ଫୁଣି ବଦଳିଲା ନିୟମ । ଆସିଲା କରୋନା ପାଇଁ ନୂଆ ଗାଇଡ଼ଲାଇନ । ଘରୁ ବାହାରିବା ପୂର୍ବରୁ ଜାଣିରଖ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଓଡ଼ିଶାରେ ବ୍ୟାପକ ହେଲା କରୋନା କଟକଣା । ଆସିଲା ନୂଆ ଗାଇଡ଼ଲାଇନ । ଏବେ ଆସନ୍ତୁ ଜାଣିବା ସେ ସମ୍ବନ୍ଧୀୟ ସବିସ୍ତୃତ ବିବରଣୀ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ରାଜ୍ୟରେ ଗତ ୫ଦିନ ମଧ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୦୦ରୁ ପ୍ରାୟ ୧୨୦୦କୁ ବୃଦ୍ଧି ପାଇବା ପରେ ରାଜ୍ୟ ସରକାର କୋଭିଡ-୧୯ କଟକଣାକୁ ବ୍ୟାପକ କରିଛନ୍ତି । ଜାନୁୟାରୀ ୭ରୁ ଫେବୃୟାରୀ ୧ତାରିଖ ପର୍ଯ୍ୟନ୍ତ ଅବଧି ପାଇଁ ରାଜ୍ୟ ସରକାର ଆଜି ସଂଶୋଧିତ କଟକଣା ଜାରି କରିଛନ୍ତି । ଡିସେମ୍ବର ୨୯ ଓ ୩୧ତାରିଖରେ ଜାରି ହୋଇଥିବା କଟକଣା ସମେତ ଏହି ସଂଶୋଧିତ କଟକଣା ଲାଗୁ ହେବ । ସହରାଅଞ୍ଚଳରେ ନାଇଟ୍ କର୍ଫ୍ୟୁ ଅବଧିକୁ ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବା ସହ ସ୍କୁଲ ସମ୍ପୂର୍ଣ୍ଣ ବନ୍ଦ ରହିବ । ତେବେ ଏବେ ଚାଲିଥିବା ମ୍ୟାଟ୍ରିକ ଆସେସମେଣ୍ଟ ପରୀକ୍ଷା ଜାରି ରହିବ । 

 

ବିବାହ ଓ ବ୍ରତରେ ସର୍ବାଧିକ ୧୦୦ଜଣ, ଶୁଦ୍ଧିକ୍ରୟାରେ ସର୍ବାଧିକ ୫୦ଜଣ ସମେତ ଧାର୍ମିକ, ରାଜନୀତିକ ଓ ଏକାଡେମିକ କାର୍ଯ୍ୟକ୍ରମରେ ସର୍ବାଧିକ ୧୦୦ଜଣ ଲୋକଙ୍କୁ ଅନୁମତି ମିଳିବ । ତେବେ ଯାତ୍ରା ବା ଅପେରା ନିମନ୍ତେ ସର୍ବାଧିକ ୧ହଜାର ଲୋକଙ୍କୁ ଅନୁମତି ମିଳିବ । ପିକନିକ୍ , ସାଂସ୍କୃତିକ ଓ ନୃତ୍ୟ କାର୍ଯ୍ୟକ୍ରମ ଉପରେ ସମ୍ପୂର୍ଣ୍ଣ ବାରଣ ହୋଇଥିବାବେଳେ ହୋଟେଲ ଓ ରେଷ୍ଟୁରାଣ୍ଟ, ବାର ଓ ପବଗୁଡ଼ିକ ସର୍ବାଧିକ ରାତି ୯ଟା ପର୍ଯ୍ୟନ୍ତ ଖୋଲିବ । ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟରେ ଗତ ୫ଦିନ ମଧ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୧୨୦୦ରୁ ଅଧିକ ଛୁଇଁଲାଣି । ତେବେ ଜୀବିକା ଓ ଜୀବନ ମଧ୍ୟରେ ସମନ୍ୱୟ ରକ୍ଷା କରିବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି । 

 

ଜୀବିକାକୁ ପ୍ରଭାବିତ ନକରି ଜୀବନକୁ ସୁରକ୍ଷିତ ରଖିବା ନିମନ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ ଓ ବାରମ୍ବାର ହାତ ଧୋଇବା ଭଳି ୩ଟି ନିୟମକୁ ପାଳନ ସହ ସରକାରଙ୍କ ଗାଇଡଲାଇନକୁ ମାନିବାକୁ ସେ ପରାମର୍ଶ ଦେଇଛନ୍ତି  ।  ସୋସିଆଲ ମିଡିଆରେ ଗୁଜବ ଉପରେ ବିଶ୍ୱାସ ନକରି କେବଳ ସରକାରୀ ପରାମର୍ଶକୁ ପାଳନ କରିବାକୁ ସେ କହିଛନ୍ତି । ସହରାଅଞ୍ଚଳରେ ନାଇଟ୍ କର୍ଫ୍ୟୁ ଅବଧିକୁ ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବା ସହ ସ୍କୁଲ ସମ୍ପୂର୍ଣ୍ଣ ବନ୍ଦ ରହିବ । ଗାଡ଼ି ଚଳାଚଳ ବନ୍ଦ ରହିବ। ତେବେ ଅତ୍ୟାବଶ୍ୟକ ସେବା ଓ ଉପଯୁକ୍ତ ପ୍ରମାଣ ଦେଖାଇ ଗାଡ଼ି ଚଳାଚଳ କରିପାରିବେ ।

 

 ସମସ୍ତ ସରକାରୀ ଓ ଘରୋଇ ଅଫିସଗୁଡ଼ିକ ସର୍ବନିମ୍ନ କର୍ମଚାରୀ ଅବା ୱାର୍କ ଫ୍ରମ ହୋମ୍ ମାଧ୍ୟମରେ କାର୍ଯ୍ୟ କରିବେ । ସମସ୍ତ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ ରହିବ । ତେବେ ରାଜନୀତିକ, ର‌୍ୟାଲି, ଶୈକ୍ଷିକ ଓ କ୍ରୀଡ଼ା କାର୍ଯ୍ୟକ୍ରମ ପାଇଁ ସର୍ବାଧିକ ୧୦୦ଜଣଙ୍କୁ ଅନୁମତି ମିଳିବ । କୌଣସି ହଲ୍ ଭିତରେ କାର୍ଯ୍ୟକ୍ରମ କରୁଥିଲେ କୋଭିଡ୍ ନିୟମ ପାଳନ କରି ଉକ୍ତ ହଲର କ୍ଷମତାର ସର୍ବାଧିକ ୫୦ପ୍ରତିଶତଙ୍କୁ ନେଇ କରିପାରିବେ । ସମସ୍ତ ପ୍ରକାରର ପ୍ରଦର୍ଶନୀ, ମେଳା ଓ ଏକ୍ସପୋ ଉପରେ କଟକଣା ଜାରି ହୋଇଛି । ପିକନିକ୍ , ଶିକ୍ଷାନୁଷ୍ଠାନ ଦ୍ୱାରା ପିକନିକ୍ ବା ଏକ୍ସର୍କସନ ପାଇଁ ବାରଣ ରହିଛି । ତେବେ ଧାର୍ମିକ ଅନୁଷ୍ଠାନ ଯଥା ମଠ, ମନ୍ଦିର, ଚର୍ଚ୍ଚ, ମସଜିଦ୍ ଆଦିରେ ପୂଜକଙ୍କ ସମେତ ହାତଗଣତି କର୍ମଚାରୀଙ୍କୁ ନେଇ ରୀତିନୀତି ସମ୍ପନ୍ନ କରାଯିବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *