ଆସିଲା ଜାନୁଆରୀ ମାସର ଭୟଙ୍କର ଗାଇଡ଼ଲାଇନ । ଘରୁ ବାହାରିବା ପୂର୍ବରୁ ଜାଣିରଖନ୍ତୁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆସିଲା ଜାନୁଆରୀ ମାସ ପାଇଁ କୋରନା ଗାଇଡ ଲାଇନ୍ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

କୋଭିଡ୍- ୧୯ ର ନୂଆ ରୂପ ଓମିକ୍ରନ୍‌ ସମଗ୍ର ବିଶ୍ୱବାସୀ ଙ୍କ ଚିନ୍ତା ବଢେଇଥିବା ବେଳେ ରାଜ୍ୟ ସରକାର ଆଗାମୀ ଜାନୁଆରୀ ମାସ ପାଇଁ ଗାଇଡ ଲାଇନ ଜାରି କରିଛନ୍ତି । ଚାରିଆଡ଼େ ଓମୀକ୍ରନ ଚିନ୍ତା ବଢ଼ାଇବା ହେତୁ ଜାନୁଆରି ମାସ ପାଇଁ କଟକଣା କଡାକଡି କରାଯାଇଛି । ତେବେ ଜାନୁଆରି ମାସ ପାଇଁ ଗାଇଡଲାଇନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ସର୍ବସାଧାରଣ ସ୍ଥଳରେ ପିକ୍‌ନିକ୍‌କୁ ବାରଣ କରାଯାଇଛି । ଅର୍ଥାତ ପାର୍କ ଓ ବେଳାଭୂମିରେ କେହି ପିକ୍‌ନିକ୍‌ କରିପାରିବେ ନାହିଁ । କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି । 

 

ତେବେ ଜାନୁଆରି ମାସରେ ସମସ୍ତ ଓଡ଼ିଶା ରେ ନାଇଟ କର୍ଫ୍ୟୁ ଜାରି ରହିବ । ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ କର୍ଫ୍ୟୁ ଲାଗୁ ହେବ । ରାଜନୈତିକ ଓ ସାଂସ୍କୃତିକ ସମାବେଶ ଉପରେ ମଧ୍ୟ କଟକଣା ଲାଗୁ ହୋଇଛି । ଏହି ନିୟମ ଜାନୁଆରି ୧ରୁ ଫେବ୍ରୁଆରି ୧, ୨୦୨୨ ଯାଏଁ ବଳବତ୍ତର ରହିବ । ଜିରୋନାଇଟ୍‌ ଓ ନୂଆବର୍ଷ ପାଳନ ମନା ହୋଇଛି । ପାର୍ବଣ ସମୟ ରେ କୋଭିଡ ଉପରେ ନଜର ରଖିବାକୁ କହିଛନ୍ତି । ସେହିପରି ସମସ୍ତ ପ୍ରଦର୍ଶନୀ, ଏକ୍ସପୋ, ମେଳା ଓ ବାଣିଜ୍ୟ ମେଳା ଉପରେ କଟକଣା ଲଗାଇଛନ୍ତି । ତେବେ ବର୍ତମାନ ସମୟ ରେ ରାଜ୍ୟ ସରକାର ଙ୍କ ପକ୍ଷ ରୁ ହୋଇଥିବା ଏହି ନିୟମ ୧ ଫେବୃଆରୀ ୨୦୨୨ ଯାଏ ବଳବତ୍ତର ରହିବ । 

 

ପ୍ରତି ଦିନ ପରି ରାତି ୧୦ ରୁ ସକାଳ ୫ ଯାଏ ରାତ୍ରୀ କାଳିନ କର୍ଫ୍ୟୁ ଜାରି ରହିବ । ମାତ୍ର ସପ୍ତାହତ ସର୍ଟଡାଉନ ରହିବ ନାହିଁ । ସୂଚନା ଯୋଗ୍ୟ କି ଚଳିତ ମାସ ଦକ୍ଷିଣ ଆପ୍ରିକା କୋରନା ମାମଲା ର ନୂଆ ଭେରିଆଣ୍ଟ ଓମିକ୍ରନ ଚିହ୍ନଟ ହେବା ପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍ଗଠନ ଏବଂ ବିକଶିତ ଓ ବିକାଶଶୀଳ ରାଷ୍ଟ୍ର ଗୁଡ଼ିକର ଚିନ୍ତା ବଢ଼ିଯାଇଛି । ନାଇଟ କର୍ଫ୍ୟୁ ବେଳେ ଯିବା ଆସିବା ବନ୍ଦ ରହିବ । ସେହିପରି ସକାଳ ୫ଟାରୁ ରାତି ୧୦ଟା ଯାଏଁ ଦୋକାନ ବଜାର ଖୋଲା ରହିବ । ଜରୁରୀକାଳୀନ ସେବାକୁ ଛାଡିଦେଲେ ଅନ୍ୟ ସବୁ ଉପରେ କଟକଣା ଲାଗୁ କରାଯାଇଛି । ସେହିପରି ନୂଆ ବର୍ଷ ପାଳନ ଉପରେ ମଧ୍ୟ କଟକଣା ଜାରି ହୋଇଛି ।

 

ନୂଆବର୍ଷ ରେ ଭିଡ଼ ନକରିବା ପାଇଁ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ସ୍ବତନ୍ତ୍ର ରିଲିଫ କମିସନର ଚିଠି ଲେଖିଛନ୍ତି । ଚେକିଂ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପିକ୍‌ନିକ ସ୍ପଟ୍‌, ମଲ୍‌, ହୋଟେଲ, କ୍ଲବ୍‌ରେ ଚେକିଂ ନିର୍ଦ୍ଦେଶ ରହିଛି ତଥା ନିୟମରେ ଖିଲାପ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ହୋଇଛି । କୋଭିଡ଼ ନିୟମ ମାନି ଯାତ୍ରା, ମେଲୋଡ଼ି, ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ । ସର୍ବାଧିକ ୧ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ଚାଲିପାରିବ । ୫୦ ପ୍ରତିଶତ ଦର୍ଶକ କ୍ଷମତାକୁ ନେଇ ସିନେମା ହଲ ଚାଲିପାରିବ । ସିନେମା ହଲକୁ ଯିବାକୁ ହେଲେ ଡବଲ ଡୋଜ୍‌ ଟିକା ବା କୋଭିଡ ନେଗେଟିଭ୍‌ ଟେଷ୍ଟ ରିପୋର୍ଟ ଦରକାର ପଡ଼ିବ । ତେବେ ସମସ୍ତ ଧାର୍ମିକ ସମାବେଶ କୁ ବାରଣ କରିଥିବା ବେଳେ ରାଜନୈତିକ ସମାବେଶ କୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *