କାହାଣୀ ରେ ନୂଆ ଟୁଇଷ୍ଟ । ନ୍ୟାୟ ପରେ ଫୁଣି ନୂଆ ବିବାଦ । ଜାଣିଲେ ମୁଣ୍ଡ ଗରମ ହେବ…

 

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ , ତପସ୍ୱିନୀ କେସରେ ନୂଆ ବିବାଦ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତପସ୍ୱିନୀ ଦୀର୍ଘ ଦିନ ଧରି ଯେଉଁ ଆଇନ୍ ଗତ ଲଢେଇ କରୁଥିଲେ ,ଆଜି ମାନ୍ୟବର ଜର୍ଜ ଙ୍କ ଠାରୁ ତାଙ୍କୁ ଉଚିତ୍ ନ୍ୟାୟ ମିଳିଛି।ଦର୍ଶକ ବନ୍ଧୁ ଆଜି କୋର୍ଟ ସୁମିତ ଏବଂ ତପସ୍ୱିନୀ ଙ୍କ ମାମଲା କୁ ନେଇ ଶେଷ ରାୟ ଦେଇ ଦେଇଛି । ରାୟ ଅନୁସାରେ ତପସ୍ୱିନୀ ଏବଂ ସୁମିତ ଙ୍କୁ ଗୋଟେ ଘରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ଅର୍ଥାତ୍ ତପସ୍ୱିନୀ ସୁମିତ ଙ୍କ ଘରେ ରହିବେ। ଏହା ସହିତ ମଧ୍ୟ ଏହା ମଧ୍ୟ କୁହା ଯାଇଛି ଯେ , ତପସ୍ୱିନୀ ବର୍ତ୍ତମାନ ତାଙ୍କର ସ୍ବାମୀ ଙ୍କ ଘରେ ରହିବେ କିନ୍ତୁ ଉଭୟ ପକ୍ଷ ରୁ କୌଣସି ବି ଲୋକ କାହା ବିପକ୍ଷ ରେ କିଛି ଆକ୍ଷେପ ପ୍ରତ୍ୟାକ୍ଷେପ କରିବେ ନାହିଁ । 

 

ତେବେ ବର୍ତ୍ତମାନ ସମୟ ରେ ତପସ୍ୱିନୀ ଏହା କହିଛନ୍ତି ଯେ , ମୁଁ ସ୍ବାମୀ ଙ୍କ ର ବେଡ୍ ରୁମ୍ କୁ ଯିବି ସେଠାରେ ଆମେ ଦୁଇ ଜଣ ଏକାଠି ରହିବୁ । କିନ୍ତୁ ସୁମିତ ଏହି କଥା ରେ ମନା କରୁଥିଲେ। ତପସ୍ୱିନୀ କହିଛନ୍ତି ସୁମିତ ଙ୍କ ମନା କରିବାରେ କିଛି ନାହିଁ ମୁଁ ବାହା ହେଇ ମୋ ସ୍ଵାମୀ ଙ୍କ ସହ ଯେଉଁ ରୁମ୍ ରେ ରହିଥିଲି ,ମୁଁ ଏବେ ସେହି ରୁମ୍ ରେ ହିଁ ଯାଇ ରହିବି । ତେବେ ତପସ୍ୱିନୀ ଏହା କହିଛନ୍ତି ଯେ , କୋର୍ଟ ପେପର ରେ ଏହା ସ୍ପଷ୍ଟ ଭାବରେ ଉଲ୍ଲେଖ ରହିଛି ଯେ ତପସ୍ୱିନୀ ଶାଶୁ ଘରେ ଯାଇ ରହି ପାରିବେ ।

 

ଆଉ ତା ବୋଲି କଣ ମୁଁ ଯାଇ ଷ୍ଟୋର ରୁମ୍ ରେ ରହିବି ଯେଉଁଟା ଅପରିଷ୍କାର ହୋଇ ପଡ଼ିଛି , ସେଠାରେ ମୁଁ ଏକୁଟିଆ କେମିତି ରହିବି । ମୁଁ ବାହା ହେବା ପରେ ଯେଉଁ ରୁମ୍ ରେ ରହିଥିଲି ସେଠାରେ ହିଁ ରହିବି । ଆଉ ଯଦି ସେହି ରୁମ୍ କୁ ନ ଛାଡ଼ିବେ ତାହେଲେ ମୁଁ ଏମିତି ହିଁ ବସିବି କିନ୍ତୁ ସେ ଷ୍ଟୋର ରୁମ କୁ ବିଲକୁଲ ଯିବି ନାହିଁ । ମୁଁ ବାହା ହେଇ ଆସିବା ପରେ ଯେଉଁଠି ଥିଲି ସେହି ରୁମ୍ ରେ ହିଁ ରହିବି ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *