କରୋନା ର ବୁଷ୍ଟର ଡୋଜ ନେଵାର ବଦଳିଲା ନିୟମ । ଜାଣନ୍ତୁ କେଉଁମାନେ ନେବେ ? କେବେ ନେବେ ?

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ ,ବୁଷ୍ଟର ଡ଼ୋଜ ପାଇଁ ପୂର୍ବରୁ ହୋଇଥିବା ନିୟମ ରେ କେଉଁ ସବୁ ପରିବର୍ତ୍ତନ ହୋଇଛି। ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

60 ବର୍ଷ ରୁ ଉର୍ଦ୍ଧ୍ବ ବୟସ ର ବ୍ୟକ୍ତି ତଥା ଜଟିଳ ରୋଗ ରେ ପୀଡିତ ବ୍ୟକ୍ତି ମାନେ ବୁଷ୍ଟର ଡ଼ୋଜ ନେବାକୁ ହେଲେ ,କେନ୍ଦ୍ର ସରକାର ଯେଉଁ ସର୍ତ ରଖିଥିଲେ ସେଥିରେ ସେ ପରିବର୍ତ୍ତନ କରିଛନ୍ତି । ପୂର୍ବରୁ ରହିଥିବା ସର୍ତ୍ତ ରେ ପରିବର୍ତ୍ତନ ଆଣିଲେ କେନ୍ଦ୍ର ସରକାର। ତେବେ କେଉଁ ସବୁ ପରିବର୍ତ୍ତନ ହୋଇଛି ଏବଂ କେଉଁ ସବୁ ନୂଆ କଥା ସାମ୍ନା କୁ ଆସୁଛି, ଆସନ୍ତୁ ଜାଣି ନେବା ।

 

ତେବେ ମିଳୁଥିବା ସୂଚନା ଅନୁଯାୟୀ , ବୁଷ୍ଟର ଡ଼ୋଜ ତଥା ତୃତୀୟ ଡ଼ୋଜ ନେବା ପାଇଁ ହେଲେ ଦରକାର ହେବ ନାହିଁ ଡାକ୍ତର ଙ୍କ ପ୍ରମାଣ ପତ୍ର। ତେବେ 60 ବର୍ଷ ରୁ ଉର୍ଦ୍ଧ୍ବ ବୟସ ର ବ୍ୟକ୍ତି ତଥା ଜଟିଳ ରୋଗ ରେ ପୀଡିତ ବ୍ୟକ୍ତି ମାନେ ବୁଷ୍ଟର ଡ଼ୋଜ ନେବାକୁ ହେଲେ ସେମାନଙ୍କୁ ଡାକ୍ତର ଙ୍କ ପରାମର୍ଶ ନେବାକୁ ହେବ। ତେବେ ଏ ନେଇ ବର୍ତ୍ତମାନ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ କୁ ଜାଣି ଦେଇଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ । 

 

ତେବେ ଆସନ୍ତା ଜାନୁଆରୀ 10 ରୁ ଦିଆଯିବ ତୃତୀୟ ଡ଼ୋଜ। ପ୍ରଥମେ ସ୍ବାସ୍ଥ୍ୟ କର୍ମୀ ଏବଂ କରୋନା ଯୋଦ୍ଧା ମାନଙ୍କୁ ଦିଆଯିବ ତୃତୀୟ ଡ଼ୋଜ । ପ୍ରିକସନ୍ ତଥା ତୃତୀୟ ଡ଼ୋଜ ନେବାକୁ ଆବଶ୍ୟକ ହେବ ନାହିଁ ଡ଼ାକ୍ତର ଙ୍କ ପ୍ରମାଣ ପତ୍ର । ତେବେ ହୋଇଥିବା ପରିବର୍ତ୍ତନ ଅନୁସାରେ ,ଡାକ୍ତର ଙ୍କ ପରାମର୍ଶ କ୍ରମରେ ହିଁ 60 ବର୍ଷ ରୁ ଉର୍ଦ୍ଧ୍ବ ବୟସ ର ବ୍ୟକ୍ତି ତଥା ଜଟିଳ ରୋଗ ରେ ପୀଡିତ ବ୍ୟକ୍ତି ମାନେ ବୁଷ୍ଟର ଡ଼ୋଜ ନେଇ ପାରିବେ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *