ଆସିଲା ମୁଖ୍ୟ କଲ ରେକର୍ଡ ତପଶ୍ୱନି-ସୁମିତ ବିବାଦର । ପୁରା ଫସିଗଲା ସୁମିତ ପରିବାର । ଶୁଣିଲେ ରକ୍ତ ଗରମ ହେଇଯିବ

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, କହିଲେ ଝିଅ ପାଇଁ କେତେ ଟଙ୍କା ନେବ କୁହ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଏହି କିଛିଦିନ ହେବ ଆମ ଓଡିଶାର ବ୍ରହ୍ମପୁର ସହରର ତପସ୍ୱିନୀ ଆଉ ସୁମିତଙ୍କ ଖବର ରାଜ୍ୟ ସାରା ଲୋକଙ୍କ ମୁହଁରେ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ବାହାଘର ପାଇଁ ପ୍ରସ୍ତାବ ଦେଇ, ବାହାଘର ପାଇଁ ବଧୂ ବେଶରେ ସଜେଇ ହେଇ ସାରିବା ପରେ ବର ଯାଇନଥିଲା, ଶେଷରେ ବଧୂ ତପସ୍ୱିନୀ ସେହି ବଧୂ ବେଶରେ ହିଁ ଶ୍ୱଶୁରଘର ଆଗରେ ଆସି ଧାରଣା ଦେଲେ। ଅନେକ ଦିନ ଧାରଣା ଦେଲେ, ଗୁରୁବାର ବ୍ରତ ମଧ୍ୟ ସେହି ଘର ବାହାରେ ପାଳନ କରିଲେ ଏବଂ ଏହାପରେ ଏହି କଥା କୋର୍ଟକୁ ଗଲା। ଉଭୟଙ୍କ ଭିତରେ ଦେଖାଦେଇଥିବା ତୀକ୍ତତା ଦୂର କରିବା ପାଇଁ ୭ ଦିନ ଏକାଠି ରହିବାକୁ ବ୍ରହ୍ମପୁର ଏସ୍‌ଡିଜେଏମ୍‌ ନିର୍ଦ୍ଦେଶ ଦେଇଥିଲେ । 

 

କୋର୍ଟଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ଉଭୟ ଆସିକା ଚିନିକଳ ଗେଷ୍ଟ ହାଉସରେ ୭ ଦିନ ରହିଥିଲେ। ଜଣାପଡ଼ୁଥିଲା ଉଭୟଙ୍କ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଅଦିନ ଝଡ଼ ଥମି ଯିବ, ହେଲେ ତାହା ହୋଇନଥିଲା।ଏବେ ଅପେକ୍ଷା ରହିଛି ନୂଆ ବର୍ଷର ୪ ତାରିଖକୁ, ଜାନୁଆରୀ ୪ ତାରିଖରେ ମୁହାଁ ମୁହିଁ ହେବେ ତପସ୍ୱିନୀ ସୁମିତ । ଦୁଇ ଜଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବାର ପ୍ରମୁଖ କାରଣ କହିଥିଲେ ତପସ୍ୱିନୀଙ୍କ ଶଶୁର । ଦୁହିଁଙ୍କ ସମ୍ପର୍କ ଆଗପରି ସୁଦୃଢ଼ ନାହିଁ ବୋଲି ଖୁଲାସା କରିଛନ୍ତି ସୁମିତ । ଏ ଜନ୍ମ ତ ଦୂରର କଥା ୭ ଜନ୍ମ ପର୍ଯ୍ୟନ୍ତ ଏକାଠି ହେବାକୁ ଚାହୁଁ ନାହାନ୍ତି ସୁମିତ । ଏ କଥା ଅଡିଓ କଲ ମାଧ୍ୟମରେ ସ୍ପଷ୍ଟ କରିଥିଲେ। ତେବେ ମାତ୍ର ତପସ୍ୱିନୀ ଏହାକୁ ଅସ୍ବୀକାର କରି ତାଙ୍କ ସହ ରହିବା ପାଇଁ ଚାହିଁଥିଲେ । 

 

ତପସ୍ଵିନୀଙ୍କୁ ସୁମିତ ବ୍ଲକ କରିଦେଇଥିବା ବେଳେ ତାଙ୍କ ସହ କୌଣସି କଥା ହୋଇପାରି ନାହାନ୍ତି ତପସ୍ୱିନୀ । ତପସ୍ଵିନୀ ମଧ୍ୟ ଅପେକ୍ଷା କରିଛନ୍ତି କୋର୍ଟରେ ନୂଆ ବର୍ଷ ର ୪ ତାରିଖକୁ । ଆଶା କରିଛନ୍ତି ଏହିଦିନ ତାଙ୍କୁ ନିଶ୍ଚିନ୍ତ ନ୍ୟାୟ ମିଳିବ । ତେବେ ଏହି ପାରିବାରିକ ବିବାଦ ଲାଗି ରହିଛି।ଦିନକୁ ଦିନ ନୂଆ ନୂଆ ଅଡ଼ୁଆ ସୂତାର ଖିଅ ଲମ୍ବିବାରେ ଲାଗିଛି, କିନ୍ତୁ କୌଣସି ସମାଧାନ ବାହାରି ପାରୁନି।ନିଜ ନିଜ ଜିଦରେ ଅଟଳ ରହୁଛନ୍ତି ଉଭୟ ତପସ୍ୱିନୀ ଓ ସୁମିତ।ଏହାରି ମଧ୍ୟରେ ଏକ ଅଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ଡାକ୍ତର ସୁମିତଙ୍କ ଜଣେ ସାଙ୍ଗ ତପସ୍ୱିନୀଙ୍କ ବାପାଙ୍କୁ ଫୋନ୍ କରିଥିବା ଜଣାପଡିଛି । ତେବେ ଭାଇରାଲ ଅଡିଓରୁ ଜଣାପଡିଛୁ ଯେ, ସୁମିତଙ୍କ ସାଙ୍ଗ ଝଗଡ଼ା ରଫା ଦଫା କରିବାକୁ ତପସ୍ୱିନୀଙ୍କ ବାପାଙ୍କୁ ଟଙ୍କା ଅଫର କରିଥିଲେ। 

 

ଝଗଡ଼ା ଶେଷ କରିବାକୁ କ’ଣ ଦରକାର ବା କେତେ ଟଙ୍କା ନେଲେ ଏହାର ସମାଧାନ ହେବ ବୋଲି ସେ ପଚାରିଥିଲେ । ଅନ୍ୟପଟେ ତପସ୍ୱିନୀଙ୍କ ବାପା ଏଥିରେ ସୁମିତଙ୍କ ସାଙ୍ଗକୁ ତାଚ୍ଛଲ୍ୟ କରିଥିଲେ । କେତେ ଟଙ୍କା ନେଲେ ସୁମିତ ଝିଅକୁ ଗ୍ରହଣ କରିବେ ବୋଲି ତପସ୍ୱିନୀଙ୍କ ବାପା କହିଥିଲେ । ଏବେ ସୁମିତଙ୍କ ଘର ଲୋକେ ଆଉ ତପସ୍ୱିନୀଙ୍କୁ ଆପଣେଇବେନି ବୋଲି ତାଙ୍କ ସାଙ୍ଗ ରୋକଠୋକ୍ କହିଥିଲେ ।ଏଥିରେ ଓଲଟା ପ୍ରଶ୍ନ ପଚାରିଥିଲେ ତପସ୍ୱିନୀଙ୍କ ବାପା । ଯେତେବେଳେ ସୁମିତ ତପସ୍ୱିନୀଙ୍କୁ ନେଇ ବିବାହ କରି ରଖିଥିଲେ, ସେବେ କ’ଣ ପରିବାରକୁ ପଚାରିଥିଲେ ବୋଲି ସୁମିତଙ୍କ ସାଙ୍ଗକୁ ପ୍ରଶ୍ନ କରିଥିଲେ ତପସ୍ୱିନୀଙ୍କ ବାପା । ତେବେ ତାଙ୍କ ସାଙ୍ଗ କହିଥିଲେ କି ସୁମିତ ତପସ୍ୱିନୀଙ୍କୁ ନେବା ପାଇଁ ଚାହୁଁଛନ୍ତି କିନ୍ତୁ ତାଙ୍କ ଘର ଲୋକ ସେମାନଙ୍କୁ ନେବା ପାଇଁ ରାଜି ହେଉ ନାହାନ୍ତି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *