ଫୁଣି ସୁମିତ ଙ୍କ ପରିବାର ରଚିଲେ ବଡ଼ ନୂଆ ଷଡ଼ଯନ୍ତ୍ର । ଜିତିକି ବି ହାରିଗଲେ ତପଶ୍ୱନୀ…

 

ଦର୍ଶକ ବନ୍ଧୁ ତପସ୍ୱିନୀ ଏବଂ ସୁମିତ ଙ୍କ ମାମଲା ବିଷୟରେ ତ ଆପଣ ମାନେ ବେଶ୍ ଭଲ ଭାବରେ ଅବଗତ ଥିବେ ।ତପସ୍ୱିନୀ ଙ୍କ ଇଚ୍ଛା ଥିଲା ନିଜ ଶାଶୁ ଘରେ ନିଜ ସ୍ବାମୀ ଙ୍କ ରହିବେ । ସେ ଭାବୁଥିଲେ ପୁଣି ଥରେ ସବୁ କିଛି ଠିକ୍ ହୋଇଯିବ ଆଉ ଭାଙ୍ଗି ଯାଇଥିବା ପରିବାର ପୁଣି ଥରେ ହସି ଉଠିବ। ଆଉ ସେଥିପାଇଁ ବର୍ଷା ,ଝଡି ଏବଂ ଜାଡ କାକର ରେ ମଧ୍ୟ ସେ ବାହାରେ ବସି ରହିଲେ। ଶଶୁର ରଚିଲେ ନୂଆ ଷଡ଼ଯନ୍ତ୍ର ଜିତି କି ବି ହାରିଗଲେ ତପଶ୍ୱନୀ…

 

ସେଥିପାଇଁ ମଧ୍ୟ ଘର ବାହାରେ ମାଣ ବସେଇଲେ ଆଉ ଲକ୍ଷ୍ମୀ ମାଆ ଙ୍କୁ କହିଲେ ଏ ଘର ର ଲକ୍ଷ୍ମୀ କୁ ପୁଣି ଥରେ ଘର ବାହୁଡ଼ାକି ଫେରାଇ ନେବାକୁ । ଆଉ ସମସ୍ତଙ୍କୁ ସେ ନେହାରୁ ହେଲେ ଆଉ ନ୍ୟାୟାଳୟ ଉପରେ ଭରସା କରି ସେ ଅସୀମ ଧୈର୍ଯ୍ୟ ଧରି ପ୍ରମିଳା ମାଆ ଙ୍କ ସହ ବସି ରହିଥିଲେ । ଆଉ ଏହି ସବୁ ଭିତରେ ଆସିଥିଲା ଅନେକ ଗୁଡ଼ିଏ ପ୍ରସଙ୍ଗ ।କେତେବେଳେ ଅଡିଓ ଭାଈରାଲ ହେଲା ତ କେତେବେଳେ ଭିଡିଓ ଭାଈରାଲ ହେଲା ।

 

କେତେବେଳେ ଗଣ ମାଧ୍ୟମ ସାମ୍ନା ରେ ସୁମିତ ଙ୍କୁ ଦୋଷୀ କରି ଦିଆଗଲା ତ ଆଉ କେତେବେଳେ ତପସ୍ୱିନୀ ଙ୍କୁ କଡା ନିନ୍ଦା ଶୁଣାଇ ଦିଆଗଲା । ତଥାପି ବି ସେ ସେମିତି ଜିଦି ଧରି ବସିଥିଲେ ଶାଶୁ ଘରକୁ ଯିବା ପାଇଁ। ନ୍ୟାୟାଳୟ ଅର୍ଡର୍ ହିସାବରେ ଉଭୟଙ୍କୁ କିଛି ଦିନ ପାଇଁ ଏକାଠି ରହି ବୁଝାମଣା କରିବାକୁ ସୁଯୋଗ ମଧ୍ୟ ଦିଆଗଲା। ତଥାପି ସେଥିରେ ବିଫଳ ହୋଇଥିଲେ ତପସ୍ୱିନୀ ।

 

ଆଉ ପୁଣି ଥରେ ଶାଶୁ ଘର ସାମ୍ନା କୁ ଫେରିବାକୁ ବାଧ୍ୟ ହୋଇଥିଲେ ତପସ୍ୱିନୀ । ଏଥିପାଇଁ ମଧ୍ୟ ତପସ୍ୱିନୀ ଙ୍କ ସହିତ ବ୍ରହ୍ମପୁର ବାସୀ ଏକାଠି ହୋଇଥିଲେ । ଆଉ ଶେଷ ରେ କୋର୍ଟ ଏହି ରାୟ ଦେଇଥିଲେ ଯେ ସୁମିତ ଙ୍କ ଘରେ ତପସ୍ୱିନୀ ରହିବେ ଏବଂ ଏହା ସହିତ ସୁମିତ ତାଙ୍କୁ ମାସିକ ସତର ହଜାର ଟଙ୍କା ଦେବେ। କିନ୍ତୁ ଏତେ ପରେ ସିନା ତପସ୍ୱିନୀ ଙ୍କୁ ତାଙ୍କୁ ମନ ମୁତାବକ ରାୟ ମିଳିଲା କିନ୍ତୁ ସତରେ କଣ ଅବିକଳ ତାହା ମିଳିଲା ଯାହାକି ସେ ଆଶା କରିଥିଲେ । 

 

ଏବେ ତାଙ୍କ ଘର ପୁରୁଷ ଶୂନ୍ୟ ହୋଇ ଯାଇଛି । ଘରେ ଏବେ ନା ସୁମିତ ଅଛନ୍ତି ନା ତାଙ୍କ ସସ୍ୱର ପ୍ରମୋଦ ସାହୁ ଅଛନ୍ତି । ତପସ୍ୱିନୀ ମୋର ପସନ୍ଦ ନୁହଁ କହି ରାତି ରେ ଏକ ଭିଡିଓ ମାଧ୍ୟମ ରେ ଏହା ଜଣାଇ ସେ କୁଆଡେ ଚାଲି ଯାଇଛନ୍ତି। ତେବେ ତାଙ୍କ ଘରେ କେବଳ ତାଙ୍କର ଶାଶୁ ଏବଂ ଜେଜେ ଶାଶୁ ଅଛନ୍ତି। ତେବେ ତପସ୍ୱିନୀ ଏବେ ସେ ଘରେ କେମିତି ଚଳିବେ ତାହା ହିଁ ଏବେ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ କଥା ରେ ଏହା ଅଛି ଯେ ଇଟା ପଥର ରେ ତିଆରି କରିଦେଲେ ,କୌଣସି ଘର କେବେ ଘର ବୋଲାଏ ନାହିଁ । ସେଥିପାଇଁ ଦରକାର ସ୍ନେହ ଆଉ ସମ୍ମାନ ଯାହା ହୁଏତ ସେହି ଘରେ ତପସ୍ୱିନୀ ଙ୍କୁ ମିଳିବା ମୁସ୍କିଲ ହୋଇ ପଡ଼ିଛି ।

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *