ନବୀନ ଦେଲେ ନୂଆ ବର୍ଷ ର ଭେଟି । ପୁରା ରାଜ୍ୟ ବାସୀ ହେଲେ ଖୁସି ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ନବୀନ ଦେଲେ ରାଜ୍ୟ ବାସୀଙ୍କୁ ଖୁସି ଖବର ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ , । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

୨୦୨୧ ବର୍ଷ ସରିଲା ୨୦୨୨ ବର୍ଷ ଆସିଗଲାଣି, ଆଉ ଆଜି ହେଉଛି ୨୦୨୨ ବର୍ଷର ପ୍ରଥମ ଦିନ ଅର୍ଥାତ୍ ଜାନୁୟାରୀ ୧ ତାରିଖ। ଗତ ବର୍ଷ ଅନେକ ଲୋକ ମାନଙ୍କ ପାଇଁ ଅନେକ ଖୁସି ଆଣି ଦେଉଛି ଆଉ ଅନେକ ଲୋକ ମାନଙ୍କ ପାଇଁ ଏକ ଅଭୁଲା ବର୍ଷ ହୋଇ ରହିଯାଇଛି, ଅନେକ ଲୋକଙ୍କ ଆଖିରେ ଲୁହ ଦେଇ ଯାଇଛି। ଏହି କରୋନା ପାଇଁ ଅନେକ ଲୋକମାନେ ଅନେକଙ୍କୁ ବହୁତ ପ୍ରକାରର ସାହାଯ୍ୟ ମଧ୍ୟ କରିଛନ୍ତି। 

 

କରୋନା କାରଣରୁ ହେଉ ବା ଅନ୍ୟ କିଛି କାରଣରୁ ହେଉ ଆମ ରାଜ୍ୟ ସରକାର ମଧ୍ୟ ଅନେକ ଯୋଜନାର ଶୁଭାରମ୍ଭ ମଧ୍ୟ କରିଛନ୍ତି, ଆଉ ସେହି ସବୁ ଯୋଜନା ଦ୍ୱାରା ଅନେକ ଲୋକ ମାନେ ଅନେକ ପ୍ରକାରର ସାହାଯ୍ୟ ମଧ୍ୟ ପାଇଛନ୍ତି।ଏହି ନୂଆ ବର୍ଷର ଆରମ୍ଭ ସହିତ ସରକାର ମଧ୍ୟ ଲୋକ ମାନଙ୍କ ପାଇଁ ଖୁସି ଖବର ଆଣି ଦେଇଛନ୍ତି, ଅର୍ଥାତ ସରକାର ଏକ ଯୋଜନା ଲାଗୁ କରିବାକୁ ଯାଉଛନ୍ତି ଯାହା ଦ୍ୱାରା ଅନେକ ଲୋକ ଉପଭୋଗ ହୋଇ ପାରିବେ। ଆସନ୍ତୁ ଜାଣିବା ତାହା କଣ, ଆଉ କିଭଳି ଲୋକମାନେ ତାହା ଦ୍ୱାରା ଉପକୃତ ହେବେ। 

 

ନୂଆ ବର୍ଷ ଅବସରରେ ଶିକ୍ଷକ ମାନଙ୍କୁ ମିଳିଛି ଖୁସି ଖବର ।୮୧୦୨ ଜଣ କନିଷ୍ଠ ଶିକ୍ଷକ ନିୟମିତ ହୋଇଛନ୍ତି । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀରରଂଜନ ଦାଶ ସୂଚନା ଦେଇଛନ୍ତି। ୨୦୧୫ ମସିହା ଜାନୁଆରିରେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକଙ୍କୁ ଗଣଶିକ୍ଷା ବିଭାଗ ଆଜି ନିୟମିତ କରିଛି। ୬ ବର୍ଷ ୧୧ ମାସ ପରେ ଏମାନଙ୍କୁ ନିୟମିତ କରାଯାଇଛି। ଏହା ଭିତରେ ୪୦୦୫୨ ଜଣ ଶିକ୍ଷକଙ୍କୁ ପଦୋନ୍ନତି ଦିଆଯାଇଛି।

 

୨୦୨୨ ଲାଗି ଗଣଶିକ୍ଷା ବିଭାଗର ଯୋଜନା ସଂପର୍କରେ ସୂଚନା ଦେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ୨୫୦ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଖୋଲାଯାଇଛି। ବାକି ଅନ୍ୟସବୁ ବ୍ଲକରେ ଏବର୍ଷ ଆଦର୍ଶ ବିଦ୍ୟାଳୟ ଖୋଲାଯିବ ଏବଂ ଚଳିତ ବର୍ଷ ଷଷ୍ଠ ଶ୍ରେଣୀରୁ ପାଠପଢ଼ା ଆରମ୍ଭ କରାଯିବ। ରାଜ୍ୟର ସମସ୍ତ ସ୍କୁଲକୁ ରୂପାନ୍ତରୀକରଣ କରାଯିବ ଓ ଫାଇଭ ଟି ଅଧୀନରେ ଅଣାଯିବ। ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି। ଏଗାର ହଜାର ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରି ସାରିଛି। ଆଦର୍ଶ ବିଦ୍ୟାଳୟରେ ୧୭୦୦ ଶିକ୍ଷକ ଶିକ୍ଷୟତ୍ରୀଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *