ସୁମିତ ତପଶ୍ୱନୀ କେସରେ ନାଟକୀୟ ମୋଡ଼ । ନିଜ ଘରୁ ନିଜେ ବାହାରିଗଲେ ପ୍ରମୋଦ ସାହୁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ,ଡାକ୍ତର ସୁମିତ ଓ ତପସ୍ବିନୀ ମାମଲାରେ ପୁଣି ନାଟକୀୟ ମୋଡ଼ । ଅଧ ରାତିରେ ଘର ଛାଡ଼ିଲେ ତପସ୍ୱିନୀଙ୍କ ଶ୍ୱଶୁର ପ୍ରମାଦ ସାହୁ ।ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବହୁ ବାଦ ବିବାଦ ପରେ ଗତକାଲି ତପସ୍ୱିନୀଙ୍କୁ ଶ୍ୱଶୁର ଘରକୁ ଯାଇଛନ୍ତି । ତେବେ, ପରିବାର ଲୋକଙ୍କ ଗହଣରେ ତପସ୍ୱିନୀ ନରହି ପୃଥକ୍‌ ଉପର ଘର ଏକ ରୁମ୍‌ରେ ରହିଥିବା ଜଣାପଡ଼ିଛି । ଅନ୍ୟପକ୍ଷରେ, ଏହି ମାମଲରେ ଦୁଇପକ୍ଷର ଓକିଲଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି । ବ୍ରହ୍ମାନଗରସ୍ଥିତ ଶ୍ବଶୁର ଘରେ ତପସ୍ବିନୀ ରହି ପାରିବେ ‌ବୋଲି ଜିଲ୍ଲା ଜଜ୍‌କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ପୁଲିସ ଓ ମହିଳା ସୁରକ୍ଷା ଅଧିକାରୀ ଏ ସମ୍ପର୍କରେ ତପସ୍ବିନୀ ଶ୍ବଶୁର ପ୍ରମୋଦ ସାହୁଙ୍କ ସହିତ ଆଲୋଚନା କରିଥିଲେ । ପର୍ଯ୍ୟାୟ କ୍ରମେ ଆଲୋଚନା ପରେ ତପସ୍ବିନୀଙ୍କ ପାଇଁ ଉପର ମହଲା ଘର ଠିକ୍‌ କରାଯାଇଥିଲା ।  

 

ଶ୍ବଶୁର ପ୍ରମୋଦଙ୍କ ଉପସ୍ଥିତିରେ ଉପର ମହଲରେ ଥିବା ‌ବେଡ଼ ରୁମ୍‌, ରୋଷେଇ ଘର ଓ ପୂଜାଘର ପ୍ରଭୃତି ସଫା କରାଯାଇଥିଲା । ଗତକାଲି ରାତିରେ ସ୍ଥାନୀୟ ତହସିଲ୍‌ଦାର୍‌, ଦୁଇ ପକ୍ଷ ଓକିଲ ଓ ସମାଜସେବୀ ପ୍ରମିଳା ତ୍ରିପାଠୀଙ୍କ ଉପସ୍ଥିତିରେ ତପସ୍ବିନୀ ଶ୍ବଶୁର ଘରକୁ ପ୍ରବେଶ କରିଛନ୍ତି । ତେବେ, ଏହାପୂର୍ବରୁ ଜିଲ୍ଲାଜଜ୍‌ ଶ୍ବଶୁରଙ୍କ ଘରେ ରହିବା ପାଇଁ ଅନୁମତି ଦେଇନଥିବା ଡା. ସୁମିତଙ୍କ ଓକିଲ ପ୍ରଦୀପ ବେହେରା କହିବା ପ‌ରେ ପୁଣିଥର ବିବାଦ ସୃଷ୍ଟି ହୋଇଥିଲା । ହେଲେ ଏହି ବହୁଚର୍ଚ୍ଚିତ ଡାକ୍ତର ସୁମିତ-ତପସ୍ବିନୀ ମାମଲା ଗତକାଲି ପୁଣି ଆଉ ଏକ ନାଟକୀୟ ମୋଡ଼ ନେଇଛି । 

 

ଯାହା ହେଉଛି ଗତ ମଧ୍ୟରାତ୍ରୀରେ ତପସ୍ୱିନୀଙ୍କ ଶ୍ୱଶୁର ପ୍ରମୋଦ ସାହୁ ନିଜର ବ୍ରହ୍ମାନଗର ସ୍ଥିତ ଘର ଛାଡ଼ି ବାହାରକୁ ଚାଲିଯାଇଛନ୍ତି । ତେବେ ବୋହୂ ତପସ୍ଵିନୀ ଙ୍କ ସହ ଗୋଟାଏ ଘରେ ରହିବାରେ ନିଜକୁ ସୁରକ୍ଷିତ ମଣୁ ନାହିଁ ବୋଲି ଭିଡିଓ ବାର୍ତ୍ତା ସୋସିଆଲ ମିଡିଆରେ ଜଣାଇ ସେ ଘର ଛାଡ଼ିଥିବା ନେଇ ଜଣା ପଡିଛି । ଏବେ ସେ କେଉଁଠାରେ ଅଛନ୍ତି, ତାହା ମଧ୍ୟ ଜଣାପଡ଼ିନାହିଁ । ତେବେ ବର୍ତମାନ ମିଳିଥିବା ସୂଚନା ଅନୁସାରେ ତପସ୍ୱିନୀ ଓ ସୁମିତ ବିବାଦ ମାମଲାରେ ଦେଖା ଦେଇଛି ଆଉ ଗୋଟିଏ ନୂଆ ମୋଡ । ତପସ୍ୱିନୀ ଶ୍ୱଶୁର ଘରକୁ ଯିବା ପରେ ଘର ଛାଡିଲେ ଶ୍ୱଶୁର ପ୍ରମୋଦ ସାହୁ । 

 

ଗତକାଲି ମଧ୍ୟରାତିରେ ସେ ଘର ଛାଡିଛନ୍ତି । ନିଜକୁ ଅସୁରକ୍ଷିତ ମନେ କରୁଥିବା ନେଇ ସେ ଏକ ଭିଡ଼ିଓ ଜାରି କରିଛନ୍ତି । ଏଥିରେ ସେ ପରିଷ୍କାର ଭାବରେ କହିଛନ୍ତି, ତପସ୍ୱିନୀ ଘରେ ରହୁଥିବାରୁ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି । ପ୍ରଶାସନିକ ଅଧିକାରୀମାନେ ତାଙ୍କ ଅନିଚ୍ଛା ସତ୍ୱେ ତପସ୍ୱିନୀଙ୍କୁ ଘରେ ରଖିଛନ୍ତି । କୋର୍ଟଙ୍କ ରାୟରେ ଦ୍ୱନ୍ଦ୍ୱ ରହିଥିବା ବେଳେ ତାଙ୍କୁ ନିଜର ମତ ରଖିବାକୁ ଦିଆଯାଇ ନଥିଲା । ଅତୀତରେ ତପସ୍ୱିନୀ ମିଥ୍ୟା ମାମଲା ରୁଜୁ କରିଥିବାରୁ ସେ ଭ-ୟ-ଭୀ-ତ ଥିବା କହିଛନ୍ତି । ସୁରକ୍ଷିତ ଭାବେ ତାଙ୍କୁ ରଖିବାକୁ ସେ ଆଇଆଇସିଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି । ପରବର୍ତୀ ସମୟରେ ଘରକୁ ଫେରିବେ ବୋଲି ଭିଡିଓରେ କହିଛନ୍ତି ପ୍ରମୋଦ ସାହୁ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *