ନିଜର ଖେଳ ଆରମ୍ଭ କରିଦେଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ତେବେ ତାହା କେଉଁ ପାଇଁ ଚାଲନ୍ତୁ ସେ ବିଷୟରେ ଜାଣିବା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ନିଜର ଖେଳ ଆରମ୍ଭ କରିଦେଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଚାଲିଛି ଶୀତଳ ଯୁ-ଦ୍ଧ । ତେବେ ତାହା କେଉଁ ପାଇଁ ଚାଲନ୍ତୁ ସେ ବିଷୟରେ ଜାଣିବା । 

ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଓଡ଼ିଶା ବିଜେପିରେ ଏକ ମୌନତା ପରିଲିକ୍ଷିତ ହେଉଛି। ୧୧ ତାରିଖ ସୋମବାର ଦିନ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେଇଥିଲା । ବାସ୍ତବରେ ଏହା ଏକ ବୈଠକ ନଥିଲା, ଏହାକୁ ଏକ ପ୍ରଶିକ୍ଷଣ ବୈଠକ ବୋଲି କୁହାଯାଇପାରେ । ଏହି ଟିଉସନ୍ କ୍ଲାସକୁ ନେଇ ଅନେକ ଓଡ଼ିଶା ବିଜେପି ନେତୃତ୍ୱ ଚିନ୍ତାରେ ଥିଲେ । କାରଣ ଏଠି ଟିଉସନ୍ ଦେଇଥିଲେ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ । ଆଉ ଟିଉସନ୍ ନେଇଥିଲେ ଓଡ଼ିଶା ବିଜେପିର ତୁଙ୍ଗ ନେତା । ଯାହାଙ୍କୁ ଏମାନେ ଏକ ପ୍ରକାର ବୈଠକ କରୁଥିଲେ, ଯାହାଙ୍କର ଜନ୍ମଦିନରେ ଏମାନେ ସାଧାରଣ ଶୁଭେଚ୍ଛାଟିଏ ଜଣାଉନଥିଲେ। 

 

ଯାହାଙ୍କର କାର୍ଯ୍ୟକ୍ରମରେ ଯୋଗଦେବାକୁ ଏବଂ ଯାହାଙ୍କ ସପକ୍ଷରେ ସୋ-ସି-ଆ-ଲ୍ ମି-ଡି-ଆ-ରେ ପୋଷ୍ଟ କରିବାକୁ କାର୍ଯ୍ୟକର୍ତ୍ତାଙ୍କୁ ଏମାନେ ବାରଣ କରୁଥିଲେ, ଆଜି ସେହି ଅପରାଜିତା ଏମାନଙ୍କୁ ଟିଉସନ୍ ଦେଇଥିଲେ । ଆଉ ଏମାନେ ଟିଉସନ୍ ନେବାକୁ ମଧ୍ୟ ବାଧ୍ୟ ହୋଇଥିଲେ । ବାସ୍ତବରେ କଥା ହେଲା ନିକଟରେ ଓଡ଼ିଶା ବିଜେପିର ଏକ ପ୍ରତିନିଧି ଦଳ ଗୁଜୁରାଟ ଗସ୍ତରେ ଯାଇଥିଲେ । ଦଳୀୟ ତଥା ସାଙ୍ଗଠନିକ ସରଞ୍ଚନା ଓ କାର୍ଯ୍ୟଶୈଳୀ, ନିର୍ବାଚନ ପରିଚାଳନା ଆଦି ସମ୍ପର୍କରେ ସବିଶେଷ ଅନୁଧ୍ୟାନ ନିମନ୍ତେ ବିଜେପି ଓଡ଼ିଶାର ଏକ ରାଜ୍ୟ ସ୍ତରୀୟ ୯ ଜଣିଆ ପ୍ରତିନିଧି ମଣ୍ଡଳୀ ଗୁଜୁରାଟ ଗସ୍ତରେ ଯାଇଥିଲେ। 

 

କେନ୍ଦ୍ରୀୟ ନିଷ୍ପତ୍ତି ମୁତାବକ ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀଙ୍କ ନେତୃତ୍ୱରେ ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ବିଧାୟକ ନାଉରୀ ନାଏକ, ଡ. ମୁକେଶ ମହାଲିଙ୍ଗ, ସମ୍ପାଦକ ଅଭିମନ୍ୟୁ ସେଠୀ, ପୂର୍ବତନ ସଙ୍ଗଠନ ସମ୍ପାଦକ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସାରଦା ଶତପଥୀ, ଅଶୋକ ମିଶ୍ର ଏବଂ ରାଜ୍ୟ ବିଜେପି ଆଇଟି ବିଭାଗ ପ୍ରମୁଖ ସ୍ୱୟଂ ପ୍ରକାଶ ବରାଳ ଆଦି ଏହି ପ୍ରତିନିଧି ମଣ୍ଡଳୀ ଗୁଜୁରାଟ ଗସ୍ତରେ ଯାଇଥିଲେ । ଏହି ଟିମ୍ ଗତ ମାସ ୧୭ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ଗୁଜୁରାଟରେ ରହି ବିଜେପିର ସାଙ୍ଗଠନିକ ସରଞ୍ଚନା, ସ୍ଥିତି, ବ୍ୟବସ୍ଥା ଏବଂ କାର୍ଯ୍ୟଶୈଳୀ, ନିର୍ବାଚନ ପରିଚାଳନା ଆଦି ଉପରେ ବୈଠକ ଓ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଯୋଗଦେଇ ଅନୁଧ୍ୟାନ କରିଥିଲେ । 

 

ସେଠାରୁ ଫେରି ଏହି ଟିମ୍ ଉପରେ ସେହି ସବୁ ବିଷୟ ଗୁଡ଼ିକ ଉପରେ ଓଡ଼ିଶା ବିଜେପିରେ ପ୍ରୟୋଗ କରାଯିବାର ଦାୟିତ୍ୱ ରହିଛି । ଯେଉଁ ପ୍ରୟୋଗଶାଳା ଗତକାଲି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ହୋଇଥିଲା । ଏଥିରେ କିଛି ସାଂସଦ, ବିଧାୟକ ଏବଂ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ରାଜ୍ୟ ବିଜେପିର ଅନ୍ୟାନ୍ୟ ପଦାଧିକାରୀ, ବିଭିନ୍ନ ମୋର୍ଚ୍ଚା ପ୍ରମୂଖ ଏବଂ ବିଭିନ୍ନ ସାଙ୍ଗଠନିକ ଜିଲ୍ଲା ସଭାପତି ଓ ପ୍ରଭାରୀ ମାନେ ଉପସ୍ଥିତ ଥିଲେ । ଏମାନଙ୍କୁ ଗୁଜୁରାଟରୁ ଟ୍ରେନିଂ ନେଇ ଆସିଥିବା ବିଜେପିର ସାଙ୍ଗଠନିକ ସରଞ୍ଚନା, ସ୍ଥିତି, ବ୍ୟବସ୍ଥା ଏବଂ କାର୍ଯ୍ୟଶୈଳୀ, ନିର୍ବାଚନ ପରିଚାଳନା ଆଦି ବିଷୟ ଉପରେ ଟ୍ରେନିଂ ଦେଇଥିଲେ ଅପରାଜିତା ଷଡ଼ଙ୍ଗୀ । ଏହି ସମୟରେ ସେଠାରେ ଓଡ଼ିଶା ପ୍ରଭାରୀ ଡି. ପୁରେନ୍ଦେଶ୍ୱରୀ, ସହପ୍ରଭାରୀ ବିଜୟପାଲ ସିଂ ତୋମାର ଏବଂ ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ଉପସ୍ଥିତ ଥିଲେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *