ମହିଳା ଙ୍କୁ ମାସକୁ 2000 ଟଙ୍କା ଓ ବର୍ଷକୁ 8 ଟି ଗ୍ୟାସ ସିଲିଣ୍ଡର । ଜାଣନ୍ତୁ କିଏ ଦେବ କେବେ ମିଳିବ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ମହିଳା ଙ୍କୁ 2000 ଟଙ୍କା ଓ 8 ଟି ସିଲିଣ୍ଡର ମିଳିବ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ରାଜନୀତି ହେଉଛି ଏକ ପ୍ରକାର ମିଛ ଆଶ୍ଵାସନା ବୋଲି କହିଲେ ଚଳେ । ନେତା ମାନେ ରାଜନୀତି ନାମ ରେ ଅନେକ ଲୋକ ଙ୍କୁ ମିଛ ଆଶ୍ୱାସନା ଦେଇଥାନ୍ତି । ମୁଁ ଜିତିଲେ ଏହି ଅଞ୍ଚଳ ରେ ଏଇ ଉନ୍ନତି କରିବି , ସେଇ ଉନ୍ନତି କରିବି କହି ଭୋଟ ନେଇଯାଆନ୍ତି । କିନ୍ତୁ ଜିତିସରିଲା ପରେ ସେହି ନେତାଙ୍କର ଆଉ ଦେଖା ମିଳେନାହିଁ । ତେବେ ବର୍ତମାନ ସୁଦ୍ଧା କିଛି କିଛି ହାତ ଗଣତି ନେତା ଅଛନ୍ତି ଯେଉଁମାନେ ପ୍ରତିଶ୍ରୁତିବଦ୍ଧ । ଅର୍ଥାତ୍ ଭୋଟ ବେଳେ ଯେଉଁ ପ୍ରତିଶ୍ରୁତି ଦେଇଥାନ୍ତି , ସେହି ପ୍ରତିଶ୍ରୁତି ଜିତିଲା ପରେ ପୂରଣ କରିଥାନ୍ତି । 

 

ତେବେ ଯେଉଁ ସ୍ଥାନ ରେ ଭୋଟ ଆସିଥାଏ , ଅନେକ ଭୋଟ କୁ ନେତା ମାନେ ଟଙ୍କା ପଇସା ଦେଇ କିଣି ନେଇଥାନ୍ତି । ତେବେ ଏପରି ସ୍ଥାନରେ ଭୋଟର ମାନେ ଟଙ୍କା ନ ନେଇ ନିଜ ବୁଦ୍ଧି ଅନୁସାରେ ଭୋଟ ଦେବା ଉଚିତ୍ । ଗ୍ରାମ ହେଉ ବା ସହର , ସବୁଠି ଇଲେକ୍ସନ ଓ ସିଲେକ୍ସନ ହୋଇଥାଏ ଜନତା ଙ୍କ ଦ୍ଵାରା । ତେଣୁ ଜନତା ଆଶା କରିଥାନ୍ତି ଯେ ସରକାର ଗଠନ ପରେ ଜନତା ଙ୍କ ସେବା ରେ ଲଗିବେ ବୋଲି । କିନ୍ତୁ ସରକାର ଙ୍କ ଦ୍ୱାରା ଗ୍ରାମ ଉନ୍ନତି ପାଇଁ ନିଆଯାଉଥିବା ସମସ୍ତ ପଦକ୍ଷେପ ଗୁଡିକୁ ମଧ୍ୟ ସେମାନେ ସଠିକ୍ ଭାବେ ନିଭାଉ ନାହାଁନ୍ତି । କେବଳ ନିର୍ବାଚନ ସମୟରେ ଭୋଟ ପାଇବା ଆଶା ରେ ଲୋକ ମାନଙ୍କ ପାଖକୁ ଆସିଥାନ୍ତି । 

 

ଆଉ ଅନେକ କିଛି କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି । ମାତ୍ର ନିର୍ବାଚନ ରେ ଜିତିବା ପରେ ପରେ ସବୁ ଭୁଲି ଯାଇଥାନ୍ତି । ପଞ୍ଜାବ ରେ ନିର୍ବାଚନ ପୂର୍ବରୁ ରାଜନୀତି ସରଗରମ୍ ଆରମ୍ଭ ହୋଇଯାଇଛି । ଭୋଟରଙ୍କୁ ଆକୃଷ୍ଟ କରିବାର ଗୋଟିଏ ବି ମଉକା ଛାଡି଼ବାକୁ ପ୍ରସ୍ତୁତ ନୁହଁନ୍ତି ରାଜନେତା । ତେବେ ଏକ ଜନସଭାରେ ସିଦ୍ଧୁ ବଡ ଘୋଷଣା କରିଛନ୍ତି । ସିଦ୍ଧୁ କହିଛନ୍ତି, ଯଦି ପଞ୍ଜାବରେ ପୁଣିଥରେ କଂଗ୍ରେସ ସରକାର ଗଢିବ ତେବେ ପ୍ରତି ମହିଳାଙ୍କୁ ୨ ହଜାର ଟଙ୍କା ସହ ୮ଟି ଗ୍ୟାସ୍ ସିଲିଣ୍ଡର ଦିଆଯିବ ।ଏହି ରାଜନୀତି ସମୟ ରେ ହିଁ ଅନେକ ରାଜନେତା ଅନେକ ଆଶ୍ୱାସନା ଦେଇଥାନ୍ତି । 

 

ତେଣୁ ସିଦ୍ଧୁ ଆହୁରି ମଧ୍ୟ କହିଛନ୍ତି କଂଗ୍ରେସ ସରକାରକୁ ଆସିଲେ ପ୍ରତି ଗାଁରୁ ଦୁଇ ମହିଳାଙ୍କୁ ନେଇ କମାଣ୍ଡୋ ବାଟାଲିୟନ ତଥା ଡିଫେନ୍ସ ପାଇଁ ପ୍ରସ୍ତୁତ କରିବ । ଏହାଛଡା ପଞ୍ଚମ ପାସ୍ ଛାତ୍ରୀଙ୍କୁ ୫୦୦୦, ଦଶମ ଓ ଦ୍ୱାଦଶ ଶ୍ରେଣୀ ପାସ୍ କରିଥିବା ଛାତ୍ରଛାତ୍ରୀଙ୍କୁ ଯଥାକ୍ରମେ ୧୫ ହଜାର ଓ ୨୦ ହଜାର ଟଙ୍କା ଦେବ । ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାଉଥିବା ଛାତ୍ରୀଙ୍କୁ ଟାବଲେଟ ବା ବଡ଼ ମୋବାଇଲ ଦିଆଯିବ । ଘରୋଇ କାମ ପାଇଁ ମହିଳାଙ୍କୁ ବିନା ସୁଧରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତୠଣ ଦିଆଯାଇପାରିବ । ସେହିଭଳି ପାଞ୍ଚ ଏକରରୁ କମ ଜମି ଥିବା ଚାଷୀ କିମ୍ବା ଦିନ ମଜୁରିଆଙ୍କୁ ଦୈନିକ ୪୦୦ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି ସିଦ୍ଧୁ । କିନ୍ତୁ ଏସବୁ କେତେ ଦୂର ସତ ଓ କେତେ ଦୂର ମିଛ ତାହା ଇଲେକ୍ସନ ପରେ ହିଁ ଜଣା ପଡ଼ିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *