ କେଉଁ ଖବର ସାମ୍ନା କୁ ଆସିଛି ଆସନ୍ତୁ ଜାଣି ନେବା। 

 

ତେବେ ବର୍ତ୍ତମାନ ସମୟ ରେ ଡି ଏମ୍ ଇଟି ଡାକ୍ତର ରମାରମଣ ମହାନ୍ତି ଏହି ସୂଚନା ଦେଇଛନ୍ତି ଯେ ,ବର୍ତ୍ତମାନ ସମୟ ରେ ରାଜ୍ୟ ରେ ଓମିକ୍ରନ ଆକ୍ରାନ୍ତ ଙ୍କ ସଂଖ୍ୟା ବଢ଼ିଛି । ସେଥିପାଇଁ ସ୍କୁଲ ଖୋଲିବା ପାଇଁ ନିଆ ଯାଇଥିବା ନିଷ୍ପତ୍ତି କୁ ବଦଳା ଯାଇପାରେ । ତେବେ ଗତ କାଲି ସ୍କୁଲ ଖୋଲିବ ବୋଲି ସରକାର ନିଷ୍ପତ୍ତି ନେଇଥିଲେ। କିନ୍ତୁ ଆଜି ଯାହା ସୂଚନା ମିଳୁଛି ,ସ୍କୁଲ ଖୋଲିବା ନିଷ୍ପତ୍ତି ପରିବର୍ତ୍ତନ କରା ଯାଇପାରେ । 

 

ତେବେ ଆଜି ରାଜ୍ୟ ରେ ଆଉ ଏକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ରେ ମୋଟ 9 ଜଣ ଓନିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଡି ଏମ୍ ଇଟି ଡାକ୍ତର ରମାରମଣ ମହାନ୍ତି ଏହା କହିଛନ୍ତି ଯେ ବର୍ତ୍ତମାନ ସମୟରେ ପ୍ରଥମତଃ ସମସ୍ତଙ୍କୁ ସଜାଗ ରହିବା ଉଚିତ୍। ତେବେ ବର୍ତ୍ତମାନ ଓମିକ୍ରନ ପାଇଁ କଣ କଣ ପ୍ରଦକ୍ଷେପ ତଥା କେଉଁ ସବୁ ପ୍ରିକସନ୍ ନିଆଯିବ ସେଥିପାଇଁ ସ୍ବାସ୍ଥ୍ୟ ବିଭାଗ ରେ ଅନେକ ବୈଠକ ହେଉଛି ।

 

ତେବେ ସେ ଏହା କହିଛନ୍ତି ଯେ ,ଆଗକୁ ନୂଆ ବର୍ଷ ଆସିବାକୁ ଯାଉଛି ,ଆଉ ଏଥିପାଇଁ ସମସ୍ତେ ଉତ୍ସବ ମୁଖର ହୋଇ ପାରନ୍ତି । ଏଥିପାଇଁ ମୁଁ ଜନ ସାଧାରଣ ଙ୍କୁ ଅନୁରୋଧ କରୁଛି କେହି ଗହଳି ସ୍ଥାନ କୁ ଯାଆନ୍ତୁ ନାହିଁ। କରୋନା କଟକଣା ସବୁ ପାଳନ କରନ୍ତୁ ଆଉ ସବୁବେଳେ ମାଷ୍କ ପିନ୍ଧନ୍ତୁ ଏବଂ ସାମାଜିକ ଦୂରତା ବଜାୟ ରଖନ୍ତୁ । ଆଉ ଏହା ସହିତ ବାରମ୍ବାର ହାତ ପରିଷ୍କାର କରନ୍ତୁ । ଯଦି ଆମେ ମାନେ ସବୁ ନିୟମ କୁ ପାଳନ କରିବା ତାହେଲେ ଆମେ କରୋନା କୁ ନିୟନ୍ତ୍ରଣ ରେ ରଖି ପାରିବା ।

 

ତେବେ ଶେଷ ରେ ଏହା କହିଛନ୍ତି ଯେ ,ଫେବୃୟାରୀ କିମ୍ବା ଜାନୁୟାରୀ ମାସ ର ଶେଷ ଭାଗ ରେ ତୃତୀୟ ଲହର ଆସିପାରେ ଅନେକ ବିଶେଷଜ୍ଞ ମାନେ ଏହା ପୂର୍ବାନୁମାନ କରିଛନ୍ତି । ତେଣୁ ଏ ସବୁକୁ ଆଖି ଆଗରେ ରଖି ଆମକୁ ସତର୍କ ରହିବାକୁ ପଡିବ। ବର୍ତ୍ତମାନ ଦେଶ ର 21 ଟି ରାଜ୍ୟ ରେ ଓମିକ୍ରନ ଚିହ୍ନଟ ହୋଇ ସାରିଲାଣି। ଶେଷ ରେ କହିଛନ୍ତି ଯେ , ପିଲା ମାନଙ୍କ ସ୍କୁଲ ଖୋଲା ଯିବା ପାଇଁ ପୂର୍ବରୁ ହୋଇଥିବା ନିଷ୍ପତ୍ତି ମଧ୍ୟ ବଦଳି ପାରେ । ଆଉ ସରକାର ଠିକ୍ ସମୟ ରେ ଠିକ୍ ପ୍ରଦକ୍ଷେପ ଗ୍ରହଣ କରିବେ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *