ଲାଗିଲା ଫୁଣି ନୂଆ କଟକଣା । ଜାଣନ୍ତୁ କଣ ଖୋଲା କଣ ବନ୍ଧ ? ! ଘରୁ ବାହାରିବା ପୂର୍ବରୁ ଜାଣିରଖ…..

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ସ୍କୁଲ, ଷ୍ଟାଡିୟମ, ପାର୍କ ଓ ଜିମ୍ ସମେତ ଅନେକ ସ୍ଥାନରେ ଲାଗିଲା କଟକଣା, ଜାଣନ୍ତୁ ଆଉ କଣ କଣ ରହିବ ବନ୍ଦ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ।

 

ଦେଶକୁ ଘାରିଲାଣି ଓମିକ୍ରନ ଭୟ। ଏଥିପାଇଁ କେତେକ ରାଜ୍ୟରେ ପୁଣି ଆରମ୍ଭ ହୋଇଗଲାଣି କରୋନା କର୍ଫ୍ୟୁ ଓ ଅନ୍ୟାନ୍ୟ କଟକଣା। ଗୁଜରାଟର ୮ ପ୍ରମୁଖ ସହରରେ ପୁଣିଥରେ  ନାଇଟ୍‌ କର୍ଫ୍ୟୁ ଲଗାଯାଇଛି। ଏଏନ୍ଆଇର ସୂଚନା ଅନୁସାରେ, ଅହମଦାବାଦ,ରାଜକୋଟ, ସୁରତ, ବଡ଼ୋଦରା, ଜାମନଗର, ଭାବନଗର, ଗାନ୍ଧୀନଗର ଓ ଜୁନାଗଡ଼ରେ ଅଧିକ ମାତ୍ରାରେ କରନା ବୃଦ୍ଧି ହେବାରେ ଲାଗିଥିବା ବେଳେ ଏହାକୁ ନେଇ ସମସ୍ତଙ୍କ ଭିତରେ ଭୟ ମଧ୍ୟ ସୃଷ୍ଠି ହେଇଚି। ଦେଶରେ ପ୍ରାୟ 70 ରୁ ଅଧିକ ସ୍ଥାନ ରେ ଏହା ସଙ୍କମିତ ହେବାକୁ ଲାଗିଲାଣି ।

 

ଏହା ଫଳରେ ଅନେକ ଲୋକ ଭୟଭୀତ ହେବା ସହିତ ଭାରତରେ ଲୋକ ଅଧିକ ମାତ୍ରାରେ ଭୟଭୀତ ହେଉଛନ୍ତି।କରୋନା ମହାମାରୀର ପ୍ରକୋପ ଲଗାତାର ବଢ଼ୁଥିବା ଦେଖି ଝାଡ଼ଖଣ୍ଡରେ କଡ଼ାକଡ଼ି ଭାବେ କରୋନା କଟକଣା ଲଗାଯାଇଛି। ରାଞ୍ଚିରେ ସମସ୍ତ ଷ୍ଟାଡିୟମ, ପାର୍କ, ଜିମ ସେଣ୍ଟର, ସ୍ୱିମିଙ୍ଗ ପୁଲ, ପର୍ଯ୍ୟଟନ ସ୍ଥଳୀ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଝାଡ଼ଖଣ୍ଡର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି। ସମସ୍ତ ଶିକ୍ଷାନୁଷ୍ଠାନ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିବା ସହ ୫୦ ପ୍ରତିଶତ କ୍ଷମତା ସହିତ ସମସ୍ତ ସରକାରୀ କାର୍ଯ୍ୟ କରିବାକୁ ଅନୁମତି ମିଳିବ। 

 

ଏହି ସମୟ ରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଅଧ୍ୟକ୍ଷତାରେ ଝାଡ଼ଖଣ୍ଡ ମନ୍ତ୍ରଣାଳୟରେ କୋଭିଡ-୧୯କୁ ଦୃଷ୍ଟିରେ ରଖି କଟକଣା ଓ କୋହଳ ସମ୍ବନ୍ଧୀୟ ଏକ ବୈଠକ ସୋମବାର ଆୟୋଜନ କରାଯାଇଥିଲା। ଝାଡ଼ଖଣ୍ଡ ରାଜ୍ୟ ବି-ପ-ର୍ଯ୍ୟ-ୟ ପରିଚାଳନା ପ୍ରାଧିକରଣ ଏହି ମହତ୍ତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେଇଛନ୍ତି ବୋଲି କୁହାଯାଉଛି। ନିର୍ଣ୍ଣୟ ଅନୁଯାୟୀ ୨୦୨୨ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ଏହି ନିୟମ ଲାଗୁ ହେବ। ଅନୁଷ୍ଠିତ ବୈଠକ ରେ ମୁଖ୍ୟମନ୍ତ୍ରୀ ସମସ୍ତ ଅଧିକାରୀଙ୍କୁ କହିଛନ୍ତି ଯେ ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ସମସ୍ତ ସ୍ୱାସ୍ଥ୍ୟ ସେବାକୁ ପ୍ରାଥମିକତା ଦିଆଯିବ ଦରକାର  । 

 

ଲାଗୁ ହୋଇଥିବା ନୂଆ ନିୟମ ଅନୁସାରେ ,ରେଷ୍ଟୁରାଣ୍ଟ, ବାର, ଓ ଔଷଧ ଦୋକାନ ସାଧାରଣ ସମୟ ରେ ବନ୍ଦ ହେବ ଏବଂ ବାକି ସମସ୍ତ ଦୋକାନ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ। ଆଉଟଡୋର କାର୍ଯ୍ୟକ୍ରମ ଆୟୋଜନ ରେ ସର୍ବାଧିକ ୧୦୦ ଲୋକ ରୁଣ୍ଡ ହୋଇ ପାରିବେ ବୋଲି କୁହା ଯାଇଛି। ସରକାରୀ ବା ଘରୋଇ କାର୍ଯ୍ୟାଳୟରେ ୫୦ପ୍ରତିଶତ କର୍ମଚାରୀଙ୍କ ସହିତ ଖୋଲା ରହିବ ବୋଲି ମଧ୍ୟ କୁହାଯାଇଛି। ବାୟୋମେଟ୍ରିକ ଅପଡେଟରେ ପ୍ରତିବନ୍ଧକ ଲାଗିପାରେ ବୋଲି ମଧ୍ୟ କୁହାଯାଇଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *