ଏବେ ଆସିଲା ବଡ଼ ଖବର । ଆଜିଠୁ ନାଇଟ୍ କର୍ଫ୍ୟୁ, ଜାନୁଆରୀ ୯ ରୁ ସମ୍ପୂର୍ଣ୍ଣ ଲକ୍ ଡାଉନ୍ । ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଆଜିଠୁ ନାଇଟ୍ କର୍ଫ୍ୟୁ, ଜାନୁଆରୀ ୯ ରୁ ସମ୍ପୂର୍ଣ୍ଣ ଲକ୍ ଡାଉନ୍ । ଆସନ୍ତୁ ଜାଣିବା ସମ୍ପୂର୍ଣ ଖବର।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଦେଶରେ ପୁଣି କରୋନା ବିସ୍ଫୋରଣ। ଲକ୍ଷେ ମୁହାଁ ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୯୦ହଜାର ୯୨୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ୫୬.୨ ପ୍ରତିଶତ ବୃଦ୍ଧି ପାଇଛି କରୋନା ସଂକ୍ରମଣ । ଗୋଟିଏ ଦିନରେ ପ୍ରାଣ ହରାଇଛନ୍ତି ୩୨୫ଜଣ। ଆକଟିଭ୍‌ କେସ୍‌ ରହିଛି ୨ ଲକ୍ଷ ୮୫ହଜାର ୪୦୧ । ସୁସ୍ଥ ହୋଇଛନ୍ତି ୩ କୋଟି ୪୩ଲକ୍ଷ ୪୧ହଜାର ୯ଜଣ। ଗତକାଲି ୫୮ହଜାର ୯୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏପଟେ ୨ହଜାର ୬୩୦କୁ ବୃଦ୍ଧି ପାଇଛି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ରରେ ସର୍ବାଧିକ ୭୯୭ , ଦିଲ୍ଲୀରେ ୪୬୫, ରାଜସ୍ଥାନରୁ ୨୩୬ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । 

 

ତେବେ ରାଜ୍ୟରେ ସଂକ୍ରମଣ ବଢିବା ସହିତ ବଢୁଛି କଟକଣା । ନାଇଟ୍‌ କର୍ଫ୍ୟୁ ସମୟସୀମା ବଢିଲା  । କୋଭିଡ କଟକଣା ନେଇ ଆସିଲା ନୂଆ ଗାଇଡ଼ଲାଇନ । ରାଜ୍ୟର ସମସ୍ତ ସହରାଞ୍ଚଳରେ ଏଣିକି ରାତି ୯ଟାରୁ ସକାଳ ୫ଟା ଯାଏ ନାଇଟ୍‌ କର୍ଫ୍ୟୁ ଲାଗିବ । ଆସନ୍ତା ୭ ତାରିଖ ସକାଳରୁ ଫେବ୍ରୁଆରୀ ୧ ତାରିଖ ଯାଏ ଲାଗୁ ହେବ ନୂଆ କଟକଣା ।ତେବେ ଓଡ଼ିଶାରେ ମଧ୍ୟ ସ୍ଥାନୀୟ ସଂକ୍ରମଣ ୧୯ ଜଣ , ୫ ଜଣ ବିଦେଶ ଫେରନ୍ତା ଅଛନ୍ତି । ସମସ୍ତଙ୍କର ଟ୍ରାକିଂ ସରିନାହିଁ । ସାମ୍ପୁଲ ଟେଷ୍ଟିଂର ୧୨ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଛନ୍ତି । ଟିକା ନେଇଥିଲେ ମଧ୍ୟ ମାସ୍କ ପରିଧାନ ଏବଂ ସାମାଜିକ ଦୂରତା ରଖିବାକୁ ପରାମର୍ଶ ଦେଇଛନ୍ତି । ତେବେ ତାମିଲନାଡ଼ୁରେ ଅଚାନକ କୋଭିଡ୍‌ ମାମଲା ବୃଦ୍ଧି ଦେଖି ତାମିଲନାଡୁରେ ରବିବାର ଲକଡାଉନ୍‌ ଲାଗୁ ହେବ । 

 

ତେବେ ଏହା ଆସନ୍ତା ଜାନୁଆରୀ ୯ ତାରିଖ ଠାରୁ ଆରମ୍ଭ ହେବ । ଗୁରୁବାରଠୁ ରାତ୍ରକାଳୀନ କର୍ଫ୍ୟୁ ଆରମ୍ଭ ହେବ । ଏହି ସମୟରେ ରାତି ୧୦ରୁ ଆରମ୍ଭ କରି ସକାଳ ୫ଟା ମଧ୍ୟରେ ଯାତାୟତ ଉପରେ କଟକଣା ରହିବ । ସେପଟେ କୋଭିଡ୍‌ ମାମଲା ବଢ଼ିବା ଦେଖି ଗୋଆ ଓ ପଞ୍ଜାବ ମଧ୍ୟ ନାଇଟ୍‌ କର୍ଫ୍ୟୁ ଲଗାଇଛନ୍ତି । ଛତିଶଗଡ଼ର ରାଜଧାନୀ ରାୟପୁରରେ ରାତି ୯ରୁ ସକାଳ ୬ଟା ଯାଏ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ ।ବିବାହ ଉତ୍ସବରେ ୧୦୦ ଜଣଙ୍କୁ ଅନୁମତି ମିଳିବ ଓ ଅନ୍ତ୍ୟେଷ୍ଟି କ୍ରିୟାରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ । ବାହାଘର ଶୋଭାଯାତ୍ରାରେ ସର୍ବାଧିକ ୩୦ ଜଣଙ୍କୁ ଅନୁମତି । ରାଜ୍ୟରେ ୫୦ ପ୍ରତିଶତ କ୍ଷମତାରେ ଚାଲିବ ସରକାରୀ ଅଫିସ । 

 

ଦୋକାନ ବଜାରରେ ଗହଳି ନକରିବାକୁ ଏସଆରସି ନିବେଦନ କରିଛନ୍ତି । ରାଜ୍ୟରେ ସ୍କୁଲ, କଲେଜରେ ଦ୍ୱାଦଶ ଶ୍ରେଣୀ ଯାଏ କ୍ଲାସ୍‌ ବନ୍ଦ ରହିବ । କିନ୍ତୁ ଅଲଲାଇନ୍‌ରେ ଜାରି ରହିବ ପାଠପଢ଼ା । ସାମାଜିକ ଓ ଧାର୍ମିକ ସମାବେଶ ବନ୍ଦ ରହିବ । ହୋଟେଲ୍‌, କ୍ଲବ, ପାର୍କ, କନଭେନସନ୍‌ ସେଣ୍ଟର, ମଲ୍‌, କଲ୍ୟାଣ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ମନା । ଫୁଡ୍‌ ଭେଣ୍ଡରମାନେ ରାତି ୯ଟା ଯାଏ ବ୍ୟବସାୟ କରିବେ, ଭିଡ଼କୁ ଏଡାଇବେ । ହୋଟଲ୍‌, ରେଷ୍ଟୁରାଣ୍ଟ, ବାର୍‌, ଢାବା ରାତି ୯ଟା ଯାଏ ଖୋଲା ରହିବ । ସିନେମା ହଲ୍‌, ଥିଏଟର ୫୦ ପ୍ରତିଶତ କ୍ଷମତା ସହ ଚାଲିବ । ଏହି ସବୁ ନିୟମ ନ ମାନିଲେ କଡ଼ା ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ସରକାର ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *