ଓଡିଶା ରେ ଲକଡାଉନ ଓ ସଟଡାଉନ ନେଇ ବଡ଼ ସୂଚନା ଦେଲେ ନିରୋଜ ମିଶ୍ର… ଓଡ଼ିଶାରେ ଏବେ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, ଓଡ଼ିଶାରେ ଲକଡାଉନ ଓ ସଟଡାଉନ ନେଇ ସୂଚନା ଦେଲେ ନିରୋଜ ମିଶ୍ର । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ବର୍ତ୍ତମାନ ଦେଶରେ କୋଭିଡ ଭାଇରସ ର ଭାରିଏଣ୍ଟ ଓମିକ୍ରନ ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି । ଯାହା ପାଇଁ ଅନେକ ରାଜ୍ୟରେ ନାଇଟ କର୍ଫ୍ୟୁ ସହ ଲକ ଡାଇନ ମଧ୍ୟ ଘୋଷଣା ସରିଲାଣି କିନ୍ତୁ ଭାରତରେ ଦିନକୁ ଦିନ ବଢୁଥିବା ଓମିକ୍ରନର ସଂଖ୍ୟା କୁ ଦେଖି ଏହା ଉପରେ ରିସର୍ଚ କରି ଏକ ନୂଆ ମନ୍ତବ୍ୟ ଦେଇଛନ୍ତି ବିଦେଶୀ ବୈଜ୍ଞାନିମାନେ । ଏହି ଓମିକ୍ରନର ଲକ୍ଷଣ ଜଣା ପଡୁନଥିବାରୁ ଏହା ଲୋକଙ୍କ ଅଜାଣନ୍ତରେ ଅଧିକ ବ୍ୟାପିବାରେ ଲାଗିଛି । ଭାରତରେ ଅନେକ ରାଜ୍ୟରେ ଓମିକ୍ରନ ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢୁଛି । ପୁଣି ଏହାକୁ ନେଇ ଯେଁଉ ରିପୋର୍ଟ ଆସିଛି ସେହି ରିପୋର୍ଟ ଅନୁସାରେ ଭାରତ ରେ ଆଗକୁ ଓମିକ୍ରନ ଅଧିକ ବଢିବାରେ ଅଛି । 

 

ଏମିତିକି ଦିଲ୍ଲୀ ସମେତ ଅନେକ ବଡ ବଡ ସହରରେ ଓମିକ୍ରନ ଚିନ୍ତା ବଢାଇବାକୁ ଲାଗିଲାଣି । ଗତ ବର୍ଷ ୨୦୨୦ ରେ ହୋଇଥିବା ସଂକ୍ରମଣ ପରି ସମଗ୍ର ଦେଶରେ କରୋନା ଭାଇରସ୍ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଅନେକ ରାଜ୍ୟରେ ଓମିକ୍ରନ୍ ମଧ୍ୟ କାୟା ମେଲାଇବାରେ ଲାଗିଛି । ଏଭଳି ପରିସ୍ଥିତିରେ ଓମିକ୍ରନ୍ ଓ ଆମ ଦେଶ ଭାରତକୁ ନେଇ ଏକ ଚିନ୍ତାଜନକ ଖବର ଆସିଛି । ଦେଶରେ ଦ୍ରୁତ ଗତିରେ ମାଡ଼ି ଚାଲିଛି କରୋନା । ଗତ ୨୪ ଘଣ୍ଟାରେ ୩ ହଜାର ୬୭୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରେ ସର୍ବାଧିକ ୧୨ଶହ ୨୩ ସଂକ୍ରମଣ । ସୁନ୍ଦରଗଡରୁ ୫୮୨ ପଜିଟିଭ୍‌ ଚିହ୍ନଟ । ସମ୍ବଲପୁରରୁ ୩୭୨ ଓ କଟକରୁ ୩୧୦ ସଂକ୍ରମିତ ହୋଇଛନ୍ତି । 

 

ଗତ ୨୪ ଘଣ୍ଟା ମଧ୍ୟରେ ୩୬୭୯ କରୋନା ପଜିଟିଭ୍ ଚିହ୍ନଟ ହେବା ଆହୁରୀ ଚିନ୍ତା ବଢାଇଛି । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୬୬୧୫୫ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟ କଟକଣା ଲଗାଇଲେଣି । ତେବେ ଚାରିଆଡ଼େ କଟକଣା ଲାଗୁ ହୋଇସାରିଲାଣି । ଗତ କାଲିଠୁ ରାତି ୧୦ ଟା ପରିବର୍ତ୍ତେ ରାତି ୯ ଟାରୁ ନାଇଟ କର୍ଫ୍ୟୁ ଲାଗୁ ହେବା ଆରମ୍ଭ  ହୋଇ ସାରିଛି । ତେବେ ବର୍ତ୍ତମାନ ଦେଶରେ ପୁଣି କରୋନାର ତୃତୀୟ ଲହର ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । 

 

ଜାନୁଆରୀ ୩ ରୁ ଓଡ଼ିଶା ରେ ସ୍କୁଲ ବନ୍ଦ୍ ହୋଇସାରିଛି । ଜାନୁଆରୀ ୧୦ ରୁ କଲେଜ, ୟୁନିଭର୍ସିଟି ବନ୍ଦ ନେଇ ଘୋଷଣା ହୋଇଛି । ସେହିପରି ୫୦% କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଏବଂ ଘରୋଇ ଅଫିସ୍ । ରାତି ୯ ରୁ ସକାଳ ୬ ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ହେବ । ତେବେ ଏ ନେଇ ଡ଼ଃ ନିରୋଜ୍ ମିଶ୍ର କହିଛନ୍ତି ଯେ ବର୍ତମାନ ଲକ୍ ଡାଉନ୍ ଓ ଶଟ୍ ଡାଉନ୍ ର କୌଣସି ଆବଶ୍ୟକତା ନଥିଲା । କାରଣ ସଂକ୍ରମଣ ହାର ଅନୁସାରେ ମ-ର-ଣ ହାର ଅନେକରୁ ଅନେକ କମ୍ ରହିଛି । ଆରୋଗ୍ୟର ହାର ମଧ୍ୟ ବେଶୀ ରହିଛି । ତେଣୁ ଅଯଥା ବନ୍ଦ ସାଧାରଣ ଜନତାଙ୍କ ଉପରେ ଆର୍ଥିକ ପ୍ରଭାବ ପକାଇବ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *