ସାବଧାନ ଜାନୁଆରୀ 7 ତାରିଖ ପାଖରୁ ଓଡ଼ିଶାର ଏହି ସବୁ ଜିଲ୍ଲାକୁ ପ୍ରବଳ ବର୍ଷା ଓ କାଳ ବୈଶାଖୀ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ପୁଣି ଆସୁଛି ଆଉ ଏକ ବଡ ବର୍ଷା, ପ୍ରବଳ ବର୍ଷିବ ଏବଂ କାଳବୈଶାଖୀ ହେବାର ସମ୍ଭାବନା ଅଛି ବୋଲି ସୂଚନା ଦେଲା ପାଣିପାଗ କେନ୍ଦ୍ର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଗତ ବର୍ଷ ଗୋଟିଏ ପରେ ଗୋଟିଏ ପ୍ରାକୃତିକ ବିପର୍ଯ୍ୟୟ ଲୋକମାନଙ୍କ ଜୀବନକୁ ଅସ୍ତବ୍ୟସ୍ତ କରି ରଖି ଦେଇଥିଲା। ବର୍ଷ ଆରମ୍ଭରୁ ହିଁ ଗୋଟିଏ ପରେ ଗୋଟିଏ ବାତ୍ୟା ଏବଂ ଲଘୁଚାପ ଦେଖିବାକୁ ମିଳୁଛି। ଅଦିନରେ ବର୍ଷା ଏବଂ ଅତି ପ୍ରବଳ ବର୍ଷା କାରଣରୁ ଲୋକମାନେ ନାନା ବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ଲଘୁଚାପ ନଜାଉଣୁ ଆଉ ଏକ ଲଘୁଚାପ ବଙ୍ଗୋପସାଗର ରେ ଦାନା ବାନ୍ଧିବାରେ ଲାଗିଥିଲା। ଆଉ ଏବେ ପୁରୁଣା ବର୍ଷ ସରି ନୂଆ ବର୍ଷ ଆସିଲାଣି, ହେଲେ ଆଉ ଏକ  ବଡ ବର୍ଷା ଲୋକଙ୍କର ମୁଣ୍ଡବଥାର କାରଣ ହେବାକୁ ଯାଉଛି। 

 

ରାଜ୍ୟରେ ଆସନ୍ତା ଜାନୁଆରୀ ୭ ତାରିଖରୁ ଆରମ୍ଭ ହେବ ବର୍ଷା । ସପ୍ତାହେ ଧରି ରାଜ୍ୟରେ ସ୍ବଳ୍ପରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସୋଆର ପରିବେଶ ଏବଂ ଜଳବାୟୁ କେନ୍ଦ୍ର ପକ୍ଷରୁ ମଙ୍ଗଳବାର ଏ ନେଇ ପୂର୍ବାନୁମାନ କରାଯାଇଛି। ଜାନୁଆରୀ ୭ ତାରିଖରୁ ୧୪ ତାରିଖ ଯାଏଁ ଓଡିଶାରେ ବର୍ଷା ଲାଗିରହିବ । ଜାନୁଆରୀ ୮, ୯ ଏବଂ ୧୩, ୧୪ ତାରିଖରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ସେହିଭଳି ୯ ଏବଂ ୧୪ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାନେଇ ପୂର୍ବାନୁମାନ କରାଯାଇଛି ।

 

ପଶ୍ଚିମ ଓଡିଶାରେ ଜାନୁଆରୀ ୯ ଏବଂ ୧୨ ତାରିଖରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପଶ୍ଚିମାଞ୍ଚଳର ଗୋଟିଏ ଦୁଇଟି ସ୍ଥାନ‌ରେ ଘଡଘଡି ସହ କାଳବୈଶାଖୀ ମଧ୍ୟ ହେବାର ଆଶଙ୍କା ରହିଛି । ସେହିଭଳି ଉତ୍ତର ଓଡିଶା ଏବଂ ଉପକୂଳ ଓଡିଶାରେ ଜାନୁଆରୀ ୧୦ ଏବଂ ୧୪ ତାରିଖରେ ମଧ୍ୟମରୁ ପ୍ରବଳ ବର୍ଷା ହେବ।ଯେହେତୁ ସିଷ୍ଟମ୍‌ ପଶ୍ଚିମରୁ ପୂର୍ବକୁ ଗତି କରିବ, ସେହିପରି ବର୍ଷାର ତୀବ୍ରତା ପଶ୍ଚିମ ଓଡିଶା ଠାରୁ ଉପକୂଳ ବେଲ୍ଟକୁ ବଦଳିଯିବ ବୋଲି ଏଥିରେ କୁହାଯାଇଛି। 

 

ଶୀତଦିନେ ଉତ୍ତର-ପଶ୍ଚିମ ଭାରତର ପ୍ରମୁଖ ଗହମ ଉତ୍ପାଦନକାରୀ ରାଜ୍ୟଗୁଡିକରେ ଅନୁଭୂତ ହୋଇଥିବା ପାଣିପାଗ ପୂର୍ବ ଭାରତକୁ କ୍ୱଚିତ୍ ପ୍ରଭାବିତ କରିଥିଲା କିମ୍ବା ତୀବ୍ରତା କମ୍ ଥିଲା । କିନ୍ତୁ ଗତ ବର୍ଷ ଡିସେମ୍ବର ମାସର ଶେଷ ସପ୍ତାହରେ ଓଡିଶା ଏବଂ ପଡୋଶୀ ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଥିଲା। ଆସନ୍ତା ସପ୍ତାହରେ ସମାନ ଘଟଣା ଅନୁଭୂତ ହେବାକୁ ଯାଉଛି ବୋଲି ବୁଲେଟିନ୍‌ରେ କୁହାଯାଇଛି।ଏହି ସମୟରେ, ଜାନୁଆରୀ ୫ ରୁ ରାତିର ତାପମାତ୍ରା ବୃଦ୍ଧି ପାଇବ ଏବଂ ଜାନୁୟାରୀ ୧୫ ପର୍ଯ୍ୟନ୍ତ ସ୍ୱାଭାବିକଠାରୁ ୩ ରୁ ୪ ଡିଗ୍ରୀ ସେଲସିୟସ୍ ରହିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *