ହିଷ୍ଟ୍ରିୟା କ’ଣ – ଏହା ଏକ ରୋଗ ନା ମାନସିକ ସମସ୍ୟା ? କେମିତି ହୁଏ ହିଷ୍ଟ୍ରିଆ ? -ଜାଣନ୍ତୁ Dr. Snehyansu Dey ଙ୍କ ମୁଁହରୁ…

ଦର୍ଶକ ବନ୍ଧୁ ହିଷ୍ଟ୍ରିୟା ସମସ୍ୟା ବିଷୟରେ ତ ଆପଣ ମାନେ ନିହାତି ଭାବରେ ଶୁଣିଥିବେ । ତେବେ ପୂର୍ବରୁ ଲୋକ ମାନଙ୍କ ଖରାପ ବ୍ୟବହାର କରୁଥିବା ଲୋକ ମାନଙ୍କୁ ହିଷ୍ଟ୍ରିୟା ବୋଲି କୁହା ଯାଉଥିଲା।ତେବେ ଏହି ସମସ୍ୟା ଟି ଉଭୟ ପୁରୁଷ ଓ ମହିଳାଙ୍କୁ ହୋଇପାରେ। ତେବେ ଏହି ସମସ୍ୟା କୁ ଅନେକ ଲୋକ ବହୁତ୍ ଖରାପ ଅର୍ଥ ରେ ବ୍ୟବହାର କରୁଛନ୍ତି । ତେବେ ବର୍ତ୍ତମାନ ସମୟ ରେ ଗବେଷକ ମାନେ ଏହାର ନାମ କୁ Conversion Disorder ବୋଲି ଦେଇଛନ୍ତି ।

 

ତେବେ ଏହି ସମସ୍ୟା ଦ୍ଵାରା ବ୍ୟକ୍ତି ଶାରୀରିକ ଓ ମାନସିକ ରୋଗରେ ପୀଡିତ ହୋଇପାରେ । ତେବେ ଏହା ଜଣା ପଡ଼ିଛି ଯେ ଯେତେବେଳେ ବ୍ୟକ୍ତି ଉପରେ କୌଣସି ଚାପ ପଡେ ଆଉ ନିଜକୁ ସେ ଅସହାୟ ମନେ କରେ, ଆଉ ସେହି ସମୟ ରେ ସେହି ବ୍ୟକ୍ତି ଉପରେ ପଡ଼ୁଥିବା ଚାପ ତାର ଶରୀର ରେ ଏକ ପ୍ରକାରର ରୋଗ ସୃଷ୍ଟି କରିଥାଏ ।ତାହାକୁ conversion disorder ବୋଲି କୁହାଯାଇଥାଏ ।

 

 ତେବେ କହିବାକୁ ଗଲେ ଯେତେବେଳେ ମାନସିକ ଚାପ ଶରୀର ରେ କୌଣସି ରୋଗ ରେ ପରିଣତ ହୁଏ ,ସେହି ସମୟ ରେ ଏହି ରୋଗ ହୋଇଥାଏ। ଯେଉଁ ଲୋକ ମାନେ ନିଜ ମନ ଭିତରେ ବହୁତ କିଛି କଥା ଲୁଚାଇ ରଖିଥାନ୍ତି ,ମାନସିକ ସ୍ତର ରେ ଦୁର୍ବଳ ହୋଇଥାନ୍ତି ଏମିତିକି ସେମାନଙ୍କୁ କାହାଠୁ କିଛି ସାହାର୍ଯ୍ୟ ମିଳି ନ ଥାଏ ,ଏହିଭଳି ସ୍ଥିତିରେ ମାନସିକ ଚାପ ବଢି ତାହା ରୋଗ ରୂପରେ ରୂପାନ୍ତରିତ ହୋଇଥାଏ ।

 

 

  

ତେବେ ଏହି ସମସ୍ୟା ର ବହୁତ୍ ଗୁଡ଼ିଏ ଲକ୍ଷଣ ରହିଥାଏ । ତେବେ ଉଦାହରଣ ସ୍ୱରୂପ , ବିବାହ ପରେ କିଛି ବୋହୂ ମାନଙ୍କୁ ଶାଶୁ ଘରେ କାମ ର ଚାପ ପଡିବା ସହିତ ବେଳେବେଳେ ମଧ୍ୟ କିଛି କଥା ବି ଶୁଣିବାକୁ ପଡିଥାଏ ।ଏହିଭଳି ସ୍ଥିତି ରେ ଅଧିକ ଚାପ ପଡିବା ହେତୁ ହୁଏତ ଗୋଡ ହାତ କାମ କରି ନ ପାରେ । ଆଉ ଡାକ୍ତର ଙ୍କ ସମସ୍ତ ରିପୋର୍ଟ ରେ ବି ସବୁ କିଛି ଠିକଠାକ ଥିବ ।

 

ରିପୋର୍ଟ ରେ ବି ସବୁ କିଛି ଠିକଠାକ ଥିବା ପରେ ଯେତେବେଳେ କାଉନ୍ସିଲିଙ୍ଗ କରାଯିବ ,ସେହି ସମୟ ରେ ଜଣା ପଦେ ଯେ ଅଧିକ ଚାପ୍ ର ବସବତ୍ତି ହୋଇ ନିଜକୁ ବହୁତ୍ ଅସହାୟ ମନେ କରି ଏହିଭଳି ଏକ ରୋଗ ରେ ପଡିଛନ୍ତି । କିନ୍ତୁ ଏହା କେବେ କୌଣସି ବ୍ୟକ୍ତି ଜାଣି ଜାଣି କରି ନଥାଏ । ଯେତେବେଳେ ବ୍ୟକ୍ତି ଉପରେ ଅଧିକ ପ୍ରେସର୍ ପଡ଼େ ସେହି ସମୟ ରେ ନିଜକୁ ଅସହାୟ ମନେ କରେ ,ଯାହା ଫଳରେ ତାର ଚାପ ରୋଗ ରେ ରୂପାନ୍ତରିତ ହୋଇଥାଏ ।

 

ତେବେ ବନ୍ଧୁଗଣ ଯଦି ଆମର ଏହି ଲେଖାଟି ଆପଣଙ୍କୁ ପସନ୍ଦ ଆସିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ନେଇ ଆସିବୁ । ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *