ଏବେ ଏବେ ଆସିଲା ବଡ଼ ଖବର । ରାଜ୍ୟ ପଞ୍ଚାୟତ ନିର୍ବାଚନ କେମିତି ହେବ – ଏ ନେଇ ଏହିଁ ବଡ଼ କଥା କହିଛନ୍ତି ରାଜ୍ୟ ନିର୍ବାଚନ କମିଶନର …

 

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପୁଣି ଥରେ କରୋନା ପାଇଁ ଭୟ ର ବାତାବରଣ ସୃଷ୍ଟି ହୋଇଛି । ପୁଣି ଥରେ ଦୃତ ବେଗ ରେ ମାଡି ଚାଲିଛି କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ।ପଞ୍ଚାୟତ ଭୋଟ ଉପରେ ରହିଛି କୋଭିଡ ର ତୃତୀୟ ଲହର ର କଳା ବାଦଲ । ତେବେ ଏବେଠୁ ଯେମିତି ମାଡିଲାଣି ,ଆଉ ଆଗକୁ କଣ ହେବ ଏମିତି ଅନେକ ଗୁଡ଼ିଏ ପ୍ରଶ୍ନ ଉଠୁଛି । ତେବେ ପଞ୍ଚାୟତ ଭୋଟ ସ୍ଥଗିତ ରହିବ ନା କୋଭିଡ ଗାଇଡ ଲାଇନ ଭିତରେ ଭୋଟ ହେବ।ତେବେ ଆଗକୁ ଭୋଟ ର ତାରିଖ ଘୋଷଣା ହେବାକୁ ଥିବା ବେଳେ ସ୍ଥିତି ଆହୁରି ବିଗିଡ଼ିଲେ କିଭଳି ହେବ ନିର୍ବାଚନ ।

 

ତେବେ ଏହି ସବୁ ପ୍ରଶ୍ନ ଏବଂ ଦ୍ଵନ୍ଦ ରହିଛି । ଆଉ ଏହା ମଧ୍ୟରେ ମଧ୍ୟ ଭୋଟ ପାଇଁ ଜୋରସୋର ରେ ପ୍ରସ୍ତୁତି ବି ଚାଲିଛି । ତେବେ ଆଜି ରାଜ୍ୟ ନିର୍ବାଚନ କମିଶନ ପକ୍ଷ ରୁ ରାଜ୍ୟ ର ସମସ୍ତ ଜିଲ୍ଲା ମାନଙ୍କୁ ନିର୍ବାଚନ ପାଇଁ କାଳୀ ,ଫର୍ମ୍ ଏବଂ ଅନ୍ୟାନ୍ୟ ଜିନିଷ ପଠା ଯାଇଛି । ତେବେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆସନ୍ତା 10 ତାରିଖ ରେ ନିର୍ବାଚନ ଆୟୋଗ ଏକ ବୈଠକ ଡାକିଛନ୍ତି ।

 

ଅନ୍ୟ ପଟେ ମଧ୍ୟ ରାଜ୍ୟ ସରକାର ସବୁ ଦଳୀୟ ଭୋଟର ମାନଙ୍କ ପାଇଁ ସ୍କୀମ ସହିତ ଆର୍ଥିକ ସହାୟତା ଘୋଷଣା କରି ସାରିଛନ୍ତି । ତେବେ ଆଗକୁ ସାମ୍ଭାବ୍ୟ ସଂକ୍ରମଣ ର ଭୟାବହତା ଭିତରେ ଭୋଟ ହେଲେ ସ୍ଥିତି ବିଗିଡି ଜୀବନୀ ତ ,ଏମିତି ବି ପ୍ରଶ୍ନ ଉଠୁଛି । କାରଣ କୋଭିଡ ର ଦ୍ଵିତୀୟ ଲହର ରେ ଏହି ଆଶଙ୍କା ପାଇଁ ପିପିଲି ର ଉପନିର୍ବାଚନ କୁ ସ୍ଥଗିତ ରଖା ଯାଇଥିଲା ।

 

ଆଉ ଯେତେବେଳେ ବି ନିର୍ବାଚନ ହେଲା କୋଭିଡ ର କଡ଼ା କଟକଣା ଭିତରେ ହିଁ ହେଲା । ତେବେ ଏହି ସମୟ ରେ କଂଗ୍ରେସ କହୁଛି ଯେ ,ସଂକ୍ରମଣ ବଢ଼ିଲେ ନିର୍ବାଚନ ବନ୍ଦ ହେବା ଦରକାର ,ଆଉ ବିଜେପି କହୁଛି ଯେ ସରକାର ଯାହା ନିଷ୍ପତି ନେବେ ତାକୁ ମାନିବୁ ଏବଂ ବିଜେଡି କହିଛି ଯେ ଲୋକ ଙ୍କ ସ୍ବାସ୍ଥ୍ୟ ହିଁ ହେଉଛି ପ୍ରାଥମିକତା । କିନ୍ତୁ ନିର୍ବାଚନ ବି ଠିକ୍ ସମୟରେ ହିଁ ହେବା କଥା ।

 

ତେବେ ସ୍ବାସ୍ଥ୍ୟ ବିଭାଗୀୟ ଅଧିକାରୀ ମାନଙ୍କ ମତ ରେ ଏହିଭଳି ସ୍ଥିତି ରେ ଦୁଇ ମାସ ଯାଏ ନିର୍ବାଚନ କୁ ଘୁଞ୍ଚାଇ ଦେଲେ ମଧ୍ୟ ଭଲ । ତେବେ ବର୍ତ୍ତମାନ ସମୟ ରେ ରାଜ୍ୟ ନିର୍ବାଚନ କମିଶନ ର ଆଦିତ୍ୟ ପ୍ରସାଦ ପାଢ଼ୀ ଏହା କହିଛନ୍ତି ଯେ ,ନିର୍ବାଚନ ସମୟ ରେ ପରିସ୍ଥିତି କେଉଁ ଭଳି ଥିବ ତାହାକୁ ଦେଖି କଟକଣା ଜାରି କରିବୁ । ତେବେ ଫେବୃଆରୀ ର ଶେଷ ବେଳକୁ କରୋନା ର ତୃତୀୟ ଲହର ଶୀର୍ଷ ଛୁଇଁବ ବୋଲି କୁହା ଯାଉଛି । ପାଖାପାଖି ସେହି ସମୟ ରେ ରାଜ୍ୟ ରେ ପଞ୍ଚାୟତ ନିର୍ବାଚନ ର ସମୟ ହେଲେ ଏଭଳି ସ୍ଥିତି ରେ ରାଜ୍ୟ ନିର୍ବାଚନ କମିଶନ କି ନିଷ୍ପତ୍ତି ନେଉଛନ୍ତି ତା ଉପରେ ରହିଛି ସମସ୍ତଙ୍କ ନଜର ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *