କଉଡ଼ି ର ଏହି ଚମତ୍କାରି ପ୍ରୟୋଗ ରେ ହେବ ଧନ ଏ ବର୍ଷା – ଜାଣନ୍ତୁ କିପରି ପ୍ରୟୋଗ କରିବେ । ଥରେ କରି ଦେଖନ୍ତୁ…

 

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ମାନଙ୍କୁ କଉଡ଼ି ର ଏପରି ଏକ ଚାମତ୍କାରିତା ଉପାୟ ବିଷୟରେ କହିବୁ ଯାହାକୁ ଆପଣେଇଲେ ଘରେ ହେବ ଧନ ର ବର୍ଷା । ଦର୍ଶକ ବନ୍ଧୁ କଉଡ଼ି କୁ ପ୍ରାୟ ସମସ୍ତେ ଜାଣନ୍ତି। ପୂର୍ବେ କଉଡ଼ି କୁ ମୁଦ୍ରା ରୂପରେ ବ୍ୟବହାର କର ଯାଉଥିଲା ଯାହାକି ବର୍ତ୍ତମାନ ଶୁଭ କାର୍ଯ୍ୟ ରେ ବ୍ୟବହାର କରାଯାଉଛି। ତେବେ ଏହି କଉଡ଼ି ର ମଧ୍ୟ ବହୁତ୍ ତାନ୍ତ୍ରିକ ଗୁଣ ରହିଛି । ତେବେ ଆସନ୍ତୁ ଜାଣିବା କଉଡ଼ି ରେ ଥିବା ତାନ୍ତ୍ରିକ ଗୁଣ ବିଷୟରେ। 

 

ବ୍ୟବସାୟ ରେ ଲାଭ ପାଇବା ପାଇଁ ଏଗାର ଗୋଟି କଉଡ଼ି କୁ ଲକ୍ଷ୍ମୀ ଙ୍କ ଚରଣ ରେ ରଖି ଓମ୍ ଶ୍ରୀ ହିମ୍ କିମ୍ ମନ୍ତ୍ର କୁ ଏକ ବା ଦୁଇ ମାଳା ଲେଖାଏଁ 108 ଥର ଜପ କଲେ, କିଛି ଦିନରେ ବ୍ୟବସାୟ ରେ ଥିବା ସମସ୍ୟା ଦୂର ହୋଇଥାଏ । ଆର୍ଥିକ ଉନ୍ନତି ପାଇଁ ସାତ ଗୋଟି କଉଡ଼ି କୁ ପୂଜା ସ୍ଥାନ ରେ ରଖି ପର ଦିନ ତାହା ଦ୍ଵାରା ଆହୁତି ଦେଲେ ଘରେ ନିରନ୍ତର ଆର୍ଥିକ ଉନ୍ନତି ହୁଏ। 

 

ଯଦି ଆପଣ ନିଜର ଚାକିରି ରେ ପ୍ରମୋସନ ପାଇଁ ଚାହୁଁଛନ୍ତି ତାହେଲେ ଏଗାର ଗୋଟି କଉଡ଼ି କୁ ଲକ୍ଷ୍ମୀ ମନ୍ଦିର ରେ ଲକ୍ଷ୍ମୀ ଙ୍କ ଚରଣ ରେ ରଖି ଦେଲେ ପ୍ରମୋସନ ର ମାର୍ଗ ଖୋଲିଯାଏ। ବ୍ୟବସାୟ ରେ ବୃଦ୍ଧି ହେତୁ ସାତ ଟି କଉଡ଼ି କୁ ହଲଦିଆ କପଡା ରେ ବାନ୍ଧି ପଇସା ରଖା ଯାଉଥିବା ବାକ୍ସ ରେ ରଖିଲେ ବ୍ୟବସାୟ ରେ ବୃଦ୍ଧି ହୋଇଥାଏ ।

 

ପତି ର ଆୟୁଷ କାମନା କରୁଥିବା ସ୍ତ୍ରୀ ଯଦି କଉଡ଼ି ଉପରେ ସିନ୍ଦୂର ଲଗାଇ ମୁଣ୍ଡରେ ଲଗାଇବେ ତାହେଲେ ପତି ଦୀର୍ଘାୟୁ ହୋଇଥାଏ ।ଏକୋଇଶି ଗୋଟି କଉଡ଼ି କୁ ନୂତନ ଘରର ନିଆଁ ରେ ଦେଲେ ଘର ର ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ଘରେ ସର୍ବଦା ସୁଖ ଶାନ୍ତି ଲାଗି ରହିଥାଏ । ବାହୁ ରେ କଉଡ଼ି ବାନ୍ଧିଲେ ସମସ୍ତ କାର୍ଯ୍ୟ ରୁ ବିଘ୍ନ ଦୂର ହୋଇଥାଏ । 

 

ଶିଶୁ ଉପରେ ନଜର ଲାଗୁଥିଲେ ଶିଶୁ ର ବେକ ରେ ପ୍ରାଣ ପ୍ରତିଷ୍ଠିତ କଉଡ଼ି ବାନ୍ଧିଲେ ଶିଶୁ ଉପରୁ ସଙ୍ଗେ ସଙ୍ଗେ ନଜର ଚାଲିଯାଏ । କୌଣସି ନୂତନ ଯାନ ରେ ସାତଟି କଉଡ଼ି କୁ କଳା ସୂତା ରେ ଗାଡି ରେ ବାନ୍ଧିଲେ ଦୁର୍ଘଟଣା ରୁ ରକ୍ଷା ମିଳିଥାଏ ।କୌଣସି ଶୁଭ କାର୍ଯ୍ୟ କୁ ଯିବା ସମୟ ରେ ସାତ ଟି ପ୍ରାଣ ପ୍ରତିଷ୍ଠିତ କଉଡ଼ି କୁ ପୂଜି ପକେଟ ରେ ରଖିଲେ ସମସ୍ତ କାର୍ଯ୍ୟ ରେ ଶୁଭ ହୋଇଥାଏ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *