ଏବେ ଆସିଲା ବଡ଼ ଖବର । ସରକାର ନେଲେ ବଡ଼ ନିଷ୍ପତି । ଫେରିଲା ଲକଡାଉନ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ଫେରିଲା ଲକ୍ ଡାଉନ୍ । କଣ ରହିଛି ନିୟମ ଗୁଡିକ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ ଦେଶରେ କୋଭିଡ ଭାଇରସ ର ଭାରିଏଣ୍ଟ ଓମିକ୍ରନ ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି । ଯାହା ପାଇଁ ଅନେକ ରାଜ୍ୟରେ ନାଇଟ କର୍ଫ୍ୟୁ ସହ ଲକ ଡାଇନ ମଧ୍ୟ ଘୋଷଣା ସରିଲାଣି କିନ୍ତୁ ଭାରତରେ ଦିନକୁ ଦିନ ବଢୁଥିବା ଓମିକ୍ରନର ସଂଖ୍ୟା କୁ ଦେଖି ଏହା ଉପରେ ରିସର୍ଚ କରି ଏକ ନୂଆ ମନ୍ତବ୍ୟ ଦେଇଛନ୍ତି ବିଦେଶୀ ବୈଜ୍ଞାନିମାନେ । ଏହି ଓମିକ୍ରନର ଲକ୍ଷଣ ଜଣା ପଡୁନଥିବାରୁ ଏହା ଲୋକଙ୍କ ଅଜାଣନ୍ତରେ ଅଧିକ ବ୍ୟାପିବାରେ ଲାଗିଛି । ଭାରତରେ ଅନେକ ରାଜ୍ୟରେ ଓମିକ୍ରନ ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି । ପୁଣି ଏହାକୁ ନେଇ ଯେଁଉ ରିପୋର୍ଟ ଆସିଛି ସେହି ରିପୋର୍ଟ ଅନୁସାରେ ଭାରତ ରେ ଆଗକୁ ଓମିକ୍ରନ ଅଧିକ ବଢିବାରେ ଅଛି । 

 

ଏମିତିକି ଦିଲ୍ଲୀ ସମେତ ଅନେକ ବଡ ବଡ ସହରରେ ଓମିକ୍ରନ ଚିନ୍ତା ବଢାଇବାକୁ ଲାଗିଲାଣି । ଗତ ବର୍ଷ ୨୦୨୦ ରେ ହୋଇଥିବା ସଂକ୍ରମଣ ପରି ସମଗ୍ର ଦେଶରେ କରୋନା ଭାଇରସ୍ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଅନେକ ରାଜ୍ୟରେ ଓମିକ୍ରନ୍ ମଧ୍ୟ କାୟା ମେଲାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ ଓମିକ୍ରନ୍ ଓ ଆମ ଦେଶ ଭାରତକୁ ନେଇ ଏକ ଚିନ୍ତାଜନକ ଖବର ଆସିଛି । ଦେଶରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା । ଗତ ୨୪ ଘଣ୍ଟାରେ ୨୭ ହଜାର ୫୫୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ଗୋଟିଏ ଦିନରେ ୨୮୪ ପ୍ରା-ଣ ହରାଇଛନ୍ତି । ସେହିଭଳି ଓମିକ୍ରନ କେସ୍ ୧ ହଜାର ୫୨୫ରେ ପହଁଚିଛି । 

 

ମହାରାଷ୍ଟ୍ରରେ ସର୍ବାଧିକ ୪୬୦ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିଲ୍ଲୀରେ ୩୫୧ ଓମିକ୍ରନ କେସ୍, ଗୁଜରାଟରେ ୧୩୬, ତାମିଲନାଡୁ ୧୧୭ ଓ କେରଳରେ ୧୦୯ କେସ୍ ସାମନାକୁ ଆସିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ କଟକଣା ଲଗାଇଲେଣି । ଏହାରି ଭିତରେ ପଶ୍ଚିମବଙ୍ଗ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । କାଲିଠୁ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ, ସ୍ପା, ସେଲୁନ, ବ୍ୟୁଟି ପାର୍ଲର, ଚିଡିଆଖାନା ଓ ଆମୋଦ ପାର୍କକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ । ଏହା ସହ ସମସ୍ତ ସରକାରୀ ଓ ଘରୋଇ କାର୍ଯ୍ୟାଳୟ ୫୦ ପ୍ରତିଶତ କ୍ଷମତାରେ ଚାଲିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।ତେବେ ବର୍ତ୍ତମାନ ଦେଶରେ ପୁଣି କରୋନା ର ତୃତୀୟ ଲହର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଦେଶରେ ରବିବାର ୨୭ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ । ୧୫୨୫ ରେ ପହଞ୍ଚିଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । 

 

ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବୃଦ୍ଧି ପରେ ପୁଣି କଡ଼ାକଡ଼ି ହୋଇଛି କଟକଣା । ସୋମବାର ଠାରୁ ପଶ୍ଚିମବଙ୍ଗରେ ସ୍କୁଲ, କଲେଜ, ୟୁନିଭର୍ସିଟି ବନ୍ଦ ନେଇ କରାଯାଇଛି ଘୋଷଣା । ସେହିପରି ୫୦% କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଏବଂ ଘରୋଇ ଅଫିସ୍ । ରାତି ୧୦ରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ଏହାସହ ସକାଳ ୧୦ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ୫୦% କ୍ଷମତାରେ ଚାଲିବ ସପିଂ ମଲ୍ । ବାହାଘରରେ ସର୍ବାଧିକ ୫୦, ଶୁଦ୍ଧିକ୍ରିୟାରେ ୨୦ ଜଣଙ୍କୁ ଅନୁମତି ଦିଆଯିବ । ଏହା ସହିତ ମାସ୍କ ଓ ସୋସିଆଲ ଦୁରତ୍ଵ ନିହାତି ଆବଶ୍ୟକ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *